ଓଡିଶା

odisha

ETV Bharat / business

କୋରୋନା ସ୍ୱାସ୍ଥ୍ୟ ବୀମା ଦାବି ଦାଖଲ କରିବେ କି ? ଜାଣନ୍ତୁ କେତେ ପାଇବେ - health insurance

ଯଦି ଆପଣ କୋଭିଡ -19 ପାଇଁ ସ୍ୱାସ୍ଥ୍ୟ ବୀମା ଦାବି ଦାଖଲ କରିବାକୁ ଯୋଜନା କରୁଛନ୍ତି । କିମ୍ବା ଭବିଷ୍ୟତରେ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଏଠାରେ ଆପଣଙ୍କୁ କୋଭିଡ -19 ଚିକିତ୍ସା ପାଇଁ GIC ର ସୂଚକ ହାର ଚାର୍ଟ ବିଷୟରେ ଜାଣିବା ଆବଶ୍ୟକ...

କୋରୋନା ସ୍ୱାସ୍ଥ୍ୟ ବୀମା ଦାବି ଦାଖଲ କରିବେ କି
କୋରୋନା ସ୍ୱାସ୍ଥ୍ୟ ବୀମା ଦାବି ଦାଖଲ କରିବେ କି

By

Published : Jul 7, 2020, 7:55 PM IST

ହାଇଦ୍ରାବାଦ: ପ୍ରାୟ 7 ଲକ୍ଷ ମାମଲା ଓ 20, 000 ମୃତ୍ୟୁ ସହ କୋଭିଡ-19 ସମଗ୍ର ଦେଶରେ କାୟା ବିସ୍ତାର କରିଚାଲିଛି । ଆଉ ଏହାର ପ୍ରଭାବରେ ସ୍ବାସ୍ଥ୍ୟ ରକ୍ଷଣାବେକ୍ଷଣ ଓ ହସ୍ପିଟାଲରେ ଭର୍ତ୍ତି ଚାହିଦା ବଢିଛି । ସେହିପରି ବୀମା କମ୍ପାନୀଗୁଡିକ ଦ୍ବାରା ଗ୍ରହଣ କରାଯାଉଥିବା ବୀମା ଦାବି ସଂଖ୍ୟା ମଧ୍ୟ ତୀବ୍ର ବୃଦ୍ଧି ପାଇଛି ।

କୋଭିଡ-19 ଏକ ନୂଆ ରୋଗ ଯୋଗୁଁ ଏହାର ଉପଚାର ମିଳିପାରିନି । ଡାକ୍ତରଖାନାଗୁଡ଼ିକ "ଅତ୍ୟଧିକ" ଫି ଆଦାୟ କରୁଥିବା କୁହାଯାଉଛି । ଯାହା ଦ୍ବାରା ଉଭୟ ପଲିସିଧାରୀ ଏବଂ ବୀମାକାରୀଙ୍କ ପାଇଁ ବୀମା ଦାବି ସମାଧାନ କରିବା କଷ୍ଟକର ହୋଇପଡିଛି। ଏହି ପରିସ୍ଥିତିର ମୁକାବିଲା ପାଇଁ ଜେନେରାଲ ଇନସୁରାନ୍ସ କାଉନସିଲ (ଜିଆଇସି) ଭାରତରେ ଅଣ-ଜୀବନ ବୀମା କମ୍ପାନୀଗୁଡିକର ଶିଳ୍ପ ପ୍ରତିନିଧି ସଂସ୍ଥା ଦାବି ସମାଧାନ ପ୍ରକ୍ରିୟାରେ ବୀମା କମ୍ପାନୀମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ଦେଶରେ କୋଭିଡ -19 ଚିକିତ୍ସା ପାଇଁ ଏକ ଚାର୍ଟ ପ୍ରସ୍ତୁତ କରିସାରିଛନ୍ତି ।

ଏହି ଚାର୍ଟରେ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରକାଶିତ ଦର କୁ ଧ୍ୟାନରେ ରଖି ଏବଂ ସ୍ୱାସ୍ଥ୍ୟ ଦାବି ବିଶେଷଜ୍ଞଙ୍କ ସହ ଆଲୋଚନା କରି ଜିଆଇସି କହିଛି ଯେ, କୋଭିଡ -19 ବୀମା ଦାବି ଚିକିତ୍ସାରେ ସମ୍ପୁର୍ଣ୍ଣ ସ୍ପଷ୍ଟତା ଏବଂ ସ୍ୱଚ୍ଛତା ଅଣାଯିବ ।

ପଲିସି ବଜାର ଡଟ୍ କମ୍ ର ସ୍ୱାସ୍ଥ୍ୟ ବୀମା ମୁଖ୍ୟ ଅମିତ ଛାବଡା ଇଟିଭି ଭାରତ ସହ କଥାବାର୍ତ୍ତା କରି କହିଛନ୍ତି କି, "ଜିଆଇ ପରିଷଦ ଏକ ପର୍ଯ୍ୟବେକ୍ଷଣ କରିଥିଲା ​​ଏବଂ କୋଭିଡ -19 ଚିକିତ୍ସା ଖର୍ଚ୍ଚକୁ ଏକ ମାନକ (standardized) କରିଥିଲା । ଯାହାକି ବର୍ତ୍ତମାନ ସମୟରେ ଜରୁରୀ । ଷ୍ଟାଣ୍ଡାର୍ଡ ହାର ଗ୍ରାହକଙ୍କ ଉପରେ ଆର୍ଥିକ ବୋଝ ହ୍ରାସ କରିବ ଏବଂ ଯଦି ହାରଗୁଡିକ ସଠିକ୍ ଭାବରେ ପ୍ରୟୋଗ କରାଯାଏ, ତେବେ ପଲିସିଧାରୀମାନେ ବହୁ ପରିମାଣରେ ଉପକୃତ ହେବେ ।

ଯଦି ଆପଣ କୋଭିଡ -19 ପାଇଁ ସ୍ୱାସ୍ଥ୍ୟ ବୀମା ଦାବି ଦାଖଲ କରିବାକୁ ଯୋଜନା କରୁଛନ୍ତି । କିମ୍ବା ଭବିଷ୍ୟତରେ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଏଠାରେ ଆପଣଙ୍କୁ କୋଭିଡ -19 ଚିକିତ୍ସା ପାଇଁ GIC ର ସୂଚକ ହାର ଚାର୍ଟ ବିଷୟରେ ଜାଣିବା ଆବଶ୍ୟକ...

ଏହି ଦର ସବୁ କେଉଁ ରାଜ୍ୟରେ ଲାଗୁ ହେବ

ଏହି ଦର ନଗଦବିହୀନ ଏବଂ ପରିଶୋଧ ଉଭୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ସହରରେ କୋଭିଡ -19 ଦାବି ପାଇଁ ପ୍ରଯୁଜ୍ୟ ହେବ, ଯେଉଁଠାରେ କୌଣସି ସରକାରୀ କର୍ତ୍ତୃପକ୍ଷ କୋଭିଡ -19 ଚିକିତ୍ସା ପାଇଁ ନିର୍ଦ୍ଦଷ୍ଟ ଶୁଳ୍କ ପ୍ରକାଶ କରିନାହାଁନ୍ତି। ଯେକୌଣସି ସ୍ଥାନରେ କୋଭିଡ -19 ଚିକିତ୍ସା ଦେୟ ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରକାଶିତ ହୋଇଛି । ଯେପରି ଦିଲ୍ଲୀ, ରାଜସ୍ଥାନ ଇତ୍ୟାଦି ସ୍ଥାନରେ , ସେଠାରେ ଶୁଳ୍କ ସଦସ୍ୟ କମ୍ପାନୀଗୁଡିକର ବୀମା ଦାବି ଉପରେ ପ୍ରଯୁଜ୍ୟ ହେବ।

ଦର ନିର୍ଦ୍ଧାରଣ ସମୟରେ କେଉଁ ସବୁ କାରକକୁ ଧ୍ୟାନରେ ରଖିବ

ତିନୋଟି ମୁଖ୍ୟ କାରଣ ଉପରେ ଆଧାର କରି GIC ଦୈନିକ ମୂଲ୍ୟ ସୂଚାଇ ଦେଇଛି । ଡାକ୍ତରଖାନାରେ ରହିବା ପ୍ରକାର (ମଧ୍ୟମ ରୋଗ, ଗୁରୁତର ରୋଗ ଏବଂ ଅତ୍ୟଧିକ ଗୁରୁତର ରୋଗ), ଡାକ୍ତରଖାନାର ପ୍ରକାର (ଉପଲବ୍ଧ ଭିତ୍ତିଭୂମି ଏବଂ ପାରଦର୍ଶୀତା ଉପରେ ଆଧାର କରି) ଏବଂ ସହର ଡାକ୍ତରଖାନା / ଜିଲ୍ଲା (ମେଟ୍ରୋ, ରାଜ୍ୟ ରାଜଧାନୀ ଏବଂ ବାକି ଦେଶ) ।

GIC ଦ୍ବାରା ପ୍ରସ୍ତାବିତ କିଛି ପ୍ରମୁଖ ମୂଲ୍ୟ ସୀମା କଣ ?

NABH ମାନ୍ୟତାପ୍ରାପ୍ତ ଡାକ୍ତରଖାନା ମଧ୍ୟମ ଗୁଣବତ୍ତା ମାମଲାରେ ପିପିଇ, ଆଇସୋଲେସନ ବେଡ ଓ ସହାୟକ ଯତ୍ନ ଏବଂ ଅମ୍ଲଜାନ ଖର୍ଚ୍ଚ ସହିତ 10,000 ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିପାରିବେ।

ଭେଣ୍ଟିଲେଟର ବିନା ଆଇସିୟୁ ବେଡ୍ କ୍ଷେତ୍ରରେ ସୀକୃତପ୍ରାପ୍ତ ଡାକ୍ତରଖାନାଗୁଡ଼ିକ 15,000 ଟଙ୍କା (ପିପିଇ ଖର୍ଚ୍ଚ ସହିତ) ଏବଂ ଭେଣ୍ଟିଲେଟର ଆଇସିୟୁ ପାଇଁ 18,000 ଟଙ୍କା ପର୍ଯ୍ୟନ୍ତ (PPE ମୂଲ୍ୟ ଅନ୍ତର୍ଭୂକ୍ତ କରି) ଚାର୍ଜ କରିପାରିବେ । ତେବେ ଆଇସୋଲେସନ ବେଡ ପାଇଁ ଅଣମାନ୍ୟତାପ୍ରାପ୍ତ ହସ୍ପିଟାଲ ଅଲଗା ଅଲଗା ବେଲ ପାଇଂ 8,000 ଟଙ୍କା, ଭେଣ୍ଟିଲେଟର ବିନା ଆଇସିୟୁ ବେଡ ପାଇଁ 13,000 ଟଙ୍କା ଓ ଭେଣ୍ଟିଲେଟର ସହ ଆଇସିୟୁ ବେଡ ପାଇଁ 15,000 ଟଙ୍କା ନେଇପାରନ୍ତି ।

ପ୍ରତିଦିନ ଖର୍ଚ୍ଚରେ କଣ ସାମିଲ ?

ପ୍ରତିଦିନ ଖର୍ଚ୍ଚରେ ପରାମର୍ଶ, ନର୍ସିଂ ଫି, ରୁମ୍ଏବଂ ଖାଦ୍ୟ, କୋଭିଡ ପରୀକ୍ଷା, ମନିଟରିଂ ଏବଂ ସ୍କ୍ରିନିଂ - ବାୟୋକେମ୍ ଏବଂ ଇମେଜିଙ୍ଗ୍, ଫିଜିଓଥେରାପି, ପିପିଏ, ଔଷଧ ଏବଂ ଚିକିତ୍ସା ଉପଯୋଗୀ ସାମଗ୍ରୀ, ବାୟୋକେମିକାଲ୍ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା ଗିଅର୍ ଆଦି ସାମିଲ ରହିଛି ।

ଏହି ଦରଗୁଡିକର ବୈଧତା ଅବଧି କେତେ

ଜିଆଇସି କହିଛି ଯେ, ଏହି ଚାର୍ଜଗୁଡ଼ିକ ଗତିଶୀଳ । ଆଉ ଏହାକୁ ସୁନିଶ୍ଚିତ ପାଇଁ ପ୍ରତି ମାସରେ ସମୀକ୍ଷା କରାଯିବ ଯେ ସେମାନେ ସେହି ସମୟରେ ଭାରତୀୟ ବଜାରରେ ପ୍ରଚଳିତ ପ୍ରଚଳିତ, ପାରମ୍ପାରିକ ଏବଂ ଯୁକ୍ତିଯୁକ୍ତ ଶୁଳ୍କକୁ ପ୍ରତିନିଧିତ୍ୱ କରିବେ।

ଇଟିଭି ଭାରତ ରିପୋର୍ଟ

ABOUT THE AUTHOR

...view details