ଓଡିଶା

odisha

ETV Bharat / business

ଆଶ୍ବସ୍ତି ! ଗୁଗୁଲ ପେ’ ରେ ଟଙ୍କା ଟ୍ରାନ୍ସଫରରେ ଲାଗିବନି ଚାର୍ଜ

ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ଗୁଗୁଲ୍ ପେ ରେ ଟଙ୍କା ଟ୍ରାନ୍ସଫର ପାଇଁ ଦେବାକୁ ପଡିବନି ଚାର୍ଜ । ତେବେ ଆମେରିକା ୟୁଜର୍ସଙ୍କୁ ଏଥିପାଇଁ ଫି’ ଦେବାକୁ ପଡିବ । ଅଧିକ ପଢନ୍ତୁ..

ଆଶ୍ବସ୍ତି ! ଗୁଗୁଲ ପେ’ ରେ ଟଙ୍କା ଟ୍ରାନ୍ସଫର ଉପରେ ଲାଗିବନି ଚାର୍ଜ
ଆଶ୍ବସ୍ତି ! ଗୁଗୁଲ ପେ’ ରେ ଟଙ୍କା ଟ୍ରାନ୍ସଫର ଉପରେ ଲାଗିବନି ଚାର୍ଜ

By

Published : Nov 25, 2020, 7:26 PM IST

ନୂଆଦିଲ୍ଲୀ: ଆଶ୍ବସ୍ତି ! ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ଗୁଗୁଲ୍ ପେ’ ରେ ଟଙ୍କା ଟ୍ରାନ୍ସଫର ପାଇଁ ଦେବାକୁ ପଡିବନି ଚାର୍ଜ । ତେବେ ଆମେରିକାରେ ଏଥିପାଇଁ ଫି’ ଲାଗୁ ହେବ । ଏନେଇ ବୁଧବାର କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଗତ ସପ୍ତାହରେ ଗୁଗୁଲ ଘୋଷଣା କରିଥିଲା କି ଆସନ୍ତା ବର୍ଷ ଆଣ୍ଡ୍ରଏଡ ଓ ଆଇଓଏସ ପାଇଁ ନୂଆ ଗୁଗୁଲ ପେ ଆପ ଲଞ୍ଚ କରାଯିବ । ଏହା ପରେ ୟୁଜର୍ସ ୱେବ ବ୍ରାଉଜର ଜରିଆରେ ସେବାର ଉପଯୋଗ କରିପାରିବେ ନାହିଁ । ରିପୋର୍ଟ ଅନୁସାରେ ଗୁଗୁଲ ପେ ତତ୍କାଳ ଟଙ୍କା ଟ୍ରାନ୍ସଫର ଉପରେ ଶୁଳ୍କ ବି ଲଗାଇବ । ଏ ନେଇ ଜାଣିବା ପରେ ଭାରତୀୟ ୟୁଜର୍ସ ଚିନ୍ତାରେ ଥିଲେ । ଆଗକୁ ଟଙ୍କା ଟ୍ରାନ୍ସଫର କରିବା ଉପରେ ଶୁଳ୍କ ଗଣିବାକୁ ପଡିପାରେ ବୋଲି କୁହାଯାଉଥିଲା । ତେବେ ଏହି ଚର୍ଚ୍ଚାରେ ବିରାମ ଲଗାଇ କମ୍ପାନୀ ବୁଧବାର ଏ ନେଇ ସ୍ପଷ୍ଟୀକରଣ ଦେବା ସହ ଭାରତୀୟ ୟୁଜର୍ସଙ୍କୁ ଆଶ୍ବସ୍ତି ଦେଇଛି ।

ଗୁଗୁଲ ମୁଖପାତ୍ର କହିଛନ୍ତି କି, ‘‘ ଏହି ଚାର୍ଜ ଆମେରିକା ପାଇଁ ରହିଛି । ଏହା ଭାରତରେ ଗୁଗୁଲ ପେ କିମ୍ବା ଗୁଗୁଲ ପେ ଫର ବିଜନେସ ଆପ ଉପରେ ଲାଗୁ ହେବ ନାହିଁ । ’’

ଭାରତରେ 2019 ସେପ୍ଟେମ୍ବର ସୁଦ୍ଧା ଗୁଗୁଲ ପେ ର ମୋଟ 6.7 କୋଟି ୟୁଜର୍ସ ଥିଲେ । ଏହା ଜରିଆରେ ବାର୍ଷିକ ଆଧାରରେ ମୋଟ 110 ଆରବ ଆମେରିକୀୟ ଡଲାରର ପେମେଣ୍ଟ ହୋଇଛି ।

ABOUT THE AUTHOR

...view details