ନୂଆଦିଲ୍ଲୀ: ସରକାରଙ୍କ ଆଶା ରହିଛି କି, ଭାରତରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫଡିଆଇ) ଗତି ନୂଆ ବର୍ଷରେ ମଧ୍ୟରେ ‘ଶାନଦାର’ ଜାରି ରହିବ । କାରଣ ସରକାର ଦ୍ବାରା ଉଦ୍ୟୋଗକୁ ସୁଦୃଢ କରିବା ପାଇଁ ଲଗାତାର କରାଯାଉଥିବା ସୁଧାର ସହ ବିଦେଶୀ ନିବେଶକଙ୍କ ଭାରତ ପ୍ରତି ରୁଚି ବଢିଛି ।
ଏଫଡିଆଇ ନିୟମରେ ଆଶ୍ବସ୍ତି ସହ ରକ୍ଷା ଉତ୍ପାଦନ ସେସବୁ କ୍ଷେତ୍ରରେ ସାମିଲ ହେବ, ଯାହା ଆଗାମୀ ମାସରେ ତାଜା ବିଦେଶୀ ନିବେଶ ଆସିବା ଆଶା ରଖିଛି । ଏଥିସହ ବ୍ୟବସାୟୀଙ୍କ ଡକ୍ୟୁମେଣ୍ଟ କାର୍ଯ୍ୟନୁଷ୍ଠାନ ବୋଝକୁ କମ କରିବା ପ୍ରାଥମିକତା ମଧ୍ୟ ରହିବ । କେନ୍ଦ୍ର ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃ ବାଣିଜ୍ୟ (ଡିପିଆଇଆଇଟି) ବିଭାଗର ସଚିବ ଗୁରୁପ୍ରସାଦ ମହାପାତ୍ର ଅନୁସାରେ ବୈଶ୍ବିକ ମାନ୍ଦାବସ୍ଥା ଓ କୋଭିଡ-19 ମହାମାରୀ ପରେ ବି ଭାରତ ଏଫଡିଆଇରେ ଏକ ଗୁରୁତ୍ବପୂର୍ଣ୍ଣ ଲମ୍ଫ ରେକର୍ଡ କରିଛି ।
ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାର୍ଟଫର୍ମରେ ଫେସବୁକର ଭାରୀ ନିବେଶ ଦ୍ବାରା ଭାରତକୁ ଜାନୁଆରୀ-ସେପ୍ଟେମ୍ବର 2020 ମଧ୍ୟରେ ପାଖାପାଖୀ 43.5 ଅରବ ଡଲାରର ଏଫଡିଆଇ ହାସିଲ କରିବାରେ ସହଯୋଗ ମିଳିଛି । ଆଉ ଏହି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବା ଆଶା ରହିଛି ।