ଓଡିଶା

odisha

ETV Bharat / business

ଚଳିତ ଆର୍ଥିକ ବର୍ଷର 8 ମାସରେ 37% ବଢିଛି FDI - ଏଫଡିଆଇ ବୃଦ୍ଧି

ଆର୍ଥିକ ବର୍ଷର ପ୍ରଥମ 8 ମାସର ମୋଟ ଏଫଡିଆଇ (ପନଃ ନିବେଶ କରାଯାଇଥିବା ଆୟ ସହିତ) 22 ପ୍ରତିଶତ ଉଛୁଳି 58.37 ଅରବ ଡଲାର ରହିଛି । ଯାହାକି ଗତ ବର୍ଷ ଏପ୍ରିଲରୁ ନଭେମ୍ବର ମଧ୍ୟରେ 47.67 ବିଲିୟନ ଡଲାର ଥିଲା ।

ଚଳିତ ଆର୍ଥିକ ବର୍ଷର 8 ମାସରେ 37% ବଢିଛି FDI
ଚଳିତ ଆର୍ଥିକ ବର୍ଷର 8 ମାସରେ 37% ବଢିଛି FDI

By

Published : Jan 27, 2021, 10:23 PM IST

ନୂଆଦିଲ୍ଲୀ:ଦେଶରେ ଏଫଡିଆଇ (ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ) ପ୍ରବାହ 2020 ଏପ୍ରିଲରୁ ନଭେମ୍ବର ମଧ୍ୟରେ 37 ପ୍ରତିଶତ ବଢିଛି । ଏଥିସହ ଏହି 8 ମାସରେ ଦେଶର ଏଫଡିଆଇ ବୃଦ୍ଧି ହୋଇ 43.85 ଅରବ ଡଲାରରେ ପହଞ୍ଚିଛି । ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ହୋଇଛି ।

ଗତ ଆର୍ଥିକ ବର୍ଷର ସମାନ ଅବଧିରେ ଏଫଡିଆଇ 32.11 ବିଲିୟନ ଡଲାର ରହିଥିଲା । ତେବେ କୋରୋନା ସତ୍ତ୍ବେ ଚଳିତ ଆର୍ଥିକ ବର୍ଷର ପ୍ରଥମ 8 ମାସରେ ବଢିଥିବା ଏଫଡିଆଇ ବହୁତ ଅଧିକ ରହିଛି ।

ତେବେ ଏହି ଆର୍ଥିକ ବର୍ଷର ପ୍ରଥମ 8 ମାସର ମୋଟ ଏଫଡିଆଇ (ପନଃ ନିବେଶ କରାଯାଇଥିବା ଆୟ ସହିତ) 22 ପ୍ରତିଶତ ଉଛୁଳି 58.37 ଅରବ ଡଲାର ରହିଛି । ଯାହାକି ଗତ ବର୍ଷ ଏପ୍ରିଲରୁ ନଭେମ୍ବର ମଧ୍ୟରେ 47.67 ବିଲିୟନ ଡଲାର ଥିଲା ।

ସରକାରଙ୍କ ଦ୍ବାରା ନିଆଯାଇଥିବା ପ୍ରମୁଖ ଏଫଡିଆଇ ପଲିସି ସଂସ୍କାର, ନିବେଶ ସୁଯୋଗ ଏବଂ ବ୍ୟବସାୟିତ ଅନୁକୂଳ ବାତାବରଣ ଯୋଗୁଁ ଦେଶରେ ଏଫଡିଆଇ ପ୍ରଭାବ ବୃଦ୍ଧି ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି । ଏପ୍ରିଲରୁ ଅକ୍ଟୋବରରେ ଏଫଡିଆଇ ଇକ୍ୟୁଟି ପ୍ରବାହ 21 ପ୍ରତିଶତ ବୃଦ୍ଧି ସହ 35.3 ବିଲିୟନ ଡଲାର ଅଛି ।

ତେବେ ମନ୍ତ୍ରାଳୟ କହିଛି କି, ‘‘ ଏଫଡିଆଇ ଇକ୍ୟୁଟି ପ୍ରବାହ ଚଳିତ ଆର୍ଥିକ ବର୍ଷର ପ୍ରଥମ 8 ମାସରେ 43.85 ଅରବ ଡଲାର ଥିଲା । ଯାହାକି କୌଣସି ଆର୍ଥିକ ବର୍ଷର ପ୍ରଥମ 8 ମାସର ସର୍ବୋଚ୍ଚ ତଥ୍ୟ । ଗତ ବର୍ଷ 2019-20ର ପ୍ରଥମ 8 ମାସ ତୁଳନାରେ ଏହା 37 ପ୍ରତିଶତ ଅଧିକ । ଏହା ପୂର୍ବ ଆର୍ଥିକ ବର୍ଷର ପ୍ରଥମ 8 ମାସରେ ଦେଶରେ 32.11 ଅରବ ଡଲାରର ଏଫଡିଆଇ ଆସିଥିଲା ।

ଆର୍ଥିକ ଅଭିବୃଦ୍ଧିରେ ଏଫଡିଆଇର ପ୍ରମୁଖ ଯୋଗଦାନ ରହିଛି । ଏହା ଦେଶର ଆର୍ଥିକ ବିକାଶରେ non-debt financeର ଏକ ପ୍ରମୁଖ ସ୍ରୋତ । ମନ୍ତ୍ରାଳୟ କହିଛି କି, ସରକାର ଏଫଡିଆଇ ନୀତି ସୁଧାର କ୍ଷେତ୍ରରେ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ଦ୍ବାରା ଦେଶରେ ବିଦେଶୀ ନିବେଶ ପ୍ରବାହ ବଢିବାରେ ସାହାଯ୍ୟ ମିଳିଛି ।

ABOUT THE AUTHOR

...view details