ଓଡିଶା

odisha

By

Published : Jan 10, 2020, 7:46 PM IST

ETV Bharat / business

ଶିଳ୍ପକୁ ଆଶ୍ବସ୍ତି, ନଭେମ୍ବରରେ ବଢିଲା ଆଇଆଇପି

ବଜେଟ ପୂର୍ବରୁ ଶିଳ୍ପ କ୍ଷେତ୍ରକୁ ଆଶ୍ବସ୍ତି। ବଢିଛି ଆଇଆଇପି। ଦେଶରେ ଥିବା କଳକାରଖାନାରେ ଉତ୍ପାଦନ ନଭେମ୍ବରରେ 1.8 ପ୍ରତିଶତ ବୃଦ୍ଧି ପାଇଛି।

Factory Output up by 1.8% in November
ଶିଳ୍ପକୁ ଆଶ୍ବସ୍ତି, ନଭେମ୍ବରରେ ବଢିଲା ଆଇଆଇପି

ନୂଆଦିଲ୍ଲୀ: ବିନିର୍ମାଣ କ୍ଷେତ୍ରରେ ବୃଦ୍ଧି ଯୋଗୁଁ ନଭେମ୍ବରରେ 1.8 ପ୍ରତିଶତ ବଢିଲା ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି)। ଲଗାତାର 3 ମାସ ହ୍ରାସ ପରେ ଆଇଆଇପି ବୃଦ୍ଧି ପାଇଛି। ଶୁକ୍ରବାର ଜାରି ହୋଇଥିବା ଏକ ସରକାରୀ ରିପୋର୍ଟରେ ଏନେଇ ପ୍ରକାଶ ପାଇଛି।

ଶିଳ୍ପ ଉତ୍ପାଦନର ହ୍ରାସ-ବୃଦ୍ଧିକୁ ମାପିବା ପାଇଁ ଆଇଆଇପି ରହିଛି। ବର୍ଷେ ତଳେ ଅର୍ଥାତ 2018 ନଭେମ୍ବରରେ ଏହା 0.2 ପ୍ରତିଶତ ବୃଦ୍ଧି ପାଇଥିଲା। ଯେତେବେଳେ କି 2019 ଅକ୍ଟୋବରରେ ଏଥିରେ 3.8 ପ୍ରତିଶତ ହ୍ରାସ ପରିଲିଖିତ ହୋଇଥିଲା।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନଏସଓ) ପକ୍ଷରୁ ଜାରି ତଥ୍ୟ ମୁତାବକ, ନଭେମ୍ବରରେ ବିନିର୍ମାଣ କ୍ଷେତ୍ରରେ ବୃଦ୍ଧି ଦର 2.7 ପ୍ରତିଶତ ଥିଲା। ଯାହାକି ବର୍ଷେ ତଳେ ଏହି ଅବଧିରେ 0.7 ପ୍ରତିଶତ ଖସିଥିଲା।

ଏଭଳି ଭାବେ ବିଦ୍ୟୁତ ଉତ୍ପାଦନ ନଭେମ୍ବର 2018ରେ 5.1 ପ୍ରତିଶତ ବଢିଥିଲା। ଯାହା 2019 ନଭେମ୍ବରରେ 5 ପ୍ରତିଶତ କମିଛି। ଖନନ କ୍ଷେତ୍ରରେ ମଧ୍ୟ ଉତ୍ପାଦନ ଏହି ସମୟରେ ହ୍ରାସ ପାଇଥିଲା । ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ନଭେମ୍ବର ଅବଧିରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କରେ ମୋଟ 0.6 ପ୍ରତିଶତ ବୃଦ୍ଧି ରହିଛି। ଯାହା 2018-19 ଆର୍ଥିକ ବର୍ଷରେ 5 ପ୍ରତିଶତ ରହିଥିଲା।

ABOUT THE AUTHOR

...view details