ଓଡିଶା

odisha

By

Published : Feb 3, 2020, 4:28 PM IST

ETV Bharat / business

ଶିଳ୍ପକୁ ଶୁଭ ସଙ୍କେତ: 8 ବର୍ଷର ସର୍ବୋଚ୍ଚ ସ୍ତରରେ ବିନିର୍ମାଣ ଉଦ୍ୟୋଗ

ବଜାରରେ ଚାହିଦା ବଢୁଥିବାରୁ ସୁଧୁରୁଛି ମ୍ୟାନୁଫେକ୍ଚରିଂ ସେକ୍ଟର । ଜାନୁଆରୀରେ ଏହି ସେକ୍ଟରରେ ଗତିବିଧି ଓ ଅଭିବୃଦ୍ଧି 8 ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଯାହା ଦ୍ବାରା ଆଗକୁ ଉତ୍ପାଦନ ଓ ରୋଜଗାର ବଢିବ ବୋଲି ଆଶା କରାଯାଉଛି ।

Factory output hits near 8-year high
ଶିଳ୍ପକୁ ଶୁଭ ସଙ୍କେତ: 8 ବର୍ଷର ସର୍ବୋଚ୍ଚ ସ୍ତରରେ ବିନିର୍ମାଣ ଉଦ୍ୟୋଗ

ନୂଆଦିଲ୍ଲୀ: ବଜାରରେ ଚାହିଦା ବଢୁଥିବାରୁ ସୁଧୁରୁଛି ମ୍ୟାନୁଫେକ୍ଚରିଂ ସେକ୍ଟର । ଜାନୁଆରୀରେ ଏହି ସେକ୍ଟରରେ ଗତିବିଧି ଓ ଅଭିବୃଦ୍ଧି 8 ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଯାହା ଦ୍ବାରା ଆଗକୁ ଉତ୍ପାଦନ ଓ ରୋଜଗାର ବଢିବ ବୋଲି ଆଶା କରାଯାଉଛି ।


ଆଇଏଚଏସ ମାର୍କେଟ ଇଣ୍ଡିଆର ମେନ୍ୟୁଫକଚରିଂ ପରଚେଜିଂ ମ୍ୟାନେଜର୍ସ ସୂଚକାଙ୍କ (ପିଏମଆଇ) ଜାନୁଆରୀରେ 55.9 ପଏଣ୍ଟ ରହିଥିଲା। ଏହା 2012ରୁ 2020 ଅବଧି ଭିତରେ ସବୁଠୁ ଉଚ୍ଚା ସ୍ତର ।

ମାସିକ ସର୍ଭେକ୍ଷଣ ଅନୁସାରେ, ନୂଆ ବ୍ୟବସାୟ ଅର୍ଡର ସବୁଠାରୁ ଅଧିକ ଗତିରେ ବୃଦ୍ଧି ହୋଇଛି । ଏଥିସହ ଉତ୍ପାଦନ, ରପ୍ତାନୀ, ବିନିର୍ମାଣ ପାଇଁ କ୍ରେତା ଓ ରୋଜଗାର ବଢିଥିବା ଦେଖାଦେଇଛି । କେବଳ ଏତିକି ନୁହେଁ ନୂଆ କାରବାର ଧାରଣାରେ ମଧ୍ୟ ସୁଧାର ଦେଖାଦେଇଛି । ପ୍ରକାଶ ଯେ, 2019 ଡିସେମ୍ବରରେ ଆଇଏଚଏସ ମାର୍କେଟ ଇଣ୍ଡିଆର ମେନ୍ୟୁଫକଚରିଂ ପରଚେଞ୍ଜି ମ୍ୟାନେଜର୍ସ ସୂଚକାଙ୍କ (ପିଏମଆଇ) 51.2ରେ ରହିଥିଲା ।

ଏ ନେଇ ଆଇଏଚଏସର ମାର୍କେଟ ମୁଖ୍ୟ ଅର୍ଥଶାସ୍ତ୍ରୀ ପୋଲିୟାନା ଡି ଲିମା କହିଛନ୍ତି ଯେ, ଜାନୁଆରୀରେ ଏହି ସେକ୍ଟରରେ ଯେଉଁ ହାରରେ ସୁଧାର ଆସିଛି , ତାର ଗତ 8 ବର୍ଷ ଭିତରେ କେବେ ରହିନାହିଁ।

ABOUT THE AUTHOR

...view details