ନୂଆଦିଲ୍ଲୀ: ଭାରତରେ ଔଦ୍ୟୋଗିକ ଉତ୍ପାଦନ ଫେବୃଆରୀ ମାସରେ 3.6 ପ୍ରତିଶତ ହ୍ରାସ ହୋଇଛି । ସୋମବାର ପ୍ରକାଶିତ ଏକ ମାସିକ ସର୍ଭେକ୍ଷଣ ରିପୋର୍ଟରେ ଏ ନେଇ ପ୍ରକାଶ କରାଯାଇଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ଦ୍ବାରା ଜାରି ଶିଳ୍ପ ଉତ୍ପାଦନ ସୂଚକାଙ୍କ ଅନୁସାରେ ମ୍ୟାନୁଫେକ୍ଚର୍ସ ଆଉଟପୁଟ 2021 ଫେବୃଆରୀ ମାସରେ 3.7 ପ୍ରତିଶତ କମିଛି ।
ତଥ୍ୟ ଅନୁସାରେବିଶେଷ କରି ଖଣିଜ କ୍ଷେତ୍ରରେ 5.5 ପ୍ରତିଶତ ହ୍ରାସ ଯୋଗୁଁ ଫେବୃଆରୀ ମାସରେ ଔଦ୍ୟୋଗିକ ଉତ୍ପାଦନ କମିଛି । ତେବେ ଶକ୍ତି କ୍ଷେତ୍ରର ଉତ୍ପାଦନ ଫେବୃଆରୀ ମାସରେ 0.1 ପ୍ରତିଶତ ବୃଦ୍ଧି ପାଇଛି । 2020 ଫେବୃଆରୀରରେ ଆଇଆଇପି ରେ 5.2 ପ୍ରତିଶତ ଅଭିବୃଦ୍ଧି ହୋଇଛି ।