ଓଡିଶା

odisha

ETV Bharat / business

ESICର ନିଷ୍ପତ୍ତି: ରୋଜଗାର ହରାଇଥିବା କର୍ମଚାରୀଙ୍କୁ 3 ମାସ ମିଳିବ ଅଧା ଦରମା - unemployed worker

କୋରୋନା ମହାମାରୀକୁ ଦୃଷ୍ଟିରେ ରଖି କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ପକ୍ଷରୁ ନିଆଯାଇଛି ବଡ ନିଷ୍ପତ୍ତି । ବେକାର ହୋଇପଡିଥିବା ୱାର୍କରଙ୍କୁ ମିଳିବ 3 ମାସର ଅଧା ପାରିଶ୍ରମିକ । ଅଧିକ ପଢନ୍ତୁ..

ESICର ନିଷ୍ପତ୍ତି:  ରୋଜଗାର ହରାଇଥିବା କର୍ମଚାଙ୍କୁ 3 ମାସ ମିଳିବ ଅଧା ଦରମା
ESICର ନିଷ୍ପତ୍ତି: ରୋଜଗାର ହରାଇଥିବା କର୍ମଚାଙ୍କୁ 3 ମାସ ମିଳିବ ଅଧା ଦରମା

By

Published : Aug 21, 2020, 2:58 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ 24 ରୁ ଡିସେମ୍ବର 31 ମଧ୍ୟରେ ରୋଜଗାର ହରାଇଥିବା କର୍ମଚାରୀଙ୍କୁ 3 ମାସ ଯାଏଁ ହାରାହାରୀ ପାରିଶ୍ରମିକର 50 ପ୍ରତିଶତ ଦିଆଯିବ । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ଏ ନେଇ ନିଷ୍ପତ୍ତି ନେଇଛି ।

ରୋଜଗାର ଯିବା କିମ୍ବା ଏହା ଯିବା ସମ୍ଭାବନା ହେତୁ ଏହି ଦରମା ବେକାରୀ ସୁବିଧା ଭାବରେ ଦିଆଯିବ । ଇଏସଆଇସି ଏହି ସମ୍ବନ୍ଧରେ ନିୟମକୁ କୋହଳ କରିବାକୁ ନିଷ୍ପତ୍ତି ନେଇଛି ।

ପ୍ରମୁଖ ସର୍ତ୍ତ

ଏହି ଯୋଜନାର ଫାଇଦା କେବଳ ସେହି ୱାର୍କରଙ୍କୁ ମିଳିବ, ଯେଉଁମାନେ ଇଏସଆଇସି ସହ ସର୍ବନିମ୍ନ ଗତ 2 ବର୍ଷ ଧରି ଯୋଡି ହୋଇଥିବେ । ଅର୍ଥାତ ଯେଉଁମାନେ 2018 ଏପ୍ରିଲରୁ 2020 ମାର୍ଚ୍ଚ ଯାଏଁ ଏହି ଯୋଜନା ସହ ଯୋଡି ହୋଇଥିବେ ସେମାନେ ଏହି ଯୋଜନାରେ ଉପକୃତ ହେବେ । ତେବେ ଏଥିମଧ୍ୟରେ ଏହି ସମୟରେ 2019 ଅକ୍ଟୋବର 1 ରୁ 2020 ମାର୍ଚ୍ଚ 31 ମଧ୍ୟରେ ସର୍ବନିମ୍ନ 78 ଦିନ କାର୍ଯ୍ୟ ଆବଶ୍ୟକ ।

ଏଭଳି ଭାବେ ମିଳିବ ଫାଇଦା

ରୋଜଗାର ହରାଇଥିବା ୱାର୍କର ବେକାରୀ ହେବାର 30 ଦିନ ପରେ ହିଁ ପେମେଣ୍ଟ ପାଇଁ ଯୋଗ୍ୟ ହୋଇପାରିବେ । ସେମାନଙ୍କ କ୍ଲେମ ପାଇଁ 12 ଅଙ୍କର ଆଧାର କାର୍ଡର ପରିଚୟ ହେବା ଜରୁରୀ ।

ଏହି ସୁବିଧା ଅଟଳ ବୀମାଭୁକ୍ତ ବ୍ୟକ୍ତି କଲ୍ୟାଣ ଯୋଜନା ଅଧୀନରେ ଦିଆଯିବ, ଯାହା 2018 ଠାରୁ ଲାଗୁ ରହିଛି ।

ପୂର୍ବରୁ ଏହି ଯୋଜନା ଅଧିନରେ ବେକାରୀ ସମୟରେ କର୍ମଚାରୀ 25 ପ୍ରତିଶତ ପେମେଣ୍ଟ ପାଇଁ ଯୋଗ୍ୟ ହେଉଥିଲେ .। ହେଲେ ଏବେ ଏହି ରାଶି 50 ପ୍ରତିଶତ ଯାଏଁ କରିବାକୁ ନିଷ୍ପତ୍ତି ନିଆଯାଇଛି ।

କଣ ଏହି ଇଏସଆଇସି ସ୍କିମ ?

ଚଳିତ ମାସରେ 21 ହଜାର ଟଙ୍କା ପର୍ଯ୍ୟନ୍ତ କିମ୍ବା ତା ଠୁ କମ ଦରମା ପାଉଥିବା କର୍ମଚାରୀ ଇଏସଆଇସି ସ୍କିମ ଅଧିନରେ ଆସିଥାନ୍ତି । ପ୍ରତି ମାସରେ ସେମାନଙ୍କ ଦରମାର ଗୋଟିଏ ଭାଗ କାଟ ହୋଇଥାଏ ।

ଯାହା ଇଏମଆସି ର ଚିକିତ୍ସା ସୁବିଧା ଭାବରେ ଜମା ହୋଇଥାଏ । ପ୍ରତ୍ୟେକ ମାସରେ ୱାର୍କରଙ୍କ ଦରମା ଠାରୁ 0.75% ଏବଂ ନିଯୁକ୍ତିଦାତାଙ୍କ ଠାରୁ 3.25% ESIC କିଟିରେ ଜମା ହୋଇଥାଏ ।

ABOUT THE AUTHOR

...view details