ଓଡିଶା

odisha

ETV Bharat / business

ଆର୍ଥିକ ସର୍ଭେ ରିପୋର୍ଟ ପୂର୍ବରୁ ସେୟାର ବଜାର ସବୁଜ - nirmala

ଆଉ କିଛି ସମୟ ପରେ ମୁଖ୍ୟ ଆର୍ଥିକ ପରାମର୍ଶଦାତା ପ୍ରକାଶ କରିବେ ଅର୍ଥନୈତିକ ସର୍ଭେ ରିପୋର୍ଟ । ଆଉ ଏହା ପୂର୍ବରୁ ସବୁଜ ସଙ୍କେତ ସହ କାରବାର ଆରମ୍ଭ ହୋଇଛି । ତେବେ ଆଗକୁ ଏହି ଆର୍ଥିକ ରିପୋର୍ଟ ନିବେଶକଙ୍କୁ ଟଙ୍କା ଲଗାଇବାକୁ ଉତ୍ସାହିତ କରିବ ନା ନାହିଁ ? ସେ ନେଇ ରହିଛି ଅପେକ୍ଷା ।

ପ୍ରତିକାତ୍ମକ ଫଟୋ

By

Published : Jul 4, 2019, 12:29 PM IST

ନୂଆଦିଲ୍ଲୀ: କାରବାର ଆରମ୍ଭ ଦିନରୁ ସୁଦୃଢ ବଜାର । ମଜବୁତ ସେୟାର ବଜାର । ସୁବଜ ସଙ୍କେତରେ ସେନସେକ୍ସ ସୂଚକାଙ୍କ । ତେବେ ଆଗକୁ କୃଷ୍ଣମୂର୍ତ୍ତିଙ୍କ ପ୍ରଥମ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇବା ପରେ କଣ ରହିବ ବଜାରର ରୂପରେଖ । ସେ ନେଇ ଉଭୟ ନିବେଶକ ଓ ସେୟାର ହୋଲ୍ଡର ଅନାଇ ବସିଛନ୍ତି ।

ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 85.97 ପଏଣ୍ଟ ବଢି 39,925.22 କୁ ଡେଇଁଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 28.95 ପଏଣ୍ଟ ବୃଦ୍ଧି ପାଇ 11,945.70 ରେ ବଜାର ଖୋଲିଛି ।

ଆସନ୍ତାକାଲି କେନ୍ଦ୍ର ବଜେଟ । ଆଜି(ଗୁରୁବାର) ସଂସଦରେ ମୁଖ୍ୟ ଆର୍ଥିକ ପରାମର୍ଶଦାତ କୃଷ୍ଣମୂର୍ତ୍ତି ସୁବ୍ରମଣିଅମ ୨୦୧୮-୧୯ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଉପସ୍ଥାପନ କରିବେ।

ତେବେ ବଜେଟ ଆସୁଥିବାରୁ ଆଶା- ଆଶଙ୍କା ଜାରି ରହିଛି । ନୂଆ ଅର୍ଥମନ୍ତ୍ରୀଙ୍କ ଅଧିନରେ ପ୍ରଥମ ବଜେଟରେ କେଉଁ ସବୁ ଆର୍ଥିକ ଦିଗ ପାଇଁ ବ୍ୟୟବରାଦ ହେବ । ସେ ଉପରେ ରହିଛି ନିବେଶକଙ୍କ ଫୋକସ । ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଦେଶର ଅର୍ଥନୀତି ଗତିକରୁଥିବାରୁ ଏହି ବଜେଟ ସରକାରଙ୍କ ପାଇଁ ଅଧିକ ଚ୍ୟାଲେଞ୍ଜିଙ୍ଗ ରହିବ। ଏପରି ସ୍ଥିତିରେ ଅର୍ଥନୈତିକ ସର୍ଭେ ରିପୋର୍ଟରେ ସରକାର କିପରି ବିକାଶର ଗୋଲାପୀ ଚିତ୍ର ଆଙ୍କିବେ ତାକୁ ଦେଖିବାକୁ ନିବେଶକ, ଷ୍ଟକ ବଜାର, ଶିଳ୍ପ ଜଗତ ଓ ବିଶେଷଜ୍ଞମାନେ ଅପେକ୍ଷା କରିଛନ୍ତି ।

ABOUT THE AUTHOR

...view details