ଓଡିଶା

odisha

By

Published : Jun 12, 2020, 3:53 PM IST

ETV Bharat / business

CSCରେ ପେନସନଭୋଗୀ ଦାଖଲ କରିପାରିବେ ଜୀବନ ପ୍ରମାଣପତ୍ର

ପେନସନଭୋଗୀଙ୍କୁ ଜୀବନ ପ୍ରମାଣପତ୍ର ଦାଖଲ ନେଇ ଆଉ ସମସ୍ୟା ହେବନି । ଇପିଏଫଓ ପେନସନଭୋଗୀଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ସାଧାରଣ ସେବା କେନ୍ଦ୍ର (CSC) ବ୍ୟବହାର କରିବ । ଅଧିକ ପଢନ୍ତୁ..

EPFO to use CSCs for life certification of pensioners
CSC ରେ ପେନସନଭୋଗୀ ଦାଖଲ କରିପାରିବେ ଜୀବନ ପ୍ରମାଣପତ୍ର

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫଓ) ପେନସନଭୋଗୀଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ସାଧାରଣ ସେବା କେନ୍ଦ୍ର (CSC) ବ୍ୟବହାର କରିବ । ଏକ ସରକାରୀ ବିବୃତ୍ତିରେ ଏନେଇ ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ପ୍ରାୟ 65 ଲକ୍ଷ ପେନସନଭୋଗୀ 3.65 ଲକ୍ଷରୁ ଅଧିକ CSC ମାଧ୍ୟମରେ ସେମାନଙ୍କ ଜୀବନ ପ୍ରମାଣ ଦେଇପାରିବେ ।

ଶ୍ରମ ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି କି , କର୍ମଚାରୀ ପେନସନ ଯୋଜନା (ଇପିଏସ) ଅଧିନରେ ଆସୁଥିବା ପେନସନଭୋଗୀଙ୍କୁ ବିଶେଷ କରି କୋଭିଡ-19 ମହାମାରୀ ସମୟରେ ଘର ପର୍ଯ୍ୟନ୍ତ ସେବା ଯୋଗାଇକୁ ଇପିଏଫଓ ସିଏସସି ସହ ଭାଗିଦାରୀ କରିଛି । ଏହା ଜରିଆରେ ପେନସନଭୋଗୀ ନିଜ ଡିଜିଟାଲ ଜୀବନ ପ୍ରମାଣ ପତ୍ର ଦେଇପାରିବେ ।

ପେନସନ ଜାରି ରଖିବା ପାଇଁ ପ୍ରତିବର୍ଷ ଇପିଏସ ପେନସନଭୋଗୀଙ୍କୁ ଜୀବନ ପ୍ରମାଣ ଦେବାକୁ ପଡିଥାଏ । ସିଏସସି ବ୍ୟତିତ ଇପିଏସ ପେନସନଭୋଗୀମାନେ 135 ଆଞ୍ଚଳିକ କାର୍ଯ୍ୟାଳୟ ଏବଂ 117 ଜିଲ୍ଲା କାର୍ଯ୍ୟାଳୟ ତଥା ପେନସନ ବିତରଣ କରୁଥିବା ବ୍ୟଙ୍କ ଜରିଆରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ ।

ଇପିଏସ ପେନସନଭୋଗୀଙ୍କୁ ରିଲିଫ ଦେବାକୁ ଇପିଏଫଓ ସେମାନଙ୍କ ସୁବିଧା ଅନୁଯାୟୀ ସେବା ବିତରଣ ଏଜେନ୍ସି ବାଛିବାକୁ ବିକଳ୍ପ ଦେଇଛି। ପେନସନଭୋଗୀମାନେ ସେମାନଙ୍କ ସୁବିଧା ଅନୁଯାୟୀ ବର୍ଷର ଯେକୌଣସି ସମୟରେ ଡିଜିଟାଲ ଜୀବନ ପ୍ରମାଣ ଦେଇପାରିବେ ।

ABOUT THE AUTHOR

...view details