ଓଡିଶା

odisha

ETV Bharat / business

15ଦିନରେ 950 କୋଟି ଟଙ୍କାର କ୍ଲିୟରାନ୍ସ କରିଛି ଇପିଏଫଓ - ଇପିଏଫଓ କ୍ଲିୟରାନ୍ସ

କୋଭିଡ -19 ସଙ୍କଟ ସମୟରେ ଅଂଶୀଦାରଙ୍କୁ ରିଲିଫ ପାଇଁ ମାର୍ଚ୍ଚ 28 ରେ ଇପିଏଫ ସ୍କିମ ସହ ସ୍ୱତନ୍ତ୍ର ପ୍ରତ୍ୟାହାରର ବ୍ୟବସ୍ଥା ଯୋଗ କରାଯାଇଥିଲା। PMGKY ପ୍ୟାକେଜ ଅଧୀନରେ ଏହି ବିଶେଷ ରିଲିଫ ଦିଆଯାଇଥିଲା । ଅଧିକ ପଢନ୍ତୁ...

epfo
15ଦିନରେ 950 କୋଟି ଟଙ୍କାର କ୍ଲିୟରାନ୍ସ କରିଛି ଇପିଏଫଓ

By

Published : Apr 17, 2020, 1:09 AM IST

ନୂଆଦିଲ୍ଲୀ: ଲକଡାଉନର 15ଦିନ ମଧ୍ୟରେ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ)ର 950 କୋଟି ଟଙ୍କାର 3.31 ଲକ୍ଷ ଦାବି ସମାଧାନ କରିଛି କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ । ଗୁରୁବାର ଶ୍ରମ ମନ୍ତ୍ରାଣଳୟ ଏନେଇ ସୂଚନା ଦେଇଛି ।

ମନ୍ତ୍ରାଣଳୟ ନିଜ ବିବୃତ୍ତିରେ କହିଛି ଯେ, କୋଭିଡ -19 ସଙ୍କଟ ସମୟରେ ଅଂଶୀଦାରମାନଙ୍କୁ ରିଲିଫ ଯୋଗାଇବା ପାଇଁ ମାର୍ଚ୍ଚ 28 ରେ ଇପିଏଫ ସ୍କିମ ସହ ସ୍ୱତନ୍ତ୍ର ପ୍ରତ୍ୟାହାରର ବ୍ୟବସ୍ଥା ଯୋଗ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKY) ପ୍ୟାକେଜ ଅଧୀନରେ ଏହି ବିଶେଷ ରିଲିଫ ଦିଆଯାଇଥିଲା ।

ମନ୍ତ୍ରଣାଳୟ କହିଛି ଯେ ଏହି କାର୍ଯ୍ୟକ୍ରମର 15 ଦିନ ମଧ୍ୟରେ ଇପିଏଫଓ 946.49 କୋଟି ଟଙ୍କା ମୂଲ୍ୟର 3.31 ଲକ୍ଷ କ୍ଲିୟରାନ୍ସ ଦାବି ସମାଧାନ କରିଛି । ଏହା ବ୍ୟତୀତ ପିଏଫ ଟ୍ରଷ୍ଟଗୁଡିକ 284 କୋଟି ଟଙ୍କା ବିତରଣ କରିଛି। ଏଥିରେ TCS ମଧ୍ୟ ସାମିଲ ରହିଛି ।

ABOUT THE AUTHOR

...view details