ଓଡିଶା

odisha

By

Published : Aug 21, 2020, 5:19 PM IST

ETV Bharat / business

ଜୁନରେ ଇପିଏଫଓ ସାଢେ 6 ଲକ୍ଷ ନୂଆ ପଞ୍ଜୀକରଣ ରେକର୍ଡ

ଇପିଏଫଓର ନିୟମିତ ଦରମା ରେଜିଷ୍ଟ୍ରର ଅର୍ଥାତ ପେରୁଲ ଆଧାରିତ ଏହି ସଦ୍ୟ ତଥ୍ୟରୁ କୋଭିଡ-19 ସଙ୍କଟର ବର୍ତ୍ତମାନ ସ୍ଥିତିରେ ସଙ୍ଗଠିତ କ୍ଷେତ୍ରରେ ରୋଜଗାର ସ୍ଥିତିର ସଙ୍କେତ ମିଳିଥାଏ । ଅଧିକ ପଢନ୍ତୁ..

epfo records 6.55 lakh net new enrolments in june
epfo records 6.55 lakh net new enrolments in june

ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫଓ) ସଂଗଠିତ କ୍ଷେତ୍ରରେ ନିଯୁକ୍ତିର ଚିତ୍ର ଦର୍ଶାଇଥିବା ପରିସଂଖ୍ୟାନ ପ୍ରକାଶ କରିଛି । ଏହା ଅଧୀନରେ ଜୁନ ମାସରେ ନୂତନ ପଞ୍ଜୀକରଣ 6.55 ଲକ୍ଷକୁ ବୃଦ୍ଧି ପାଇଥିଲାବେଳେ ଚଳିତ ବର୍ଷ ମେ ମାସରେ ଏହି ସଂଖ୍ୟା ମାତ୍ର 1.72 ଲକ୍ଷ ରହିଛି ।

ଇପିଏଫଓର ନିୟମିତ ଦରମା ରେଜିଷ୍ଟ୍ରର ଅର୍ଥାତ ପେରୁଲ ଆଧାରିତ ଏହି ସଦ୍ୟ ତଥ୍ୟରୁ କୋଭିଡ-19 ସଙ୍କଟର ବର୍ତ୍ତମାନ ସ୍ଥିତିରେ ସଙ୍ଗଠିତ କ୍ଷେତ୍ରରେ ରୋଜଗାର ସ୍ଥିତିର ସଙ୍କେତ ମିଳିଥାଏ ।

ଗତ ମାସରେ ପ୍ରକାଶିତ ଅସ୍ଥାୟୀ ପେରୁଲ ତଥ୍ୟ ମୁତାବକ, ମେ ମାସରେ 3.18 ଲକ୍ଷ ଲୋକଙ୍କ ନିଟ୍ ପଞ୍ଜିକରଣ ହୋଇଛି। ଏହାକୁ ବର୍ତ୍ତମାନ ସଂଶୋଧିତ କରି 1,72,174 କରିଦିଆଯାଇଛି ।

ମେ ମାସରେ ପ୍ରକାଶିତ ଇପିଏଫଓ ତଥ୍ୟ ଅନୁଯାୟୀ, ନୂଆ ପଞ୍ଜୀକରଣ ସଂଖ୍ୟା 2020 ମାର୍ଚ୍ଚରୁ ହ୍ରାସ ପାଇଁ 5.72 ଲକ୍ଷରେ ରହିଛି । ଯାହାରି ଫେବୃଆରୀରେ 10.21 ଲକ୍ଷ ଥିଲା ।

ଏହି ସମୟରେ, ଶ୍ରମ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ 2020-21 ପ୍ରଥମ ତ୍ରୟମାସରେ ଇପିଏଫଓର ଅଂଶୀଦାରଙ୍କ ସଂଖ୍ୟା ପ୍ରାୟ 8.47 ଲକ୍ଷ ବୃଦ୍ଧି ପାଇଛି। ଗୁରୁବାର ପ୍ରକାଶିତ ନୂତନ ତଥ୍ୟ ଅନୁଯାୟୀ, ଏପ୍ରିଲରେ ନୂତନ ପଞ୍ଜୀକରଣ ମାତ୍ର 20,164 ଥିବାବେଳେ ଜୁଲାଇରେ ଜାରି ଅସ୍ଥାୟୀ ତଥ୍ୟରେ ଏହି ସଂଖ୍ୟା ଏକ ଲକ୍ଷ ଥିଲା।

ମୋଟ ଭାବେ EPFO ​​ପ୍ରତି ମାସରେ ହାରାହାରି ପ୍ରାୟ ସାତ ଲକ୍ଷ ନୂତନ ପଞ୍ଜିକରଣ ଗ୍ରହଣ କରିଥାଏ । ତଥ୍ୟ ଅନୁସାରେ ଆର୍ଥିକ ବର୍ଷ 2019-20 ମଧ୍ୟରେ ନୂଆ ଅଂଶୀଦାରଙ୍କ ମୋଟ ସଂଖ୍ୟ ବୃଦ୍ଧି ପାଇ 78.58 ରହିଛି । ଯାହାକି ଏହାର ପୂର୍ବ ଆର୍ଥ ବର୍ଷରେ 61.12 ଲକ୍ଷ ଥିଲା ।

ABOUT THE AUTHOR

...view details