ଓଡିଶା

odisha

ETV Bharat / business

ବେତନଭୋଗୀଙ୍କୁ ମିଳିବ ଖୁସି ଖବର, ମାର୍ଚ୍ଚ 4 ରେ ଘୋଷଣା ହେବ EPF ସୁଧ ହାର - ଇପିଏଫ ସୁଧ

କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି (ଇପିଏଫ) ଉପରେ ସୁଧ ହାର ଘୋଷଣା ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ହେବା ସମ୍ଭାବନା ଅଛି । ଏ ନେଇ ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟିଜ (CBT) ସହ ମାର୍ଚ୍ଚ 4 କୁ ଶ୍ରୀନଗରରେ ହେବ ବୈଠକ । ଅଧିକ ପଢନ୍ତୁ..

ବେତନଭୋଗୀଙ୍କୁ ମିଳିବ ଖୁସି ଖବର, ମାର୍ଚ୍ଚ 4  ଘୋଷଣା ହେବ EPF ସୁଧ ହାର
ବେତନଭୋଗୀଙ୍କୁ ମିଳିବ ଖୁସି ଖବର, ମାର୍ଚ୍ଚ 4 ଘୋଷଣା ହେବ EPF ସୁଧ ହାର

By

Published : Feb 16, 2021, 4:33 PM IST

ନୂଆଦିଲ୍ଲୀ: ଆସନ୍ତା ମାସ ପ୍ରଥମ ସପ୍ତାହରେ ବେତନଭୋଗୀଙ୍କୁ ମିଳିପାରେ ଖୁସି ଖବର । 2020-21 ପାଇଁ EPFO କରିବ ସୁଧ ହାର ଘୋଷଣା । ଏଥିପାଇଁ ସିବିଟି ସହ ଶ୍ରୀନଗରରେ ଆସନ୍ତା ମାସ 4 ରେ ବୈଠକ ବସିବ ।

କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି (ଇପିଏଫ) ଉପରେ ସୁଧ ହାର ଘୋଷଣା ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ହେବା ସମ୍ଭାବନା ରହିଛି । କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ସଙ୍ଗଠନ (ଇପିଏଫଓ)ର ନିଷ୍ପତ୍ତି ନେଉଥିବା ସଂସ୍ଥା ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟିଜ (CBT)ର ଆସନ୍ତା ବୈଠକ ମାର୍ଚ୍ଚ 4 କୁ ଶ୍ରୀନଗରରେ ହେବ । ଏହି ବୈଠକରେ 2020-21 ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ଜମା ଉପରେ ସୁଧ ହାର ବିଷୟରେ ଚର୍ଚ୍ଚା ହେବ । ଇପିଏଫଓ ସିବିଡିଟି ସଦସ୍ୟଙ୍କୁ କହିଛି କି ବୈଠକ ଠିକ ସମୟ ଓ ସ୍ଥାନ ଶୀଘ୍ର ସୂଚାଇ ଦିଆଯିବ । ବୈଠକର ଏଜେଣ୍ଡା ଶୀଘ୍ର ଆଗକୁ ପଠାଯିବ ।

ସୂଚନା ଅନୁସାରେ ସିବିଟି 2020-21 ପାଇଁ ସୁଧ ହାର ଉପରେ ଚର୍ଚ୍ଚ କରିପାରେ । ଯେପରି ଇପିଏଫଓର ପ୍ରାୟ 6 କୋଟି ଗ୍ରାହକଙ୍କ ଖାତାରେ କ୍ରେଡିଟ କରାଯାଇପାରିବ । ସରକାର ଆର୍ଥିକ ବର୍ଷ 2019-20 ପାଇଁ 8.5 ପ୍ରତିଶତ ସୁଧ ଦେବାକୁ ନିଷ୍ପତ୍ତି ନେଇଥିଲେ । ଯାହା 7 ବର୍ଷରେ ସବୁଠୁ କମ ଥିଲା । ସେପଟେ ଆର୍ଥିକ ବର୍ଷ 2018-19 ରେ ଏହି ହାର 8.65 ପ୍ରତିଶତ ଥିଲା ।

1953 ଫେବୃଆରୀ 5 ରେ ସିବିଟି ହୋଇଥିବା ପ୍ରଥମ ବୈଠକ ପରଠୁ ଶ୍ରୀନଗରରେ କେବେ ବି ଏ ନେଇ ବୈଠକ ହୋଇନାହାନ୍ତି । ସିବିଟିର ବୈଠକ ପ୍ରାୟତଃ ଦିଲ୍ଲୀ, ସିମଲା , ପାଟନା, ଚେନ୍ନାଇ ଓ ମୁମ୍ବାଇରେ ହୋଇଛି । ଶ୍ରମ ମନ୍ତ୍ରୀଙ୍କ ନେତୃତ୍ବରେ ସିବିଟିରେ ପ୍ରାୟ 40 ସଦସ୍ୟ ଅଛନ୍ତି ।

ପ୍ରକାଶ ଯେ, ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ଆଗତ କରିଥିବା 2021-22 ବଜେଟରେ ପିଏଫ ଫଣ୍ଡକୁ ନେଇ ବଡ ଘୋଷଣା କରିଥିଲେ । ପିଏଫରେ ନିବେଶ କରିବା ଉପରେ 80 ସି ଅଧିନରେ ଟିକସ ଡିଡକ୍ସର ଲାଭ , ଇଣ୍ଟ୍ରେଷ୍ଟ ଇନକମ ସମ୍ପୁର୍ଣ୍ଣ ରୂପେ ଟିକସ ଫ୍ରି ଓ 5 ବର୍ଷ ଉଠାଣ ଉପରେ ତାହା ବି ଟିକସ ଫ୍ରି ହେବ । ବର୍ଷକୁ 2.5 ଲକ୍ଷ ପର୍ଯ୍ୟନ୍ତ ପିଏଫ ସୁଧ ଆୟ ଉପରେ ଲାଗିବ ଟିକସ । ତେବେ ଏହା କେବଳ କର୍ମଚାରୀଙ୍କ ଯୋଗଦାନ ଉପରେ ଲଗାଯିବ । ଫଳରେ ଉଚ୍ଚ ଆୟକାରୀ ବେତନଭୋଗୀ ପ୍ରଭାବିତ ହେବ ।

ABOUT THE AUTHOR

...view details