ନୂଆଦିଲ୍ଲୀ: ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନୂଆ ଦଶକର ପ୍ରଥମ ବଜେଟରେ ଅର୍ଥମନ୍ତ୍ରୀ ରୋଜଗାର କ୍ଷେତ୍ର ଉପରେ ଅନେକ କଥା କହିଛନ୍ତି ।
ଅର୍ଥମନ୍ତ୍ରୀ କହିଛନ୍ତି, ‘2030 ସୁଦ୍ଧା, ଦୁନିଆର ସର୍ବାଧିକ କାର୍ମିକ ଲୋକ ଦେଶରେ ରହିବେ ଅର୍ଥାତ ଅଧିକ ଲୋକ ରୋଜଗାରକ୍ଷମ ହେବେ ।’ ଯାହାକୁ ଲକ୍ଷ୍ୟ କରି ନୂଆ ଶିକ୍ଷା ନିତି ଉପରେ ସରକାର କାମ କରୁଛନ୍ତି, ଯାହା ରୋଜଗାରର ନୂଆ ଅବସର ଖୋଲିବ । ଏଥିଲାଗି ଆମକୁ ଦୁଇ ଲକ୍ଷ ପ୍ରସ୍ତାବ ମିଳିଛି ।