ନୂଆଦିଲ୍ଲୀ: କୋଭିଡ-19 ମେଗା ଆର୍ଥିକ ପ୍ୟାକେଜର ଘୋଷଣା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘରୋଇ ସେକ୍ଟର କର୍ମଚାରୀଙ୍କୁ ଆଶ୍ବସ୍ତି ଦେଇଛନ୍ତି ।
3 ମାସର EPF ଦେବେ ସରକାର - ବେତନଭୋଗୀଙ୍କୁ ସରକାରଙ୍କ ରିଲିଫ
ସରକାର ଇପିଏଫରେ ନିଯୁକ୍ତିଦାତାଙ୍କ ଯୋଗଦାନ 12 ପ୍ରତିଶତରୁ ହ୍ରାସ କରି 10 ପ୍ରତିଶତ କରିଛନ୍ତି । ଅଧିକ ପଢନ୍ତୁ..
15 ହଜାରରୁ କମ ଆୟ କରୁଥିବା କର୍ମଚାରୀଙ୍କ ଇପିଏଫ ସରକାର ଦେବେ । ସରକାର ଜୁନ, ଜୁଲାଇ ଓ ଅଗଷ୍ଟ ମାସର ଇପିଏଫ ଜମା କରିବେ । ଏଥିରେ କର୍ମଚାରୀଙ୍କ 12 ପ୍ରତିଶତ ଓ ନିଯୁକ୍ତିଦାତାଙ୍କ 12 ପ୍ରତିଶତ ସରକାର ଦେବେ । ଏଥିପାଇଁ 25 ହଜାର କୋଟି ଟଙ୍କାର ସହାୟତା ଘୋଷଣା ହୋଇଛି ।
ଏହା ଦ୍ବାରା 3.67 ଲକ୍ଷ କମ୍ପାନୀ 72 ଲକ୍ଷ 22 ହଜାର କର୍ମଚାରୀଙ୍କୁ ଫାଇଦା ମିଳିବ । ପୂର୍ବରୁ ସରକାର ମାର୍ଚ୍ଚ, ଏପ୍ରିଲ ଓ ମେ ମାସର ଇପିଏଫ ଦେବା ପାଇଁ କହିଥିଲେ । ଏହି ନିୟମ ସେହି କମ୍ପାନୀଙ୍କ ପାଇଁ ଲାଗୁ ହେବ ଯେଉଁଠି କର୍ମଚାରୀଙ୍କ ସଂଖ୍ୟା 100 ଥିବ ଓ କର୍ମଚାରୀଙ୍କ ହାରାହାରି ମାସିକ ଆୟ 15 ହଜାର ଟଙ୍କା ଥିବ ।