ଭୁବନେଶ୍ବର: ଗ୍ରାମୀଣ ଶ୍ରମିକ ପରିବାରଙ୍କୁ ବର୍ଷରେ ଅନ୍ୟୁନ ବାଧ୍ୟତାମୂଳକ 100 ଶ୍ରମ ଦିବସ ଯୋଗାଇ ଦେବା ନିମନ୍ତେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଅଧିନିୟମରେ 1501 କୋଟି ଟଙ୍କା ବ୍ୟୟ ଅଟକଳ ଚଳିତ ବଜେଟରେ କରାଯାଇଛି । ଗ୍ରାମାଞ୍ଚଳର ଲୋକଙ୍କ ମଜୁରୀ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରିୟ ସହାୟତା ପ୍ରାପ୍ତି ପୂର୍ବରୁ ମଜୁରୀ ପୈଠ କରିବା ଉଦ୍ଦେଶ୍ୟରେ ମନରେଗା ଅଧିନରେ 500କୋଟି ଟଙ୍କାର କର୍ପସ ପାଣ୍ଠି ସୃଷ୍ଟି କରାଯାଇଛି ।
ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ତଥା ନ୍ୟାସନାଲ ରୁରାଲ୍ ଲାଇଭଲିହୁଡ୍ ମିଶନରେ ପ୍ରାୟ 852କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଶ୍ୟାମା ମୁଖାର୍ଜୀ URBAN ମିଶନ ନିମନ୍ତେ 80କୋଟି ଟଙ୍କା ଓ ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାଇଁ 300କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଉନ୍ନତିକରଣକୁ ଧ୍ୟାନ ଦିଆଯାଇଛି ।