ହାଇଦ୍ରାବାଦ: ଧନୀ ହୋଇ ଅବସର ନେବା ପାଇଁ ବହୁତ ସମୟ ଲାଗିଥାଏ । କିଛି ଲୋକ 35 ବର୍ଷ ବୟସୟରେ ତ ପୁଣି କିଛି ଲୋକ 65 ବର୍ଷରେ ଚାକିରୀରୁ ଅବସନର ନିଅନ୍ତି । ତେବେ ଏକ ମଜବୁତ ଅବସର ପାଣ୍ଠି ପ୍ରସ୍ତୁତ ପାଇଁ ସକ୍ଷମ ହେବାକୁ ଆପଣଙ୍କୁ 6 କିମ୍ବା 7 ଅଙ୍କର ମାସିକ ଆୟର ଆବଶ୍ୟକତା ନାହିଁ। ଆପଣଙ୍କୁ କେବଳ ଉଚିତ ଯୋଜନା ତିଆରି କରିବାକୁ ହେବ । ଆଉ ସେଥିରେ ପର୍ଯ୍ୟାପ୍ତ ଅନୁଶାସନ ମଧ୍ୟ ରହିବା ଜରୁରୀ । ଯଦି ଆପଣ ଧନୀ ହୋଇ ଅବସର ନେବାକୁ ଯୋଜନା କରୁଛନ୍ତି, ତେବେ ସେହି ସବୁ ବିଷୟରେ ଜାଣିବାକୁ ପଢନ୍ତୁ ଏହି ଲେଖା...
ଆପଣ ନିଜ ଆୟ ଯାଞ୍ଚ ନ କରି ପ୍ରବାହ କରିବାରେ ବ୍ୟସ୍ତ
You are just going with the flow without checking on your income
ଯଦି ଆପଣ ନିଜ ମାସିକ ଆୟ ବୃଦ୍ଧି ଉପରେ ଫୋକସ କରୁନାହାନ୍ତି, ତେବେ ପରବର୍ତ୍ତୀ ବର୍ଷରେ ଗରିବ ରହିବା ସମ୍ଭାବନା ଅଧିକ ରହିଛି । ଏପରିକି ଯଦି ଆପଣ ଏକ ପାର୍ଟ ଟାଇମ୍ ପ୍ରୋଜେକ୍ଟ ଖୋଜିବାରେ ଅସମର୍ଥ କିମ୍ବା ଆପଣ ନିଜ ସ୍ୱପ୍ନର ଚାକିରୀ ଖୋଜିବା ପାଇଁ ସଂଘର୍ଷ କରୁଛନ୍ତି, ତେବେ ଆପଣ କେବଳ ବର୍ତ୍ତମାନ ଆୟକୁ ଦ୍ୱିଗୁଣିତ କରିବା ଉପରେ ଧ୍ୟାନ ଦେବା ଉଚିତ । ଅଧିକ ରୋଜଗାର ଦିଗରେ ଯଦି କୌଣସି ପଦକ୍ଷେପ ନ ନେଇ କେବଳ ପ୍ରବାହ (ଖର୍ଚ୍ଚ) କରନ୍ତି ,ତେବେ ଏହା ଆପଣଙ୍କୁ ବର୍ତ୍ତମାନ ସମୟରେ ମଧ୍ୟ ଆର୍ଥିକ ସମସ୍ୟାକୁ ଠେଲିଦେବ । ତେଣୁ, ଏକ ସମୃଦ୍ଧ ଜୀବନଯାପନ ପାଇଁ,ଆପଣଙ୍କୁ ଧନ ବୃଦ୍ଧି କରିବାର ଉପାୟ ଖୋଜିବା ଆରମ୍ଭ କରିବା ଆବଶ୍ୟକ ।
ଆପଣ ନିୟମିତ ଭାବେ ସଞ୍ଚୟ କରୁନାହାନ୍ତି
You are not saving regularly
ଏହା ହେଉଛି ଏକ ପ୍ରାଥମିକ କାରଣ ଯାହା ଆପଣଙ୍କୁ ଧନୀ ହେବାକୁ ପ୍ରତିବନ୍ଧକ ସାଜିବ । retirement corpus କରିବା ଦିଗରେ ପ୍ରଥମ ପଦକ୍ଷେପ ହେଉଛି ପର୍ଯ୍ୟାପ୍ତ ସଞ୍ଚୟ କରିବା । ଯଦି ଆପଣ ନିଜ ମାସିକ ଆୟର ଏକ ଅଂଶ ନିଜ ଅବସର ପାଣ୍ଠି ପାଇଁ ସଞ୍ଚୟ କରୁନାହାନ୍ତି, ତେବେ ଆପଣଙ୍କ ଅବସର ଯୋଜନା ବୃଥା । ଯଦି ଆପଣ ଏହି ଟଙ୍କାକୁ ଅଲଗା ରଖିବାକୁ ଭୁଲି ଯାଉଛନ୍ତି, ତେବେ ଆପଣଙ୍କର ସଞ୍ଚୟକୁ ସ୍ୱୟଂଚାଳିତ କରନ୍ତୁ କିମ୍ବା ବାହାରେ ଖାଇବା ଖାଇବା, ଅର୍ଡର କରିବା , ମାସିକ ସବସ୍କ୍ରିପ୍ସନ, ଫୋନ ବିଲ ଆଦି ଖର୍ଚ୍ଚ କାଟ କରନ୍ତୁ । ନଚେତ ଆପଣ ଅନ୍ୟ ଚାକିରୀ ବିକଳ୍ପ ବାଛି ଅଧିକ ସଞ୍ଚୟ କରିପାରିବେ । କିମ୍ବା ଆୟର ଏକ ନୂଆ ଉତ୍ସ (source of income) ଆରମ୍ଭ କରିବାକୁ ଯୋଜନା କରନ୍ତୁ ।
ଉଦାହରଣ ସ୍ବରୂପ, ଯଦି ଆପଣ ଡିଜିଚାଲ ମାର୍କେଟିଂ, ଆନିମେସନ କିମ୍ବା ଅନ୍ୟ କ୍ଷେତ୍ରରେ ଅଛନ୍ତି ତେବେ ଆପଣ ଫ୍ରିଲାନ୍ସ ପ୍ରୋଜେକ୍ଟ ମଧ୍ୟ ଦେଖିପାରିବେ । ଆଉ ଯଦି ଏସବୁ ମଧ୍ୟରୁ ଆପଣ କେଉଁଥିରେ ବି ନାହାଁନ୍ତି, ତେବେ ଏହି ସମୟରେ ଆପଣ ପର୍ଯ୍ୟାୟ ସଞ୍ଚୟ ଆରମ୍ଭ ପାଇଁ ନିଜ ଅବସର ପ୍ଲାନକୁ ପୁଣି ପ୍ରସ୍ତୁତ କରନ୍ତୁ ।
ଆପଣ କ୍ରେଡିଟ କାର୍ଡ ଉପରେ ବହୁତ ନିର୍ଭରଶୀଳ
You are too much dependent on credit cards
ଆପଣ ବିଦ୍ୟୁତ ବିଲ ପୈଠ କରିବେ କି ? ଖାଦ୍ୟ ସାମଗ୍ରୀ ଷ୍ଟକ କରିବା ଆବଶ୍ୟକ ଅଛି କି? ଡାଇନିଂ ବିଲ ଦେବେ କି , ଯଦି ଏସବୁ କ୍ରେଡିଟ୍ କାର୍ଡ ମାଧ୍ୟମରେ କରାଯାଉଥାଏ ତେବେ ଆପଣ ଆପଣଙ୍କର ଆର୍ଥିକ ସ୍ଥିତିକୁ ପୁନର୍ବିଚାର କରନ୍ତୁ । ଯଦି ଆପଣ ମୌଳିକ ଆବଶ୍ୟକତା ପୂରଣ ପାଇଁ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଆପଣ ପୂର୍ବରୁ ହିଁ ଋଣ ଜାଲରେ ପଡ଼ିବାକୁ ପ୍ରସ୍ତୁତ ହୋଇସାରିଛନ୍ତି। କ୍ରେଡିଟ କାର୍ଡ ବିଲ ପେମେଣ୍ଟରେ ରିହାତି କେବଳ ଆପଣଙ୍କ କ୍ରେଡିଟ ସ୍କୋରକୁ ହ୍ରାସ କରେ ନାହିଁ, ବରଂ ସୁଧ ମଧ୍ୟ ଯୋଡିଥାଏ, ଯାହା ଆପଣଙ୍କ ଋଣକୁ ଆଗକୁ ବୃଦ୍ଧି କରିପାରେ ।
ଆପଣ ମାସ ଶେଷରେ ସଂଘର୍ଷ କରୁଛନ୍ତି
You are struggling at the end of every month
ଯଦି ଆପଣ ମାସ ଆରମ୍ଭରେ ମାସ ଶେଷରେ ଦରମାର ଅପେକ୍ଷା କରୁଛନ୍ତି, ତେବେ ଆପଣଙ୍କୁ ବସି ନିଜ ଅର୍ଥ ସମ୍ବନ୍ଧରେ ବିଚାର କରିବା ଜରୁରୀ । ଆପଣଙ୍କୁ ବୁଝିବା ଦରକାର କି ଏହା (ଅପେକ୍ଷା) ଏକ ଭଲ ସଙ୍କେତ ନୁହେଁ । ଆଉ ଏହାର ସୁନିଶ୍ଚିତ ପାଇଁ ଏକ ଯୋଜନା ତିଆରି କରିବା ଆବଶ୍ୟକ କି, ଆପଣ ନିଦ ଦରମା ଉପରେ ସମ୍ପୁର୍ଣ୍ଣ ରୂପେ ନିର୍ଭର ନୁହଁନ୍ତି। ଆପଣଙ୍କୁ ଏକ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ରହିଛି । ଯାହା ଆପଣଙ୍କୁ ମାସ ଶେଷ ହେବା ପୂର୍ବରୁ ଅତି କମରେ କିଛି ପରିମାଣ ସଞ୍ଚୟ କରିବାକୁ ଅନୁମତି ଦେବ । ଏହା ବ୍ୟତିତ ଜାଣିରଖୁନ୍ତୁ କି, ଆପଣଙ୍କ ଋଣ ଆବେଦନକୁ ପ୍ରକ୍ରିୟାକରଣ କରିବା ସମୟରେ ବ୍ୟାଙ୍କଗୁଡିକ ମଧ୍ୟ ଏହି ଫ୍ୟାକ୍ଟର ସବୁ ଯାଞ୍ଚ କରିଥାନ୍ତି ।
ଆପଣଙ୍କ ଫିଲ୍ଡରେ ନିଯୁକ୍ତି ସୁଯୋଗ ବହୁତ ସୀମିତ କାହିଁକି
Job opportunities are very limited in your field