ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା, ନୀରବ ମୋଦି ଓ ମେହୁଲ ଚୋକସୀଙ୍କ ପାଖାପାଖି 18,170.02 କୋଟି ଟଙ୍କାର ସମ୍ପତ୍ତି ହୋଇଥିଲା ଜବତ । ଏଥିରୁ 9371 କୋଟି ଟଙ୍କାର ସମ୍ପତ୍ତି ସରକାର ଓ ସରକାରୀ ବ୍ୟାଙ୍କକୁ ଟ୍ରାନ୍ସଫର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ।
ପଳାତକଙ୍କ ଯୋଗୁଁ ବ୍ୟଙ୍କକୁ ହୋଇଥିବା କ୍ଷତିର 80 ପ୍ରତିଶତ ସମ୍ପତ୍ତି ଜବତ କରିସାରିଛି ଇଡି । ସିବିଆଇ ଏତଲା ଅନୁଯାୟୀ, ଇଡି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହାସହିତ ଦେଶ ତଥା ଦେଶ ବାହାରେ ହୋଇଥିବା ନେଣଦେଣ ଓ ସମ୍ପତ୍ତିର ସନ୍ଧାନ ପାଇଛି ।