ଓଡିଶା

odisha

By

Published : Jun 10, 2020, 9:27 PM IST

ETV Bharat / business

ନୀରବ ଓ ଚୋକସିଙ୍କ 1350 କୋଟିର ମୁଲ୍ୟବାନ ଧାତୁକୁ ହଂକଂରୁ ଆଣିଲା ଇଡି

ପିଏନବି ଘୋଟାଲାର ମାଷ୍ଟରମାଇଣ୍ଡ ନୀରବ ମୋଦି ଓ ମାମୁଁ ମେହୁଲ ଚୋକସୀଙ୍କୁ ବଡ ଝଟକା । ହଂକଂରୁ ଉଭୟଙ୍କ ସଂସ୍ଥାରୁ 1350 କୋଟି ଟଙ୍କାର ମୁଲ୍ୟବାନ ଧାତୁ ଆଣିଛି ଇଡି । ଅଧିକ ପଢନ୍ତୁ..

Nirav Modi News
ନୀରବ ଓ ଚୋକସୀଙ୍କ 1350 କୋଟିର ମୁଲ୍ୟବାନ ଧାତୁକୁ ହଂକଂରୁ ଆଣିଲା ଇଡି

ନୂଆଦିଲ୍ଲୀ: ବୁଧବାର ନୀରବ ମୋଦି ଓ ମେହୁଲ ଚୋକସୀଙ୍କ ସଂସ୍ଥାଗୁଡିକରୁ 1350 କୋଟି ଟଙ୍କାର 2300 କିଲୋଗ୍ରାମରୁ ଅଧିକ ପଲିସ ହୀରା ଓ ମୋତି ହଂକଂରୁ ଆଣିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ମୁମ୍ବାଇରେ ଅବତରଣ କରିଥିବା 108 ଟି ପ୍ୟାକେଟ ମଧ୍ୟରୁ 32ଟି ନୀରବ ମୋଦିଙ୍କ ଦ୍ୱାରା ନିୟନ୍ତ୍ରିତ ବିଦେଶୀ ସଂସ୍ଥାଗୁଡିକର ହୋଇଥିବାବେଳେ ବାକି ମେହୁଲ ଚୋକସୀଙ୍କ ସଂସ୍ଥାର ।

ମୁମ୍ବାଇର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ 14 ହଜାର କୋଟି ଟଙ୍କା ଋଣ ନୀରବ ମୋଦି ଓ ତାଙ୍କ ମାମୁଁ ମେହୁଲ ଚୋକ୍ସି ବିଦେଶୀକୁ ଫେରାର ହୋଇଯାଇଥିଲେ । ଏ ନେଇ ପ୍ରିଭେନ୍ସନ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅଧିନରେ ଇଡି ପକ୍ଷରୁ ଯାଞ୍ଚ କରାଯାଉଛି ।

ଏଜେନ୍ସି କହିଛି କି , ଏସବୁ ମୁଲ୍ୟବାନ ଧାତୁକୁ ଆଣିବା ପାଇଁ ଇଡି ହଂକଂରେ ଅଧିକାରୀମାନଙ୍କ ସହ ସମସ୍ତ ଆଇନଗତ ପ୍ରକ୍ରିୟା ପୂରା କରିଛି । ଏହି ମୁଲ୍ୟବାନ ଧାତୁକୁ ଏବେ ପିଏମଏଲଏ ଅଧିନରେ ଔପଚାରିକ ରୂପରେ ଜବତ କରିଦିଆଯିବ ।

ABOUT THE AUTHOR

...view details