ଓଡିଶା

odisha

ମନି ଲଣ୍ଡ୍ରିଂ ମାମଲା: ଚନ୍ଦା କୋଚ୍ଚରଙ୍କୁ ଆଶ୍ବସ୍ତି, ନିଆଯିବନି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ

By

Published : Nov 20, 2020, 8:50 PM IST

ଋଣ ଜାଲିଆତି ମାମଲାରେ ଚନ୍ଦା କୋଚ୍ଚରଙ୍କୁ ଆଶ୍ବସ୍ତି । ତାଙ୍କ ବିରୋଧରେ କୌଣସି ଦଣ୍ଡନୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ ହେବ ନାହିଁ ବୋଲି ଇଡି ଦେଇଛି ଭରସା । ଅଧିକ ପଢନ୍ତୁ..

ମନି ଲଣ୍ଡ୍ରିଂ ମାମଲା: ଚନ୍ଦା କୋଚ୍ଚରଙ୍କୁ ଆଶ୍ବସ୍ତି, ନିଆଯିବନି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ
ମନି ଲଣ୍ଡ୍ରିଂ ମାମଲା: ଚନ୍ଦା କୋଚ୍ଚରଙ୍କୁ ଆଶ୍ବସ୍ତି, ନିଆଯିବନି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଏମଡି ଚନ୍ଦା କୋଚ୍ଚରଙ୍କୁ ଆଶ୍ବସ୍ତି । ମନି ଲଣ୍ଡ୍ରିଂ ମାମଲାରେ ଚନ୍ଦା କୋଚ୍ଚରଙ୍କ ସହ କୌଣସି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟଙ୍କୁ ଆଶ୍ବସନା ଦେଇଛି ।

ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଟିସ ଦୀନେଶ ମହେଶ୍ୱରୀ ଏବଂ ଜଷ୍ଟିସ ଋଷିକେଶ ରାୟଙ୍କ ଖଣ୍ଡପୀଠକୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୂଚନା ଦେଇଛନ୍ତି ଯେ ଏଜେନ୍ସି ଆଇସିଆଇସିଆଇ-ଭିଡିଓକନ୍ ଗ୍ରୁପ୍ ଋଣ ପଞ୍ଜିକୃତ ମାମଲାରେ କୌଣସି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ।

ତେବେ ଖଣ୍ଡପୀଠ କହିଛି କି ଏହି ମାମଲାରେ ଚନ୍ଦା କୋଚ୍ଚର ନିଜ ସ୍ବାମୀ ଦୀପକ କୋଚ୍ଚର ଗିରଫ ବିରୋଧରେ ଦାଖଲ କରିଥିବା 2 ଯାଚିକା ଉପରେ ଶୁଣାଣି ପରେ କରିବେ ।

ନିକଟରେ ଇଡି ଦର୍ଶାଇଛି କି କୋଚର, ଦୀପକ କୋଚ୍ଚର ଏବଂ ଭିଡିଓକନ ସମୂହର ମୁଖ୍ୟ ଭିଡିଓକନ କମ୍ପାନି ମୁଖ୍ୟ ବେଣୁଗୋପାଳ ଧୁତଙ୍କ ବିରୋଧରେ ଋଣ ଜାତିଆତି ଅଭିଯୋଗ ଦାଖଲ ହୋଇଛି । ତେବେ ଏହି ମାମଲାରେ କୋଚର, ଧୂତ ଓ ଅନ୍ୟମାନେ ଏହାକୁ ଖଣ୍ଡନ କରୁଥିବା ସରକାରୀ ସୂତ୍ରରେ ରହିଛି ।

କୋଚର, ଧୂତ ଏବଂ ଅନ୍ୟମାନଙ୍କ ବିରୋଧରେ ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଏଫଆଇଆର ଅଧ୍ୟୟନ କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ ମାମଲା ପଞ୍ଜୀକୃତ କରିଥିଲା ​​ଏବଂ ପରେ ଦୀପକ କୋଚ୍ଚରଙ୍କୁ ଗିରଫ କରିଥିଲା।

ସୂଚନା ମୁତାବକ, 2012ରେ ଭିଡିଓକନ ଗ୍ରୁପକୁ ଆଇସିଆଇସିଆଇ ପକ୍ଷରୁ 3,250କୋଟି ଟଙ୍କା ଋଣ ଦିଆଯାଇଥିଲା । ଆଉ ଏହି ସମୟରେ ବ୍ୟାଙ୍କର ପ୍ରମୁଖ ଭାବେ ଚନ୍ଦା କୋଚ୍ଚର କାର୍ଯ୍ୟଭାର ସମ୍ଭାଳୁଥିଲେ । ଏହି ଋଣ ନେଣଦେଣରେ ଅନିୟମତା ଦେଖାଦେଇଥିବାରୁ ସମସ୍ତଙ୍କ ନଜରକୁ ଚନ୍ଦା କୋଚ୍ଚର ଆସିଥିଲେ । ଫଳରେ ବାଧ୍ୟ ହୋଇ ଚନ୍ଦାଙ୍କୁ ପଦବୀ ଛାଡିବାକୁ ପଡିଥିଲା ।

ABOUT THE AUTHOR

...view details