ଓଡିଶା

odisha

ETV Bharat / business

ଅର୍ଥବ୍ୟବସ୍ଥାକୁ ଝଟକା: ଏ ସବୁ ରେଟିଙ୍ଗ ଏଜେନ୍ସି କମାଇଲେ ଅଭିବୃଦ୍ଧି ଅନୁମାନ - rating agencies reduced indias economic growth forecast

ଧୀମା ଅର୍ଥବ୍ୟବସ୍ଥା କୋଭିଡ-19 ପ୍ରଭାବରେ ମାନ୍ଦାମୁହାଁ ହେଲାଣି । ଦେଶ ବ୍ୟାପି ଲକଡାଉନ କାରଣରୁ ଆର୍ଥିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହେଉଛି । ଏଥିପାଇଁ ବିଭିନ୍ନ ରେଟିଙ୍ଗ ଏଜେନ୍ସି ଭାରତର ଅଭିବୃଦ୍ଧି ଅନୁମାନରୁ ପ୍ରବଳ ହ୍ରାସ କରୁଛନ୍ତି । ଅଧିକ ପଢ଼ନ୍ତୁ...

economy setback several rating agencies reduced indias economic growth forecast
ଅର୍ଥବ୍ୟବସ୍ଥାକୁ ଝଟକା: ଏ ସବୁ ରେଟିଙ୍ଗ ଏଜେନ୍ସି କମାଇଲେ ଅଭିବୃଦ୍ଧି ଅନୁମାନ

By

Published : Apr 14, 2020, 2:03 AM IST

ନୂଆଦିଲ୍ଲୀ: ଲକଡାଉନ ମାଡରେ ଦୁର୍ବଳ ହେଉଛି ଦେଶର ମେରୁଦଣ୍ଡ । କାରବାର ଠପ ଯୋଗୁଁ ହ୍ରାସ ପାଉଛି ଆୟ । ଉତ୍ପାଦନ ବି ନାହିଁ । ଏ ସବୁକୁ ଦୃଷ୍ଟିରେ ରଖି ବିଭିନ୍ନ ରେଟିଙ୍ଗ ଏଜେନ୍ସି ଭାରତର ଅଭିବୃଦ୍ଧି ଅନୁମାନରୁ ପ୍ରବଳ ହ୍ରାସ କରୁଛନ୍ତି ।

ଧୀମା ଅର୍ଥବ୍ୟବସ୍ଥା କୋଭିଡ-19 ପ୍ରଭାବରେ ମାନ୍ଦାମୁହାଁ ହେଲାଣି । ଦେଶ ବ୍ୟାପି ଲକଡାଉନ କାରଣରୁ ଆର୍ଥିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହେଉଛି । କଟକଣା ମଧ୍ୟରେ ରପ୍ତାନୀ ଓ ଯୋଗାଣ ବନ୍ଦ ରହିଛି ।

ବହୁ ଅର୍ଥଶାସ୍ତ୍ରୀଙ୍କ କହିବା ଅନୁଯାୟୀ ମଧ୍ୟ ଭାରତର ପରିସ୍ଥିତି ଭଲ ନାହିଁ । ଯଦି ଦେଶରେ ଲକଡାଉନ ଅଧିକ ସମୟ ଜାରି ରୁହେ ତେବେ ଆର୍ଥିକ ପରିଣାମ ଅଧିକ ଖରାପ ହେବା ସମ୍ଭାବନା ନାହିଁ । ଏଣୁ ଏ ସବୁ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରଥମେ ଏହାର ସଂକ୍ରମଣକୁ ରୋକିବାକୁ ପଡିବ ।

ଜାଣନ୍ତୁ, କିଏ କେତେ ଖସାଇଲା ଅଭିବୃଦ୍ଧି ଅନୁମାନ

  1. ଚଳିତ ଆର୍ଥିକ ବର୍ଷ ଭାରତର ଅଭିବୃଦ୍ଧି ହାର 1.5-2.8 ପ୍ରତିଶ ରହିବ ବୋଲି ବିଶ୍ବ ବ୍ୟାଙ୍କର ଅନୁମାନ
  2. 4 ପ୍ରତିଶତକୁ ଖସାଇଲା ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ
  3. ଏସ ଆଣ୍ଡ ପି ଗ୍ଲୋବାଲ ରେଟିଂ ଅଭିବୃଦ୍ଧି ପୂର୍ବାନୁମାନକୁ 3.5 ପ୍ରତିଶତକୁ ହ୍ରାସ କରିଛି
  4. ଫିଚ ରେଟିଂ ର ଅଭିବୃଦ୍ଧି ହାରକୁ 2 ପ୍ରତିଶତ ବୋଲି ଆକଳନ କରିଛି।
  5. ମୁଡିସ ଇନଭେଷ୍ଟର ସର୍ଭିସେସ 2020 କ୍ୟାଲେଣ୍ଡର ବର୍ଷରେ ଦେଶର ଅଭିବୃଦ୍ଧି ହାର 2.5 ପ୍ରତିଶତ ହେବ ବୋଲି ଆକଳନ କରିଛି।
  6. ଘରୋଇ ରେଟିଂ ଏଜେନ୍ସି CRISIL ମଧ୍ୟ ଭାରତର ଜିଡିପି 3.5 ପ୍ରତିଶତକୁ ଆକଳନ କରିଛି।
  7. ନିବେଶ ଏବଂ କ୍ରେଡିଟ ରେଟିଂ ଏଜେନ୍ସି (ICRA) ଜିଡିପି ପ୍ରାସ 2 ପ୍ରତିଶତ ରହିପାରେ ବୋଲି କହିଛି ।
  8. ଆମେରିକାର ଦଲାଲ ସଂସ୍ଥା ଗୋଲ୍ଡମ୍ୟାନ୍ ସାକ୍ସ ଅନୁମାନରେ ଭାରତର ଜିଡିପି 1.6 ପ୍ରତିଶତ ରହିପାରେ ।

ABOUT THE AUTHOR

...view details