ଓଡିଶା

odisha

By

Published : Apr 7, 2021, 4:33 PM IST

ETV Bharat / business

ଚଳିତ ଆର୍ଥିକ ବର୍ଷ ଅର୍ଥବ୍ୟବସ୍ଥା 10.5% ରହିପାରେ: ଆରବିଆଇ

ବିଭିନ୍ନ ଦିଗକୁ ଧ୍ୟାନ ରଖି ଆରବିଆଇ ଆକଳନ କରିଛି ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର । ଏହା ଅନୁସାରେ ପ୍ରଥମ ତ୍ରୟମାସରେ 26.2 ପ୍ରତିଶତ ରହିପାରେ ଜିଡିପି ।

ଚଳିତ ଆର୍ଥିକ ବର୍ଷ ଅର୍ଥବ୍ୟବସ୍ଥା  10.5% ରହିପାରେ: ଆରବିଆଇ
ଚଳିତ ଆର୍ଥିକ ବର୍ଷ ଅର୍ଥବ୍ୟବସ୍ଥା 10.5% ରହିପାରେ: ଆରବିଆଇ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ଅଭିବୃଦ୍ଧି ହାର ଅନୁମାନକୁ 10.5 ପ୍ରତିଶତରେ ସ୍ଥିର ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ବୁଧବାର ମୁଦ୍ରାନୀତି ବୈଠକ ନିଷ୍ପତ୍ତି ଘୋଷଣା ସହ ଏ ନେଇ ପ୍ରକାଶ କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଆରବିଆଇ ଅନୁସାରେ କୋଭିଡ-19 ସଂକ୍ରମଣ ମାମଲା ବୃଦ୍ଧି ଦ୍ବାରା ଅଭିବୃଦ୍ଧି ହାରରେ ସୁଧାର ନେଇ ଅନିଶ୍ଚିତତା ସୃଷ୍ଟି ହୋଇପାରେ ।

ଆରବିଆଇର ସଦ୍ୟ ଏମପିସି ବୈଠକ ସମୀକ୍ଷା ମୁତାବକ ଆରବିଆଇ ଆର୍ଥିକ ବର୍ଷ 2021-22 ପାଇଁ ଜିଡିପି ବୃଦ୍ଧି ଦର 10.5 ପ୍ରତିଶତ ରଖିବା ଅନୁମାନ ପ୍ରକାଶ କରିଛି ।

ସମୀକ୍ଷାରେ କୁହାଯାଇଛି କି ବିଭିନ୍ନ ଦିଗକୁ ଧ୍ୟାନରେ ରଖି ‘ 2021-22 ରେ ବାସ୍ତବିକ ଜିଡିପି ଅଭିବୃଦ୍ଧି 10.5 ପ୍ରତିଶତରେ ରହିବା ଅନୁମାନ ରହିଛି । ଯାହାକି ପ୍ରଥମ ତ୍ରୟମାସରେ 26.2 ପ୍ରତିଶତ, ଦ୍ବିତୀୟ ତ୍ରୟମାସରେ 8.3 ପ୍ରତିଶତ, ତୃତୀୟ ତ୍ରୟମାସରେ 5.4 ପ୍ରତିଶତ ଓ ଚତୁର୍ଥ ତ୍ରୟମାସରେ 6.2 ପ୍ରତିଶତ ରହିପାରେ ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରାନୀତି ସମିତି (ଏମପିସି)ର ନିଷ୍ପତ୍ତି ଘୋଷଣା କରି କହିଛନ୍ତି କି, ‘‘ ସମସ୍ତଙ୍କ ସହମତି ସହିତ ଏହା ମଧ୍ୟ ସ୍ଥିର ହୋଇଛି ଯେ ପର୍ଯ୍ୟନ୍ତ ସ୍ଥିର ଭିତ୍ତିରେ ଅଭିବୃଦ୍ଧି ବଜାୟ ରଖିବା ଆବଶ୍ୟକ, ଉଦାରବାଦୀ ମନୋଭାବ ବଜାୟ ରହିବ ଏବଂ କୋଭିଡ -19 ର ଅର୍ଥନୀତି ଉପରେ ପ୍ରଭାବ ହ୍ରାସ କରିବାକୁ ଉଦ୍ୟମ କରାଯିବ ।

ଆରବିଆଇ ରେପାରେଟ ହାରକୁ ଚାରି ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି । ହେଲେ ଏଥି ସହିତ ଅର୍ଥନୀତିକୁ ସମର୍ଥନ ଦେବା ପାଇଁ ଆବଶ୍ୟକ ପଡିଲେ ଆଗକୁ ଅଧିକ କଟକଣା ଆହ୍ବାନ ସହ ଏକ ଉଦାରବାଦୀ ଆଭିମୁଖ୍ୟ ବଜାୟ ରଖିଛି ।

ଦାସ କହିଛନ୍ତି କି କେନ୍ଦ୍ରୀୟ ବ୍ୟାଙ୍କ ପ୍ରଣାଳୀରେ ପର୍ଯ୍ୟାପ୍ତ ନଗଦ ସୁନିଶ୍ଚିତ କରିବ । ଯାହା ଦ୍ବାରା ଉତ୍ପାଦନକାରୀ କ୍ଷେତ୍ରଗୁଡିକ ସହଜରେ ଋଣ ମିଳିପାରିବ । ଆରବିଆଇ କହିଛି ଯେ ଯଦିଓ ବିନିର୍ମାଣ , ସେବା ଏବଂ ଭିତ୍ତିଭୂମି କ୍ଷେତ୍ରର କମ୍ପାନୀଗୁଡ଼ିକ ଚାହିଦା ବୃଦ୍ଧି ପାଇଁ ଆଶାବାଦୀ, କିନ୍ତୁ ଅନ୍ୟପକ୍ଷରେ, କୋଭିଡ -19 ସଂକ୍ରମଣର ବୃଦ୍ଧି ମାମଲା ଯୋଗୁଁ ଉପଭୋକ୍ତାଙ୍କ ବିଶ୍ବାସ ଦୁର୍ବଳ ହୋଇଯାଇଛି ।

ABOUT THE AUTHOR

...view details