ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଐତିହାସିକ ରାମଚନ୍ଦ୍ର ଗୁହାଙ୍କ ମଧ୍ୟରେ ଟ୍ବିଟରରେ ବାକ ଯୁଦ୍ଧ । ସୀତାରମଣ ଗୁହାଙ୍କକୁ କହିଛନ୍ତି କି ଅର୍ଥବ୍ୟବସ୍ଥାକୁ ନେଇ ଚିନ୍ତା କରିବା ଆବଶ୍ୟକ ନାହିଁ । କାରଣ ଏହା ସୁରକ୍ଷିତ ହାତରେ ରହିଛି ।
ଏହା ପୂର୍ବରୁ ଗୁହା ବ୍ରିଟିଶ ଲେଖକ ଫିଲିପ ସ୍ପାର୍ଟଙ୍କ 1939 ଏକ ଟିପ୍ପଣୀକୁ ଦର୍ଶାଇ କହିଥିଲେ କି ଗୁଜୁରାଟ ଆର୍ଥିକ ରୂପରେ ମଜବୁତ ଥିଲା ହେଲେ ସାଂସ୍କୃତିକ ରୂପରେ ପଛୁଆ ରହିଛି ।
ଏହା ପରେ ସୀତାରମଣ ଏକ ଲେଖାରେ ୱେବଲିଙ୍କ ପୋଷ୍ଟ କରିଥିଲେ । ଯାହା 2018 ସେପ୍ଟେମ୍ବରରେ ପ୍ରକାଶିତ ହୋଇଥିଲା । ଏହି ଲେଖା ପୋଲାଣ୍ଡ ସରକାରଙ୍କ ଦ୍ବାରା ଜାମନଗରର ପୂର୍ବ ନରେଶ ମହାରାଜ ଜାମ ସାହେବ ଦିଗବିଜୟ ସିଂହ ଜୀ ଜଜେଜାଙ୍କ ସମ୍ମାନରେ ଆୟୋଜିତ କାର୍ଯ୍ୟକ୍ରମ ସମ୍ଭନ୍ଧରେ ଥିଲା । ସେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ପୋଲାଣ୍ଡର 1000 ଛୁଆଙ୍କୁ ଶରଣ ଦେଇଛି ।
ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଗୁହାଙ୍କ ଟ୍ବିଟର ଜବାବ ଦେଇ କହିଛନ୍ତି କି, ଭାରତର ନାଗରିକ ବିଭାଜିତ କରିବାର ତାଙ୍କର ଷଡଯନ୍ତ୍ରରେ ସାମିଲ ହେବେ ନାହିଁ । ଏହାର କିଛି ସମୟ ପରେ ପୁଣି ଗୁହା ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟ୍ବିଟ କରି ଦେଶର ଅର୍ଥବ୍ୟବସ୍ଥାକୁ ନେଇ କହିଥିଲେ । ଏ ନେଇ ସୀତାରମଣ ଗୁହାଙ୍କୁ କଟାକ୍ଷ କରି କହିଛନ୍ତି କି ‘ଅର୍ଥବ୍ୟବସ୍ଥା ନିଶ୍ଚିତ ରୂପରେ ସୁରକ୍ଷିତ ହାତରେ ରହିଛି । ଚିନ୍ତା କରିବା ଆବଶ୍ୟକ ନାହିଁ ।’