ଓଡିଶା

odisha

ETV Bharat / business

‘ଅର୍ଥମନ୍ତ୍ରୀଙ୍କ ପ୍ୟାକେଜରେ ପ୍ରବାସୀ ଶ୍ରମିକଙ୍କୁ କିଛି ମିଳିନି’ - P Chidambaram

20 ଲକ୍ଷ କୋଟି ଆର୍ଥିକ ପ୍ୟାକେଜର ପ୍ରଥମ ପର୍ଯ୍ୟାୟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ହେଲେ ଏଥିରେ ନାଖୁସ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଅଧିକ ପଢନ୍ତୁ...

Economic package
‘ଅର୍ଥମନ୍ତ୍ରୀଙ୍କ ପ୍ୟାକେଜରେ ପ୍ରବାସୀ ଶ୍ରମିକଙ୍କୁ କିଛି ମିଳିନି’

By

Published : May 13, 2020, 11:00 PM IST

ନୂଆଦିଲ୍ଲୀ: ଲକ୍ଷାଧିକ ଗରିବ, ଭୋକିଲା ପ୍ରବାସୀ ଶ୍ରମିକ, ଯେଉଁମାନେ ନିଜ ଘରକୁ ବାହୁଡୁଛନ୍ତି ସେମାନଙ୍କ ପାଇଁ ଅର୍ଥମନ୍ତ୍ରୀ କୌଣସି ଘୋଷଣା କରିନାହାନ୍ତି । ଏହି ପ୍ୟାକେଜ ସେମାନଙ୍କର ପାଇଁ ଏକ ଶକ୍ତ ଝଟକା । ବୁଧବାର ଅର୍ଥମନ୍ତ୍ରୀ ଘୋଷଣା କରିଥିବା ଆର୍ଥିକ ପ୍ୟାକେଜରେ ନାଖୁସ ଦର୍ଶାଇ ଏଭଳି ଟିପ୍ପଣୀ ଦେଇଛନ୍ତି କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ।

ଏଥିସହ ଚିଦାମ୍ବର ପ୍ରଶ୍ନ କରିଛନ୍ତି କି, 20 ଲକ୍ଷ କୋଟିର ପ୍ୟାକେଜ ମଧ୍ୟରୁ କେବଳ 3.6 ଲକ୍ଷ କୋଟି ଟଙ୍କାର ଘୋଷଣା ହେଲା । ବାକି 16.4 ଲକ୍ଷ କୋଟି ଟଙ୍କା କୁଆଡେ ଗଲା ?

ଚିଦାମ୍ବରମ କହିଛନ୍ତି ଯେ, ସରକାରଙ୍କୁ ଅଧିକ ଖର୍ଚ୍ଚ କରିବା ଦରକାର । ଅଧିକ ଋଣ ନେବା ଆବଶ୍ୟକ । ଏଥିସହ ରାଜ୍ୟକୁ ଅଧିକ ଋଣ ନେବା ପାଇଁ ଅନୁମତି ମଧ୍ୟ ଦେବା ଉଚିତ । ହେଲେ ସେ ଏହା କରିବାକୁ ପ୍ରସ୍ତୁତ ନାହାନ୍ତି ।

ସେହିପରି କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେବାଲା ଟ୍ବିଟ କରି କହିଛନ୍ତି କି, ‘‘କାଲି 20,00,000 କୋଟିର ହେଡଲାଇନ ପ୍ୟାକେଜ । ଆଜି 3,70,000 କୋଟିର ମାତ୍ର ଋଣ ପ୍ୟାକେଜ । ହେଲେ ‘‘ହେଡଲାଇନରୁ ହେଲ୍ପଲାଇନ ପ୍ୟାକେଜ କେବେ ? ଏଥିରେ ନା ଗରିବଙ୍କୁ କାଣିକଉଡିଟିଏ ମିଳିଛି ନା କୃଷକଙ୍କ ଖାତାରେ ଟଙ୍କାଏ ବି ଯାଇଛି ନା ପ୍ରବାସୀ ଶ୍ରମିକଙ୍କ ଘର ବାହୁଡିବା ପାଇଁ କିମ୍ବା ତାଙ୍କ ଚଳିବା ପାଇଁ କିଛି ବ୍ୟବସ୍ଥା କରିଛନ୍ତି । ନା ହିଁ ନିଯୁକ୍ତି କିଛି ମିଳିଛି ।’’

ABOUT THE AUTHOR

...view details