ନୂଆଦିଲ୍ଲୀ: ଫେଷ୍ଟିଭ ସେଲରେ ଜୋରଦାର ଅନଲାଇନ ସପିଙ୍ଗ । 6ଦିନରେ 3 ଅରବ ଡଲାର(19 ହଜାର କୋଟି ) ଜିନିଷ ବିକ୍ରି । ଯାହାକି ଗତ ବର୍ଷ ତୁଳନାରେ ପୂରା 30 ପ୍ରତିଶତ ଅଧିକ ରହିଛି । ଏପଟେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଚାଲିଥିବା ବେଳେ ଲୋକଙ୍କ ସପିଙ୍ଗ ଅନଲାଇନ କମ୍ପାନୀକୁ ମାଲମାଲ କରିଛି ।
ରିପୋର୍ଟ ମୁତାବକ, ଫେଷ୍ଟିଭ ସେଲ ସମୟରେ ଫ୍ଲିପକାର୍ଟ ମାର୍କେଟ ସେୟାର 60 ପ୍ରତିଶତ ବଢିଛି । ଯେତେବେଳେ କି ଆମଜାନ 30 ପ୍ରତିଶତ ଅଭିବୃଦ୍ଧି ସହ କାରବାର କରିଛି । ଏହାକୁ ଦେଖିବାକୁ ଗଲେ ଗଣନା ଅନୁଯାୟୀ, ଗତବର୍ଷ ତୁଳନାରେ ଫ୍ଲିପକାର୍ଟର ବିକ୍ରି 58 ପ୍ରତିଶତ ବଢିଥିଲା ବେଳେ ଏହି ଅବଧିରେ ଆମାଜନ 22 ପ୍ରତିଶତ ଅଧିକା ଜିନିଷ ବିକ୍ରି କରିପାରିଛି ।