ଓଡିଶା

odisha

ETV Bharat / business

କୋଭିଡ ବଢାଇଛି ଆର୍ଥିକ ବୋଝ, 90% ଛୁଇଁଲା ଋଣ ଜିଡିପି ଅନୁପାତ - ଭାରତର ଋଣ ଜିଡିପି ଅନୁପାତ

କୋଭିଡ-19 ମହାମାରୀ କାଳରେ ଭାରତର ଋଣ ଜିଡିପି ଅନୁପାତ 74 ପ୍ରତିଶତରୁ 90 ପ୍ରତିଶତ ହୋଇଛି ବୋଲି ଦର୍ଶାଇଛି ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ। ଅଧିକ ପଢନ୍ତୁ...

କୋଭିଡ ବଢାଇଛି ଆର୍ଥିକ ବୋଝ, 90 % ଛୁଇଁଲା ଋଣ ଜିଡିପି ଅନୁପାତ
କୋଭିଡ ବଢାଇଛି ଆର୍ଥିକ ବୋଝ, 90 % ଛୁଇଁଲା ଋଣ ଜିଡିପି ଅନୁପାତ

By

Published : Apr 8, 2021, 7:14 PM IST

ୱାଶିଂଟନ: କୋଭିଡ-19 ମହାମାରୀ ସମୟରେ ଭାରତର ଋଣ ଜିଡିପି ଅନୁପାତ 74 ପ୍ରତିଶତରୁ ବୃଦ୍ଧି ହୋଇ 90 ପ୍ରତିଶତ ହୋଇଛି । ତେବେ ଆର୍ଥିକ ସୁଧାର ସହ ଏହି ହାର ହ୍ରାସ ହୋଇ 80 ପ୍ରତିଶତ ହେବ ବୋଲି ଆକଳନ କରିଛି ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ (ଆଇଏମଏଫ) କହିଛି ।

IMFର ରାଜକୋଷୀୟ ବ୍ୟାପାର ବିଭାଗର ଡେପୁଟି ଡିରେକ୍ଟର ପାଓଲୋ ମୋରୋ ବୁଧବାର ଏକ ସମ୍ବାଦଦାତା ସମ୍ମିଳନୀରେ କହିଛନ୍ତି କି, ‘‘ ଭାରତ ମାମଲାରେ ମହାମାରୀ ପୂର୍ବରୁ 2019ର ଶେଷରେ ଋଣ ଅନୁପାତ ମୋଟ ଘରୋଇ ଉତ୍ପାଦ (ଜିଡିପି)ର 74 ପ୍ରତିଶତ ଥିଲା । ଆଉ 2020 ର ଶେଷରେ ଏହା ବୃଦ୍ଧି ହୋଇ ଜିଡିପିର ପ୍ରାୟ 90 ପ୍ରତିଶତ ହୋଇଛି । ଏହା ବହୁତ ବଡ ବୃଦ୍ଧ । ହେଲେ ଅନ୍ୟ ଉଦୀୟମାନ ବଜାର ଓ ଉନ୍ନତ ଅର୍ଥବ୍ୟବସ୍ଥା ମଧ୍ୟ ଏଭଳି ଅନୁଭବ କରିଛି ।

ସେ ଆଗକୁ ଆହୁରି ମଧ୍ୟ କହିଛନ୍ତି କି, ‘‘ ଭାରତ ମାମଲାର ଆମର ଆଶା ରହିଛି କି ଅର୍ଥବ୍ୟବସ୍ଥାରେ ସୁଧାର ସହ ଋଣ ଅନୁପାତ ଧୀରେ ଧୀରେ ତଳକୁ ଖସିବ । ମଧ୍ୟମ ଅବଧିରେ ସ୍ବାସ୍ଥ୍ୟ ଆର୍ଥିକ ବୃଦ୍ଧି ସହ ଏହା ହ୍ରାସ ହୋଇ 80 ପ୍ରତିଶତ ସ୍ତରକୁ ଖସିଆସିବ ।

ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି କି, ସର୍ବପ୍ରଥମେ ପ୍ରାଥମିକତା ଲୋକ ଓ କମ୍ପାନୀ ପାଇଁ ସହଯୋଗ ଜାରି ରଖିବାକୁ ହେବ । ବିଶେଷ କରି ସବୁଠୁ ଦୁର୍ବଳ ଲୋକଙ୍କୁ ସହଯୋଗ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଦରକାର । ତେବେ ମୋରୋ ଆଶା ପ୍ରକାଶ କରିଛନ୍ତି କି ଆସନ୍ତା ବର୍ଷ ଭାରତର ସାଧାରଣ ବଜେଟରେ କ୍ଷତିକୁ କମ କରିବାକୁ ଚେଷ୍ଟା ଦେଖିବାକୁ ମିଳିପାରେ ।

ଏଥିମଧ୍ୟରେ ଆଇଏଏମଫ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା କହିଛନ୍ତି କି ଦୁନିଆ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସବୁଠୁ ବଡ ଆର୍ଥିକ ମାନ୍ଦାବସ୍ଥା ସହ ଜୁଝୁଛି । ତେବେ ଆଗକୁ ସ୍ଥିତି ସୁଧୁରିବା ଆଶା ରହିଛି, କାରଣ ଲକ୍ଷାଧିକ ଲୋକ ଟୀକାକରଣ ଓ ନୀତିଗତ ସମର୍ଥନରୁ ଫାଇଦା ପାଇପାରିବେ ।

ABOUT THE AUTHOR

...view details