ଓଡିଶା

odisha

By

Published : Apr 21, 2020, 7:46 PM IST

ETV Bharat / business

‘କୋର୍ଟ ନିଷ୍ପତ୍ତିରେ ନିରାଶ, ହେଲେ ଲଢେଇ ଜାରି ରଖିବି’

ଲଣ୍ଡନ ହାଇକୋର୍ଟ ଶୁଣାଣୀରେ ନିରାଶ ରହିଛି ହେଲେ ଏବେ ବି ନିଜ ଓକିଲଙ୍କ ପରାମର୍ଶ କ୍ରମେ ଆଇନ ଲଢେଇ ଜାରି ରଖିବି ବୋଲି କହିଛନ୍ତି ବିଜୟ ମାଲ୍ୟା ।

disappointed but legal battle against extradition will continue vijay mallya
ମାଲ୍ୟାଙ୍କ ଭାରତ ପ୍ରତ୍ୟାପଣ

ଲଣ୍ଡନ: ଭାରତ ପ୍ରତ୍ୟାପଣ ବିରୋଧୀ ଯାଚିକା ଖାରଜ ପରେ ବି ଆଶା ଛାଡିନାହାନ୍ତି ପଳାତକ ବିଜୟ ମାଲ୍ୟା । ଲଣ୍ଡନ ହାଇକୋର୍ଟ ଶୁଣାଣୀରେ ନିରାଶ ହୋଇିଛି ହେଲେ ଏବେ ବି ନିଜ ଓକିଳଙ୍କ ପରାମର୍ଶ କ୍ରମେ ଆଇନ ଲଢେଇ ଜାରି ରଖିବି ବୋଲି କହିଛନ୍ତି ମାଲ୍ୟା ।

ଭାରତୀୟ ବ୍ୟାଙ୍କରୁ 9,000 କୋଟି ଟଙ୍କା ନେଇ ଫେରାର ହୋଇଥିବା ମାଲ୍ୟାଙ୍କୁ ଭାରତୀୟ ତଦନ୍ତ ସଂସ୍ଥା ପଳାତକ ଘୋଷଣା କରିସାରିଛନ୍ତି । ତେବେ ଭାରତ ପ୍ରତ୍ୟାପଣ ବିରୋଧରେ ମାଲ୍ୟ ଚଳିତବର୍ଷ ଫେବୃଆରୀରରେ ଲଣ୍ଡନର ୱେଲ୍ସ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ । ସୋମବାର ଏହା ଖାରଜ ହେବା ପରେ ଏବେ ମାଲ୍ୟାଙ୍କ ପାଖରେ ଆଉ ଏକ ବିକଳ୍ପ ରହିଯାଇଛି । ସେ ଚାହିଁଲେ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଅପିଲ କରିପାରିବେ। ଏଥିପାଇଁ ତାଙ୍କ ପାଖରେ 14 ଦିନ ବାକି ରହିଛି ।

ତେବେ ଆଗକୁ ଲଢେଇ ପାଇଁ ଏବେ ମାଲ୍ୟା ପ୍ରସ୍ତୁତ ନେଇ ସଙ୍କେତ ଦେଇଛନ୍ତି । ଏଥିପାଇଁ ବ୍ରିଟେନ ଗୃହ ବିଭାଗ ମାଲ୍ୟାଙ୍କ ଭାରତ ପ୍ରତ୍ୟାପଣ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଆଗାମୀ ଶୁଣାଣୀର ପରିଣାମକୁ ଅପେକ୍ଷା କରିବେ ।

ପ୍ରକାଶ ଯେ, ଏବେ ବି ମାଲ୍ୟା କହିଛନ୍ତି ଯେ, ‘‘ମୁଁ ବାରମ୍ବାର ବାରମ୍ବାର ବ୍ୟାଙ୍କକୁ ସମ୍ପୁର୍ଣ୍ଣ ଟଙ୍କା ଦେବା ପାଇଁ କହିଆସୁଛି । ହେଲେ କୌଣସି ଫାଇଦା ନାହିଁ ।’’

ABOUT THE AUTHOR

...view details