ହାଇଦ୍ରାବାଦ: ଡିଜିଟାଲ ଇଣ୍ଡିଆକୁ ଦିଆଯାଉଛି ପ୍ରୋତ୍ସାହନ । ଏଣୁ ଦେଶରେ ଅନଲାଇନ ସେବାକୁ ମିଳୁଛି ଗୁରୁତ୍ବ । ଏହି ଲକ୍ଷ୍ୟରେ ସବୁ ଗ୍ରାମାଞ୍ଚଳରେ ଇଣ୍ଟରନେଟ ସେବା ଯୋଗାଇ ଦେବାକୁ ହେଉଛି ପ୍ରୟାସ ।
ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ଗତିକୁ ତୀବ୍ର କରିବା ପାଇଁ ବ୍ରଡବ୍ୟାଣ୍ଡ / ହାଇ ସ୍ପିଡ୍ ଇଣ୍ଟରନେଟ୍ ଭିତ୍ତିଭୂମି ଦ୍ୱାରା ସମସ୍ତ ଗ୍ରାମ ପଞ୍ଚାୟତ (ଜିପିଏସ ) (ପ୍ରାୟ 2.5 ଲକ୍ଷ) କୁ ସଂଯୋଗ କରିବାକୁ ଦେଶରେ ଭାରତନେଟ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।
3G / 4G ମୋବାଇଲ୍ କନେକ୍ଟିଭିଟି ଏବଂ ଅପ୍ଟିକାଲ୍ ଫାଇବର କେବୁଲ୍ (OFC) ସଂଯୋଗ ମାଧ୍ୟମରେ ସରକାର ଏବଂ ଟେଲିକମ୍ ସେବା ପ୍ରଦାନକାରୀ (TSPs) ଗ୍ରାମାଞ୍ଚଳରେ ହାଇ ସ୍ପିଡ ଇଣ୍ଟରନେଟ ସୁବିଧା ଯୋଗାଇଛନ୍ତି । ଦେଶର 37,439 ଲୋକ ରହିଥିବା ଗ୍ରାମଗୁଡିକ ହାଇ ସ୍ପିଡ୍ 3G / 4G ମୋବାଇଲ୍ ସଂଯୋଗ ଦ୍ୱାରା ଅନ୍ତର୍ଭୁକ୍ତ ନୁହେଁ ।