ଓଡିଶା

odisha

By

Published : Dec 1, 2020, 7:59 PM IST

ETV Bharat / business

ନଭେମ୍ବରରେ ଡିଜେଲ ବିକ୍ରି 7% ଖସିଲା, ପେଟ୍ରୋଲ ବିକ୍ରି ବଢିଛି

ନଭେମ୍ବରରେ କମିଛି ଡିଜେଲ ବିକ୍ରି । ସେପଟେ ପେଟ୍ରୋଲ ବିକ୍ରି ନଭେମ୍ବର ମାସରେ 5 ପ୍ରତିଶତ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ..

ନଭେମ୍ବରରେ ଡିଜେଲ ବିକ୍ରି 7 % ଖସିଲା , ପେଟ୍ରୋଲ ବିକ୍ରି ବଢିଛି
ନଭେମ୍ବରରେ ଡିଜେଲ ବିକ୍ରି 7 % ଖସିଲା , ପେଟ୍ରୋଲ ବିକ୍ରି ବଢିଛି

ନୂଆଦିଲ୍ଲୀ: ଖସିଲା ଡିଜେଲ ଚାହିଦା । ଦେଶରେ ଡିଜେଲ ବିକ୍ରି 8 ମାସରେ ପ୍ରଥମ ଥର ଅକ୍ଟୋବରରେ ବାର୍ଷିକ ଆଧାରରେ ବଢିବା ପରେ ନଭେମ୍ବରରେ ପୁଣି କମିଛି । ଗତ ମାସରେ ଡିଜେଲ ବିକ୍ରି 7 ପ୍ରତିଶତ ହ୍ରାସ ପାଇଥିବା ରେକର୍ଡ ହୋଇଛି । ଉଦ୍ୟୋଗ ଜଗତର ତଥ୍ୟରେ ଏ ନେଇ ସୂଚନା ମିଳିଛି ।

ନଭେମ୍ବରରେ ଡିଜେଲ ବିକ୍ରି ମାସିକ ଆଧାରରେ 8 ପ୍ରତିଶତ ଅଧିକ ଅଛି । ଚଳିତ ବର୍ଷ ନଭେମ୍ବରରେ ଡିଜେଲ କଞ୍ଜମ୍ପସନ 62.3 ଲକ୍ଷ ଟନ ଅଛି । ଯାହାକି ଗତ ବର୍ଷ ସମାନ ଅବଧିରେ 67 ଲକ୍ଷ ଟନ ଥିଲା । 2020 ଅକ୍ଟୋବର ମାସରେ ଦେଶରେ 57 ଲକ୍ଷ ଟନ ଡିଜେଲ କଞ୍ଜମ୍ପସନ ହୋଇଥିଲା ।

ଉଦ୍ୟୋଗ ଜଗତର ଜଣେ ଅଧିକାରୀ କହିଛନ୍ତି କି, ସେପ୍ଟେମ୍ବର ମାସରେ ଡିଜେଲ ବିକ୍ରି କୋରୋନା ମହାମାରୀ ପୂର୍ବ ସ୍ତରରେ ପହଞ୍ଚିଯାଇଛି । ଏହା ପରେ ନଭେମ୍ବରରେ ଏହାର ଉପଯୋଗରେ ହ୍ରାସ ହୋଇଥିବା ଜଣାପଡିଛି । ସେପଟେ କିନ୍ତୁ ପେଟ୍ରୋଲ ବିକ୍ରି ଗତ ବର୍ଷ ତୁଳନାରେ 22.8 ଲକ୍ଷ ଟନରୁ ବୃଦ୍ଧି ପାଇ 24 ଲକ୍ଷ ଟନରେ ପହଞ୍ଚିଯାଇଛି ।

ଅନ୍ୟପଟେ ଏଲପିଜି ଗ୍ୟାସର ବିକ୍ରି ମଧ୍ୟ 4.5 ପ୍ରତିଶତ ବୃଦ୍ଧି ପାଇ 23.6 ଲକ୍ଷ ୟଟନରେ ପହଞ୍ଚିଛି । ଆଲୋଚ୍ୟ ମାସରେ ବିମାନ ଇନ୍ଧନ ବିକ୍ରି ବାର୍ଷିକ ଆଧାରରେ 48 ପ୍ରତିଶତ ଖସି 3,46,000 ଟନ ରହିଛି । ଏହା ମାସିକ ଆଧାରରେ 6.3 ପ୍ରତିଶତ ଅଧିକ ଅଛି । ପେଟ୍ରୋଲିୟମ ଉତ୍ପାଦର ମୋଟ ଚାହିଦା ଅକ୍ଟୋବର ମାସରେ 2.5 ପ୍ରତିଶତ ବଢି 177.7 ଲକ୍ଷ ଟନ ଅଛି ।

ABOUT THE AUTHOR

...view details