ଓଡିଶା

odisha

By

Published : Nov 23, 2020, 10:23 AM IST

ETV Bharat / business

ବେଲଗାମ ପେଟ୍ରୋଲ ଓ ଡିଜେଲ ଦର, ଗ୍ରାହକ ଅସନ୍ତୋଷ

ଲଗାମ ଲାଗୁନି ପେଟ୍ରୋଲ ଓ ଡିଜେଲ ଦରରେ । କ୍ରମାଗତ ଚତୁର୍ଥ ଦିନରେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଦର 7 ପଇସା ବୃଦ୍ଧି ପାଇ 81.53 ଟଙ୍କା ଥିବା ବେଳେ ଡିଜେଲ 18 ପଇସା ବୃଦ୍ଧି ପାଇ 71.25 ଟଙ୍କାରେ ପହଁଞ୍ଚିଛି । ଅଧିକ ପଢନ୍ତୁ...

Breaking News

ନୂଆଦିଲ୍ଲୀ: ତୈଳ ବଜାରରେ ନିଆଁ । ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦର । ତୈଳ ମାର୍କେଟିଂ କମ୍ପାନୀଗୁଡିକ ଦ୍ବାରା ସୋମବାର କ୍ରମାଗତ ଚତୁର୍ଥ ଦିନ ପାଇଁ ଇନ୍ଧନ ମୂଲ୍ୟ ବୃଦ୍ଧି କରାଯାଇଛି । 48 ଦିନ ଧରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଅପରିବର୍ତ୍ତିତ ରହିଥିଲା । ହେଲେ ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକ ପରେ ଇନ୍ଧନ ମୂଲ୍ୟ ବୃଦ୍ଧି କରିବା ପରେ ନଭେମ୍ବର 20 ତାରିଖରେ ରେଟ୍ ରିଭିଜନ୍ ଦେଖାଗଲା ।

ଦିଲ୍ଲୀରେ ପେଟ୍ରୋଲ ଦର 7 ପଇସା ବୃଦ୍ଧି ପାଇ 81.53 ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା 18 ପଇସା ବୃଦ୍ଧି ପାଇ 71.25 ଟଙ୍କା ହୋଇଛି । ଆଜି ଦିଲ୍ଲୀରେ ପେଟ୍ରୋଲ ଦର 81.53 ଥିବା ବେଳେ ଡିଜେଲ ଦର 71.25 ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର 88.23 ଥିବା ବେଳେ ଡିଜେଲ ଦର 77.73 ରହିଛି ।

ସେପ୍ଟେମ୍ବରରେ, ମାର୍ଚ୍ଚ ମଧ୍ୟଭାଗରୁ ଡିଜେଲ ମୂଲ୍ୟରେ ପ୍ରଥମ ହ୍ରାସ ଘଟିଥିଲା । ଅଟୋ ଉପରେ ଏକ୍ସାଇଜ୍ ଡ୍ୟୁଟିରେ ରେକର୍ଡ ବୃଦ୍ଧି ପାଇଁ 82 ଦିନ ପାଇଁ ଇଣ୍ଡିଆନ୍ ଅଏଲ୍ କର୍ପ (ଆଇଓସି), ଭାରତ ପେଟ୍ରୋଲିୟମ କର୍ପ ଲିମିଟେଡ୍ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ବେଞ୍ଚମାର୍କ ମୂଲ୍ୟ ହ୍ରାସ କରିଥିଲେ ।

ABOUT THE AUTHOR

...view details