ମୁମ୍ବାଇ: କୋରୋନା ଭାଇରସ ଆତଙ୍କ ପାଇଁ ବିଶ୍ବରେ ବାଣିଜ୍ୟିକ କାରବାର ବାଧାପ୍ରାପ୍ତ ହୋଇଛି । ଏହାର ପ୍ରଭାବ ମଧ୍ୟ ହୀରା ବ୍ୟବସାୟ ଉପରେ ପଡିଛି । ଅଳଙ୍କାର, ଖୁଚୁରା ହୀରା ଉତ୍ପାଦନ ଏବଂ ବାଣିଜ୍ୟ ବନ୍ଦ ହୋଇଥିବାରୁ ହୀରା ବଜାରରେ ଚାପରେ ସୃଷ୍ଟି ହୋଇଛି । ଫଳରେ ହୀରା ମୂଲ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।
କୋରୋନା ପାଇଁ ହୀରା ବ୍ୟବସାୟ ପ୍ରଭାବିତ ବିଜନେସ୍ ନ୍ୟୁଜ୍ ୱାୟାର ରିପୋର୍ଟ ଅନୁଯାୟୀ, 1 କ୍ୟାରେଟ୍ ହୀରା ପାଇଁ ରାପନେଟ୍ ଡାଇମଣ୍ଡ ଇଣ୍ଡେକ୍ସ (RAPI) ମାସରେ 6.8% ଏବଂ ପ୍ରଥମ ତ୍ରୟମାସରେ 8.7% ହ୍ରାସ ପାଇଛି ।
କୋରୋନା ପାଇଁ ଚାହିଦା ହ୍ରାସ ଏବଂ ଯୋଗାଣ ବୃଦ୍ଧି କାରଣରୁ ହୀରା ମୂଲ୍ୟ ହ୍ରାସ ପାଇଛି । ଉତ୍ପାଦନକାରୀମାନେ ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ବହୁ ପରିମାଣର ଅଶୋଧିତ ହୀରା କିଣିଥିଲେ । ଯାହା ସାହାଯ୍ୟରେ ହଲିଡେ ସିଜିନରେ ଭଲ ବ୍ୟବସାୟ କରିବାର ଲକ୍ଷ୍ୟ ରଖାଯାଇଥିଲା ।
ମହାମାରୀର ପୂର୍ବ ତିନିମାସରେ ଡି ବିୟର୍ସ କମ୍ପାନୀର ବିକ୍ରି 1.3 ବିଲିୟନ ଡ଼ଲାର ଅତିକ୍ରମ କରିଥିବା ବେଳେ ଆଲ୍ରୋସା 1.1 ବିଲିୟନ ଡ଼ଲାରରେ ପହଞ୍ଚିଥିଲା । ଡି ବିୟର୍ସ ଏହାର ମାର୍ଚ୍ଚ କାରବାରକୁ ବାତିଲ କରିଦେଇଥିଲେ ଓ ଆଲ୍ରୋସା ଗ୍ରାହକମାନଙ୍କୁ ଏପ୍ରିଲ୍ ପ୍ରାରମ୍ଭରେ ସେମାନଙ୍କର ସମ୍ପୂର୍ଣ୍ଣ ଆବଣ୍ଟନ ସ୍ଥଗିତ ରଖିବାକୁ ଅନୁମତି ଦେଇଥିଲା ।
ବିକ୍ରୟ ଆରମ୍ଭ ହେଲେ ମୂଲ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ମାର୍ଚ୍ଚରେ ହୋଇଥିବା ନିଲାମରେ ମୂଲ୍ୟ 15% ରୁ 25% ହ୍ରାସ ପାଇଛି । ଏହି ସମୟରେ ପ୍ରମୁଖ ଖଣି କମ୍ପାନୀଗୁଡିକରେ ଉତ୍ପାଦନ ଜାରି ରହିଛି, ଯାହା ସେମାନେ ବର୍ଷ ଆରମ୍ଭରେ ଗଚ୍ଛିତ ରଖିଥିବା ବେଳେ ପୁଣି ହୀରା ଭଣ୍ଡାର ବୃଦ୍ଧି ପାଇଛି ।
କୋରୋନା ଭାଇରସ ଆତଙ୍କ ଅଧିକ ହେବା ପରେ ପଲିସ୍ ହୀରାର ଚାହିଦା ଦୁର୍ବଳ ହେଲା । ଫଳରେ ଫେବୃଆରୀରେ ଭାରତରୁ ପଲିସ୍ ରପ୍ତାନୀ ବର୍ଷକୁ 41% ହ୍ରାସ ପାଇଛି | ବେଲଜିୟମରୁ ରପ୍ତାନୀ 38% ଓ ଇସ୍ରାଏଲରୁ 73% ହ୍ରାସ ପାଇଛି । ହୀରା ଉତ୍ପାଦନକାରୀ ଏବଂ ଡିଲରମାନଙ୍କ ମଧ୍ୟରେ ଭଣ୍ଡାର ବୃଦ୍ଧି ପାଇଲା, ନୂତନ ଯୋଗାଣ ଉପଲବ୍ଧ ହେବା ଆରମ୍ଭ ହୋଇଥିଲେ ମଧ୍ୟ ହୀରାର ଚାହିଦା ରହିଲା ନାହିଁ । ଏହା ଦ୍ବାରା ବର୍ଷ ଆରମ୍ଭରୁ ମାର୍ଚ୍ଚ ମଧ୍ୟଭାଗ ପର୍ଯ୍ୟନ୍ତ ଭଣ୍ଡାର 20% ବୃଦ୍ଧି ପାଇଥିବା ଅନୁମାନ କରାଯାଇଛି ।
କୋରୋନା ମହାମାରୀ କେତେ ଦିନ ଚାଲିବ ଓ ଏହା ବିଶ୍ବ ଅର୍ଥନୀତି ଉପରେ କେତେ ପ୍ରଭାବ ପକାଇବ ତାହା ସ୍ପଷ୍ଟ ହୋଇନାହିଁ । ତେଣୁ ଶିଳ୍ପସଂସ୍ଥା ମାନେ ଅନଲାଇନ୍ ବାଣିଜ୍ୟକୁ ଗୁରୁତ୍ବ ଦେବାକୁ ପଡିବ । ଏହା ସହ ଇ-ବାଣିଜ୍ୟରେ ଅଳଙ୍କାର ବ୍ୟବସାୟ ପ୍ଲାଟଫର୍ମରେ ଉନ୍ନତି ଆଣିବା ଆବଶ୍ୟକ ଓ ଚାହିଦା ପୁନରୁଦ୍ଧାର ହେବା ପାଇଁ ମାର୍କେଟିଂ ଅଭିଯାନ ମଧ୍ୟ ପ୍ରସ୍ତୁତ କରିବା ଆବଶ୍ୟକ ।
@ANI/BusinessWire India