ଓଡିଶା

odisha

ETV Bharat / business

କୋଭିଡ ସଙ୍କଟ ସତ୍ତ୍ବେ ଆହୁରି ବଢିଲା ଧନୀଙ୍କ ସମ୍ପତ୍ତି - rich list

ପ୍ରତିକୂଳ ପରିସ୍ଥିତି ପରେ ବି ଦେଶର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ମିଳିତ ସମ୍ପତ୍ତି 14 ପ୍ରତିଶତ ବଢି 51750 କୋଟି ଡଲାରରେ ପହଞ୍ଚିଛି । ଫୋବର୍ସ ଇଣ୍ଡିଆ ରିଚ ଲିଷ୍ଟ 2020 ରିପୋର୍ଟରେ ଦର୍ଶାଯାଇଛି । ଅଧିକ ପଢନ୍ତୁ..

କୋଭିଡ ସଙ୍କଟ ସତ୍ତ୍ବେ ଆହୁରୀ ବଢିଲା ଧନୀଙ୍କ ସମ୍ପତ୍ତି
କୋଭିଡ ସଙ୍କଟ ସତ୍ତ୍ବେ ଆହୁରୀ ବଢିଲା ଧନୀଙ୍କ ସମ୍ପତ୍ତି

By

Published : Oct 9, 2020, 6:27 PM IST

ବିଜନେସ ଡେସ୍କ, ଇଟିଭି ଭାରତ : ଚଳିତ ବର୍ଷ କୋଭିଡ-19 ମହାମାରୀ ଦେଶର ଅର୍ଥନୀତିକୁ ଗଭୀର ଭାବେ ପ୍ରଭାବିତ କରିଛି । ଏଥିଯୋଗୁଁ 2020-21 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଡିପି 24 ପ୍ରତିଶତ ସଙ୍କୁଚିତ ହୋଇଥିଲା ବେଳେ ବିଭିନ୍ନ ସେକ୍ଟର କ୍ଷତିଗ୍ରସ୍ତ ହୋଇଛି । ହେଲେ ଏହା ପରେ ବି ଦେଶର ସବୁଠୁ ଧନୀ ବ୍ୟକ୍ତି କେବଳ ନିଜ ସମ୍ପତ୍ତିର ସରକ୍ଷଣ କରିନାହାନ୍ତି ବରଂ ତାହାକୁ ଆହୁରୀ ବୃଦ୍ଧି କରିବାରେ ସଫଳ ହୋଇଛନ୍ତି । ଯାହା ଫଳରେ ଦେଶର ଆୟ ଅସମାନତା ବଢିଛି ।

ପ୍ରତିକୂଳ ପରିସ୍ଥିତି ପରେ ବି ଦେଶର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ମିଳିତ ସମ୍ପତ୍ତି 14 ପ୍ରତିଶତ ବଢି 51750 କୋଟି ଡଲାରରେ ପହଞ୍ଚିଛି । ଏ ନେଇ ଗୁରୁବାର ଜାରି ଫୋବର୍ସ ଇଣ୍ଡିଆ ରିଚ ଲିଷ୍ଟ 2020 ରିପୋର୍ଟରେ ଦର୍ଶାଯାଇଛି ।

ଫୋବର୍ସ ଅନୁସାରେ କୋଭିଡ-19 ମହାମାରୀ ସତ୍ତ୍ବେ 2019 ତୁଳନାରେ 2020ରେ ଭାରତରେ ଅରବପତିମାନେ ନିଜ ସଞ୍ଚୟ ସମ୍ପତ୍ତିରେ 88.62 ବିଲିୟନ ଡଲାର ଯୋଡିଛନ୍ତି । ରିଚ ଲିଷ୍ଟରେ ମୁକେଶ ଅମ୍ବାନୀ ଲଗାତାର 13 ବର୍ଷ ଧରି ଭାରତର 1 ନମ୍ବର ଧନୀ ରହିଆସୁଛନ୍ତି । ତାଙ୍କ ମୋଟ ସମ୍ପତ୍ତିରେ 37.3 ବିଲିୟନ ଡଲାର ବଢିଛି । ଯାହା ଦ୍ବାରା ତାଙ୍କ ସମ୍ପତ୍ତି 88.7 ବିଲିୟନ ଡଲାପର ବଢିଯାଇଛି । ସେହିଭଳି ଅଦାନୀ ଗ୍ରୁପର ଗୌତମ ଅଦାନୀଙ୍କ ନିଟ ସମ୍ପତ୍ତି 61% ବଢାଇ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି । ଯେତେବେଳେ କି ଏଚସିଏଲର ଶିବ ନାଦର 20.4 ବିଲିୟନ ଡଲାରର ମୋଟ ନେଟୱର୍ଥ ସହ ତୃତୀୟ ସ୍ଥାନରେ ଅଛନ୍ତି ।

ବଡ କଥା କି ସବୁଠୁ ଧନୀ ଓ ଦ୍ବିତୀୟ ଧନୀ ଅର୍ଥାତ ଅମ୍ବାନୀ ଓ ଅଦାନୀଙ୍କ ସମ୍ପତ୍ତି ମଧ୍ୟରେ ଅନ୍ତର 1 ବର୍ଷ ପୂର୍ବ ତୁଳନାରେ 2020ରେ ପ୍ରାୟ 2 ଗୁଣା ବଢି 20.4 ବିଲିୟନ ଡଲାରର ଭାରୀ ବୃଦ୍ଧି ହୋଇଛି ।

ଟପ 10 ମଧ୍ୟରେ ଅନ୍ୟମାନେ ହେଲେ ରାଧାକ୍ରିଶଷ୍ଣନ ଦମାନି, ହିନ୍ଦୁଜା ବ୍ରଦର୍ସ , ସାଇରସ ପୁନାୱାଲା, ପାଲୋଞ୍ଜି ମିସ୍ତ୍ରି , ଉଦୟ କୋଟାକ, ଗୋଦରୋଜ ପରିବାର ଏବଂ ଲକ୍ଷ୍ମୀ ମିତ୍ତଲ । ସେହିଭଳି ବାୟୋକନ ପ୍ରତିଷ୍ଠାତା କିରଣ ମଜୁମଦାର-ଶ’ଙ୍କ ସମ୍ପତ୍ତି ଦୁଇ ଗୁଣା ବଢି 460 କୋଟି ଡଲାରରେ ପହଞ୍ଚିଥିବା ରିପୋର୍ଟରେ ଦର୍ଶାଯାଇଛି ।

ABOUT THE AUTHOR

...view details