ଓଡିଶା

odisha

ETV Bharat / business

କୋରୋନା କାଳରେ ବଢୁଛି ସେକେଣ୍ଡ ହ୍ୟାଣ୍ଡ କାର ଚାହିଦା - କାରଦେଖୋ

କୋରୋନା କାରଣରୁ ସାମ୍ନାକୁ ଆସିଥିବା ଚ୍ୟାଲେଞ୍ଜ ମଧ୍ୟରେ ଲୋକ ନିଜ ଗାଡି ବ୍ୟବହାର ପାଇଁ ଫୋକସ କରୁଛନ୍ତି । ଏଭଳି ସ୍ଥିତିରେ ବିଶେଷ କରି 2ରୁ 5 ଲକ୍ଷ ଟଙ୍କା ମୂଲ୍ୟର ପୁରୁଣା ଗାଡି ଚାହିଦା ବୃଦ୍ଧି ହେଉଛି । ଅଧିକ ପଢନ୍ତୁ..

କୋରୋନା କାଳରେ ବଢୁଛି ସେକେଣ୍ଡ ହ୍ୟାଣ୍ଡ କାର ଚାହିଦା
କୋରୋନା କାଳରେ ବଢୁଛି ସେକେଣ୍ଡ ହ୍ୟାଣ୍ଡ କାର ଚାହିଦା

By

Published : Oct 12, 2020, 4:02 PM IST

ଜୟପୁର: କୋରୋନା ଭାଇରସ ମହାମାରୀ ଯୋଗୁଁ ଉପୁଜିଥିବା ସଙ୍କଟ ମଧ୍ୟରେ ଦେଶରେ ପୁରୁଣା ବା ସେକେଣ୍ଡ ହ୍ୟାଣ୍ଡ କାରର ଚାହିଦା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ‘କାରଦେଖୋ’ କମ୍ପାନୀ ଏଭଳି କାରର ‘ଅଫଲାଇନ ଷ୍ଟୋର’ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି । ଆସନ୍ତା 6 ମାସରେ ଏଭଳି 50 ଷ୍ଟୋର ଖୋଲିବ, ଯେଉଁଠି ପୁରୁଣା କାର ବିକ୍ରି କରାଯାଇପାରିବ ।

କମ୍ପାନୀର ଏକ ବରିଷ୍ଠ ଅଧିକାରୀ କହିଛନ୍ତି କି କୋରୋନା କାରଣରୁ ସାମ୍ନାକୁ ଆସିଥିବା ଚ୍ୟାଲେଞ୍ଜ ମଧ୍ୟରେ ଲୋକ ନିଜ ଗାଡି ବ୍ୟବହାର ପାଇଁ ଫୋକସ କରୁଛନ୍ତି । ଏଭଳି ସ୍ଥିତିରେ ବିଶେଷ କରି 2ରୁ 5 ଲକ୍ଷ ଟଙ୍କା ମୂଲ୍ୟର ପୁରୁଣା ଗାଡି ଚାହିଦା ବୃଦ୍ଧି ହେଉଛି ।

କାରଦେଖୋ ଗ୍ରୁପର ପ୍ରମୁଖ ଶରଦ ଜୟସୱାଲ କହିଛନ୍ତି କି, ଲୋକଙ୍କ ପରିବର୍ତ୍ତନଶୀଳ ଆବଶ୍ୟକତାକୁ ଧ୍ୟାନରେ ରଖି କମ୍ପାନୀ ଅନଲାଇନ ସହ ଏବେ ପୁରୁଣା କାର ପାଇଁ ଅଫଲାଇନ ଅର୍ଥାତ ଷ୍ଟୋର ସେଗମେଣ୍ଟରେ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । ଏହା ଅଧିନରେ କମ୍ପାନୀ ଏହାର ପ୍ରଥମ ‘ କାରଦେଖା ଗାଡି ଟ୍ରଷ୍ଟ ମାର୍କ’ ଷ୍ଟୋର ଦିଲ୍ଲୀରେ ଖୋଲିଛି ।

କମ୍ପାନୀ 2021 ମାର୍ଚ୍ଚ ଯାଏଁ ଏଭଳି 50 ଷ୍ଟୋର ଖୋଲିବାକୁ ଯୋଜନା ରଖିଛି । ସେହିଭଳି 2022 ମାର୍ଚ୍ଚ ସୁଦ୍ଧା ଏହା ସଂଖ୍ୟା ମୋଟ 2000 କରିବ , ଯେଉଁଥିରେ 500 ଟ୍ରଷ୍ଟ ମାର୍କ ଷ୍ଟୋର ଏବଂ 1500 ଡିଲର ହେବେ । ତେବେ କମ୍ପାନୀର ଷ୍ଟୋର ସବୁ ଫ୍ରେଚାଇଜି ମଡେଲ ଉପରେ ଖୋଲିବାକୁ ଯାଉଛି । ଏହି ଷ୍ଟୋରରେ ବିକ୍ରି ହେଉଥିବା କାର କମ୍ପାନୀ ଦ୍ବାରା ପ୍ରମାଣିତ ହେବ ଓ କମ୍ପାନୀ ଅନେକ ପ୍ରକାର ୱାରେଣ୍ଟି ମଧ୍ୟ ନିଜ ପକ୍ଷରୁ ଯୋଗାଇବ ।

ABOUT THE AUTHOR

...view details