ଓଡିଶା

odisha

ETV Bharat / business

ଲକଡାଉନ ମାଡ, ଅଗଷ୍ଟରେ ଡିଜେଲ ଚାହିଦା ହ୍ରାସ - diesel Demand

କୃଷି ଠାରୁ ଆରମ୍ଭ କରି ଶିଳ୍ପ ଓ ଅଟୋ ଆଦିରେ ଡିଜେଲ ବ୍ୟବହାର ଅଧିକ ରହିଥାଏ । କିନ୍ତୁ ଲକଡାଉନ ଯୋଗୁଁ ଯାତାୟତ ଠାରୁ ଶିଳ୍ପ ଗତିବିଧି ଠପ ରହିବା ସହ ଲଗାତାର ଦାମ ବୃଦ୍ଧି ଯୋଗୁଁ ଡିଜେଲ ଚାହିଦା ମଧ୍ୟ ହ୍ରାସ ହୋଇଛି । ଅଧିକ ପଢନ୍ତୁ..

ଲକଡାଉନ ମାଡ , ଅଗଷ୍ଟରେ ଡିଜେଲ ଚାହିଦା ହ୍ରାସ
ଲକଡାଉନ ମାଡ , ଅଗଷ୍ଟରେ ଡିଜେଲ ଚାହିଦା ହ୍ରାସ

By

Published : Sep 2, 2020, 7:24 PM IST

ନୂଆଦିଲ୍ଲୀ: ହ୍ରାସ ହୋଇଛି ଡିଜେଲ ଚାହିଦା । କୋରୋନା କଟକଣା ଓ ଲକଡାଉନ, ତା ଉପରେ ପୁଣି ଆକାଶଛୁଆଁ ଦର ଓ ଅଭିବୃଦ୍ଧି ହ୍ରାସ ଯୋଗୁଁ ଅଗଷ୍ଟ ମାସରେ ଡିଜେଲ ଚାହିଦା 12.5 ପ୍ରତିଶତ ସଙ୍କୁଚିତ ହୋଇଛି ।

ସେପଟେ ଲକଡାଉନ କୋହଳ ଯୋଗୁଁ ଜୁଲାଇ ତୁଳନାରେ ଅଗଷ୍ଟ ମାସରେ ପେଟ୍ରୋଲ ଚାହିଦା 5.5 ପ୍ରତିଶତ ବଢିଛି । ତେବେ ଅଗଷ୍ଟକୁ ମିଶାଇ ଲଗାତାର ଦ୍ବିତୀୟ ମାସ ଧରି ପେଟ୍ରୋଲ ଚାହିଦା କମିଛି । ବଜାରରେ ସୁଧାର ଆସିବା ପାଇଁ ଆହୁରି ସମୟ ଲାଗିବ ବୋଲି ଶିଳ୍ପ ବିଶେଷଜ୍ଞ ଅନୁମାନ କରିଛନ୍ତି ।

ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀ ସୂତ୍ର ଅନୁସାରେ ଗତ ବର୍ଷ ଅଗଷ୍ଟ ତୁଳନାରେ ଏ ବର୍ଷ ଅଗଷ୍ଟରେ ଡିଜେଲ ଓ ପେଟ୍ରୋଲ ବିକ୍ରି କ୍ରମଶଃ) 22 ପ୍ରତିଶତ ଓ 8.5 ପ୍ରତିଶତ କମିଛି ।

ଘରୋଇ ବଜାରରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀର ଭାଗ 90 ପ୍ରତିଶତ ଅଛି । ଜୁଲାଇ ତୁଳନାରେ ଅଗଷ୍ଟରେ ଏଟିଏଫ ବିକ୍ରି 8 ପ୍ରତିଶତ ବଢିଛି । କିନ୍ତୁ ଗତ ବର୍ଷ ତୁଳନାରେ 62 ପ୍ରତିଶତ ହ୍ରାସ ଦେଖାଦେଇଛି । ଜୁଲାଇରେ ଏହା 3.5 ପ୍ରତିଶତ ବଢିଛି । ଯାହାକି 2019 ଜୁନ ତୁଳନାରେ 65 ପ୍ରତିଶତ କମ । ସେହିପରି ଏଲପିଜି ବିକ୍ରି ସମୀକ୍ଷା ମାସରେ 0.5 ପ୍ରତିଶତ ବଢିଛି । ହେଲେ ଗତ ବର୍ଷ ଅଗଷ୍ଟକୁ ଦେଖିଲେ ଏଥିରେ 4 ପ୍ରତିଶତ ହ୍ରାସ ଦେଖାଦେଇଛି ।

ପ୍ରକାଶ ଯେ, କୃଷି ଠାରୁ ଆରମ୍ଭ କରି ଶିଳ୍ପ ଓ ଅଟୋ ଆଦିରେ ଡିଜେଲ ବ୍ୟବହାର ଅଧିକ ରହିଥାଏ । କିନ୍ତୁ ଲକଡାଉନ ଯୋଗୁଁ ଯାତାୟତ ଠାରୁ ଶିଳ୍ପ ଗତିବିଧି ଠପ ରହିବା ସହ ଲଗାତାର ଦାମ ବୃଦ୍ଧି ଯୋଗୁଁ ଡିଜେଲ ଚାହିଦା ମଧ୍ୟ ହ୍ରାସ ହୋଇଛି । ମୋଟ ଇନ୍ଧନ ଚାହିଦାରେ ଡିଜେଲ ଯୋଗଦାନ 40 ପ୍ରତିଶତ ।

ABOUT THE AUTHOR

...view details