ନୂଆଦିଲ୍ଲୀ: କମ ସୁଧହାର ପରିବେଶରେ ନଗଦ ଚାହିଦା ବଢିଥାଏ । ଆଉ ଯେବେ ସୁଧ ହାର ବଢେ ସେତେବଳେ ନଗଦ ଚାହିଦା ହ୍ରାସ ପାଇଥାଏ । ଏ ଭିତରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଷ୍ଟାଫ ସର୍ଭେରୁ ଜଣାପଡିଛି କି , ଦେଶରେ ଡିଜିଟାଲ କାରବାର ବହୁଳ ବ୍ୟବହାର ପରେ ବି ଆଗାମୀ ଦିନରେ ବଜାରରେ ଅଧିକ ନଗଦ ନେଣଦେଣ ଦେଖିବାକୁ ମିଳିବ ।
ଆରବିଆଇର ସଦ୍ୟତମ ରିପୋର୍ଟ ଅନୁସାରେ, ପ୍ରଥମ ଥର ପାଇଁ 2019-20 ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ଏଟିଏମ ତୁଳନାରେ କାର୍ଡ ଓ ମୋବାଇଲ ପେମେଣ୍ଟ 10.57 ଟ୍ରିଲିୟନ ଡେଇଁଛି । ଯେତେବେଳେ କି ଏଚିଏମ ଉଠାଣ 9.12 ଟ୍ରିଲିୟନ ରହିଛି । ଆଗକୁ ମଧ୍ୟ କୋରୋନା ସଙ୍କଟ ମଧ୍ୟରେ ଲୋକମାନେ ଏଟିଏମକୁ ସ୍ପର୍ଶ ନ କରି ମୋବାଇ ଓ କାର୍ଡ ପେମେଣ୍ଟକୁ ଚୟନ କରିବେ ବୋଲି ଆଶା କରାଯାଉଛି ।
ଆରବିଆଇର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଓ ମୁଦ୍ରାନୀତି କମିଟି ସଦସ୍ୟ ଜନକ ରାଜ୍, ଇନ୍ଦନିଲ ଭଟ୍ଟାଚାର୍ଯ୍ୟ, ସୀମାର ରଞ୍ଜ ବେହେରା, ଜଏସ ଜନ ଓ ଭିମାପ୍ପା ଅର୍ଜୁନ ତଲୱାରଙ୍କ ଲିଖିତ