ଓଡିଶା

odisha

ETV Bharat / business

ସାଉଦି ସଙ୍କଟ, ସପ୍ତାହରେ 74 ଟଙ୍କା ଛୁଇଁଲା ପେଟ୍ରୋଲ

ସାଉଦି ଡ୍ରୋନ ଆକ୍ରମଣ ପରେ ଲଗାତାର 7ଦିନ ଧରି ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦାମ । ସୋମବାର ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ 29 ପଇସା ବଢିଥିବା ବେଳେ ଡିଜେଲ 1.50 ଟଙ୍କା ବଢିଛି।

ପ୍ରତିକାତ୍ମକ ଫଟୋ

By

Published : Sep 23, 2019, 11:11 AM IST


ନୂଆଦିଲ୍ଲୀ: ଗାଡି ଧରି ଘରୁ ବାହାରିବା ମୁସ୍କିଲ । ପ୍ରଥମେ ନୂଆ ମୋଟର ଯାନ ଆଇନ ପ୍ରହାର ଏବେ ତେଲ ଦର ବୃଦ୍ଧି ଟେନସନ । ସାଉଦି ଡ୍ରୋନ ଆକ୍ରମଣ ପରେ ଲଗାତାର 7ଦିନ ଧରି ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦାମ ।

ସୋମବାର ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ 29 ପଇସା ବଢିଥିବା ବେଳେ ଡିଜେଲ 1.50 ଟଙ୍କା ବଢିଛି । ଫଳରେ 7 ଦିନରେ ପେଟ୍ରୋଲ ଲିଟର 1.88 ଟଙ୍କା ବୃଦ୍ଧି ହୋଇ 74 ଟଙ୍କା ଓ ଡିଜେଲ ଦେଢ ଟଙ୍କା ଅଭିବୃଦ୍ଧି ହୋଇ 69 ଟଙ୍କା ଅଛି । 2017 ଦୈନିକ ଦର ସଂଶୋଧନ ବ୍ୟବସ୍ଥା ପ୍ରଚଳନ ପରଠାରୁ ଏହା ସର୍ବାଧିକ ବୃଦ୍ଧି।

ପ୍ରକାଶ ଥାଉ ଯେ, ଗୁରୁବାର ପେଟ୍ରୋଲିମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦି ଆରବ ନୂଆ ତୈଳମନ୍ତ୍ରୀଙ୍କ ସହ ତେଲ ଯୋଗାଣ ନେଇ କଥାବାର୍ତ୍ତା କରିଛନ୍ତି । ତେବେ ସାଉଦି ଆରବ ଭାରତକୁ ଦେଲ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

ABOUT THE AUTHOR

...view details