ନୂଆଦିଲ୍ଲୀ: ପିଏମସି ବ୍ୟାଙ୍କ ଘୋଟାଲା ମାମଲାରେ କେନ୍ଦ୍ର ସରକାର ଓ ଆରବିଆଇକୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ । ଆସନ୍ତା ଜାନୁଆରୀ 22 ସୁଦ୍ଧା ଜବାବ ଦାଖଲ କରିବାକୁ ନୋଟିସ ଦେଇଛନ୍ତି କୋର୍ଟ । ଏନେଇ 22ରେ ହିଁ ଆଗାମୀ ଶୁଣାଣୀ କରାଯିବ ।
ପିଏମସି ସ୍କାମ: ଆରବିଆଇ ଓ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ - ଦିଲ୍ଲୀ ହାଇକୋର୍ଟରେ ପିଏମସି ମାମଲା
ଦିଲ୍ଲୀ ହାଇକୋର୍ଟରେ ପିଏମସି ବ୍ୟାଙ୍କ ମାମଲା । ଆସନ୍ତାବର୍ଷ ଜାନୁଆରୀ 22 ସୁଦ୍ଧା ଜବାବ ଦାଖଲ କରିବାକୁ କେନ୍ଦ୍ର ସରକାର ଓ ଆରବିଆଇକୁ ନୋଟିସ ପଠାଇଲେ କୋର୍ଟ ।
ପଞ୍ଜାବ ଏବଂ ମହାରାଷ୍ଟ ସମବାୟ ବ୍ୟାଙ୍କ ଦୁର୍ନୀତି ମାମଲାକୁ ନେଇ ବିଜନ ମିଶ୍ର ଏକ ଯାଚିକା ଦାୟର କରିଥିଲେ । ଜମାକର୍ତ୍ତାଙ୍କ ପାଇଁ 100 ପ୍ରତିଶତ ବୀମା ସୁରକ୍ଷା ନେଇ ଏହି ଯାଚିକାରେ ଦାବି ହୋଇଥିଲା । ଏବେ ପିଏମସି ବ୍ୟାଙ୍କ ଗ୍ରାହକଙ୍କ ସଞ୍ଚୟ ରାଶିକୁ ହରାଇବା ଭୟ ଘାରିଛି । ଏହି ଚିନ୍ତାରେ ଏବେ ସୁଦ୍ଧା 4 ଜମାକର୍ତ୍ତା ହୃଦଘାତ ଓ ଆତ୍ମହତ୍ୟା କରି ପ୍ରାଣ ହରାଇଲେଣି । ଏଥିଯୋଗୁଁ ସେମାନଙ୍କ ଜମାରାଶିକୁ ସୁରକ୍ଷିତ ପାଇଁ ତେଜିଛି ସ୍ବର ।
ପ୍ରକାଶ ଯେ, ପିଏମସି ବ୍ୟାଙ୍କର 4,355 କୋଟି ଟଙ୍କା ଦୁର୍ନୀତି ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଟଙ୍କା ଉଟାଣ ନିୟମରେ କଟକଣା ଲଗାଇଥିଲେ । 6 ମାସ ଭିତରେ ଗ୍ରାହକ କେବଳ 25 ହଜାର ଟଙ୍କା ଉଠାଇପାରିବେ ବୋଲି ଆରବିଆଇ ନିର୍ଦ୍ଦେଶ ଦେଇଥିଲା । ହେଲେ ପରବର୍ତ୍ତୀ ସମୟରେ ଗ୍ରାହକଙ୍କ ସମସ୍ୟାକୁ ନଜରର ରଖି ଏହି ପରିମାଣକୁ ବୃଦ୍ଧି କରି 40 ହଜାର କରାଯାଇଛି ।