ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ 2020-21 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ଥର ପ୍ରତିରକ୍ଷା କ୍ଷେତ୍ରରେ ପୂର୍ବ ବର୍ଷ କରାଯାଇଥିବା 3.18 ଲକ୍ଷ କୋଟି ଟଙ୍କାରେ 6 ପ୍ରତିଶତ ବୃଦ୍ଧି କରାଯାଇଛି । ଫଳରେ ପ୍ରତିରକ୍ଷା ବଜେଟ 3.37 କୋଟି ଟଙ୍କା ହୋଇଛି । ପେନସନକୁ ମିଶାଇ ସମୁଦାୟ 4.7 ଲକ୍ଷ କୋଟି ଟଙ୍କା ପ୍ରତିରକ୍ଷା ବଜେଟ ହେବ ବୋଲି ସୂଚନା ମିଳିଛି।
ବଜେଟ 2020: ବଢିଲା ପ୍ରତିରକ୍ଷା ବଜେଟ୍ - Nirmala Sitharaman on Budget 2020
ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଥର ପ୍ରତିରକ୍ଷା କ୍ଷେତ୍ରରେ ପୂର୍ବ ବର୍ଷ କରାଯାଇଥିବା 3.18 ଲକ୍ଷ କୋଟି ଟଙ୍କାରେ 6 ପ୍ରତିଶତ ବୃଦ୍ଧି କରାଯାଇଛି । ଫଳରେ ପ୍ରତିରକ୍ଷା ବଜେଟ 3.37 କୋଟି ଟଙ୍କା ହୋଇଛି ।
ବଜେଟ 2020: ବଢିଲା ପ୍ରତିରକ୍ଷା ବଜେଟ୍
ଏହା ପରେ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ବ୍ୟୟବରାଦର ଯେଉଁ ଆଶା କରାଯାଉଥିଲା ତାହା ଫିକା ପଡିଛି । ସେପଟେ ପ୍ରତିରକ୍ଷା କ୍ଷେତ୍ରରେ ଅସ୍ତ୍ରଶସ୍ତ୍ର, ଯୁଦ୍ଧତୋପ ଆଦି କିଣିବା ପାଇଁ 1.13 କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ସେହିପରି ଦରମା ଓ ପ୍ରତିରକ୍ଷା ପ୍ରତିଷ୍ଠାନ ପାଇଁ 2.09 ଲକ୍ଷ କୋଟି ଖର୍ଚ୍ଚ ହେବ । ପ୍ରତିରକ୍ଷା ପାଇଁ ବ୍ୟୟବରାଦ ହୋଇଥିବା ଟଙ୍କାରେ ପେନସନ ପାଇଁ ଥିବା 1.33 କୋଟି ଟଙ୍କା ସାମିଲ ନାହିଁ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଜିଡିପିର 1.5 ପ୍ରତିଶତ ପ୍ରତିରକ୍ଷାକୁ ଦିଆଯାଇଛି । ଏହା 1962 ମସିହା ପର ଠାରୁ ସବୁଠୁ କମ ରହିଛି ।