ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କ ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ମନି ଲଣ୍ଡରିଂ ମାମଲାରେ ସେପ୍ଟେମ୍ବର 19 ଯାଏଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିନରେ ପଠାଇଲେ ସ୍ଥାନୀୟ ନ୍ୟାୟାଳୟ ।
ମନି ଲଣ୍ଡରିଂ ନିରୋଧୀ ଆଇନ (ପିଏମଏଲଏ) ଆଧିନରେ ସୋମବାର ଦୀପକ କୋଚ୍ଚରଙ୍କୁ ଗିରଫ କରାଯାଇଥିବା ଇଡି ଗତ ବର୍ଷ ଚନ୍ଦା ଓ ଦୀପକ ଏବଂ ଭିଡିଓକନ ଗ୍ରୁପର ପ୍ରମୁଖ ବେଣୁଗୋପାଳ ଧୂତଙ୍କ ନାଁରେ ଅପରାଧିକ ଷଡଯନ୍ତ୍ର ମାମଲା ରୁଜୁ କରିଥିଲା ତେବେ ନୂଆ ପ୍ରମାଣପତ୍ରକୁ ଭିତ୍ତି କରି ଇଡି ପକ୍ଷରୁ ଜେରା କରାଯାଇ ଦୀପକୁ ଗିରଫ କରାଯାଇଛି ।