ଓଡିଶା

odisha

ETV Bharat / business

ଏବେ ଯେକୌଣସି ବ୍ୟାଙ୍କ ଏଟିଏମରୁ ମାଗଣାରେ ଉଠାଇ ପାରିବେ ଟଙ୍କା

ଡେବିଟ କାର୍ଡଧାରୀମାନେ 3 ମାସ ପାଇଁ ଯେକୌଣସି ବ୍ୟାଙ୍କର ଏଟିଏମରୁ ମାଗଣାରେ ନଗଦ ଟଙ୍କା ଉଠାଇ ପାରିବେ | ଏଥିସହ ଆହୁରୀ ଏଭଳି ବିଭିନ୍ନ କଟକଣାରୁ ଆଶ୍ବସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ ।

Debit card holders can withdraw cash from any bank's ATM free of charge for 3 months
ଏବେ ଯେକୌଣସି ବ୍ୟାଙ୍କ ଏଟିଏମରୁ ଫ୍ରିରେ ଉଠାଇବେ ନଗଦ

By

Published : Mar 24, 2020, 5:44 PM IST

ନୂଆଦିଲ୍ଲୀ: କୋରୋନା କବଳରେ ଥିବା ଅର୍ଥନୀତିକୁ ଆଶ୍ବସ୍ତି ପାଇଁ ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ । ସାଧାରଣ ଜନତା ଓ ଉଦ୍ୟୋଗ ଜଗତକୁ ମିଳିବ ବିଭିନ୍ନ ରିହାତି । ଆବଶ୍ୟକ ନଥିଲେ ଅଯଥାରେ ବ୍ୟାଙ୍କ ଯାଆନ୍ତୁ ନାହିଁ । ଏଥିସହ ସରକାରଙ୍କ ସହଯୋଗ ସହ ଘରେ ରହି କୋରୋନା ମୁକାବିଲା କରନ୍ତୁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ସୀତାରମଣଙ୍କ 8-ସୂତ୍ରୀ ଆର୍ଥିକ ଆଶ୍ବସ୍ତି ଘୋଷଣା

  • ଆୟକର ଅନୁପାଳନ
  • ଜିଏସଟି ଅନୁପାଳନ
  • କଷ୍ଟମ୍ସ ଅନୁପାଳନ
  • ସୀମ ଶୁଳ୍କ ଅନୁପାଳନ
  • ଏମସିଏ ଅନୁପାଳନ
  • ଆଇବିସି ଅନୁପାଳନ
  • ମତ୍ସ୍ୟଚାଷ
  • ବ୍ୟାଙ୍କ ସମ୍ବନ୍ଧୀୟ ଅନୁପାଳନ
  • ବାଣିଜ୍ୟ ସମ୍ବନ୍ଧୀୟ ଅନୁପାଳନ

ସାମ୍ବାଦିକ ସମ୍ମିଳନୀର ମୁଖ୍ୟାଂଶ

  • -ସରକାର ସମସ୍ତ ଟିକସ ସମ୍ବନ୍ଧୀୟ ମାମଲାର ଅନୁପାଳନ ଅବଧି ଜୁନ 30କୁ ବଢାଇଛନ୍ତି ।
  • - 2018-19 ଆର୍ଥିକ ବର୍ଷ ପାଇଁ ଆଇଟି ରିଟର୍ଣ୍ଣ ସୀମା ଜୁନ 30କୁ ବୃଦ୍ଧି ପାଇଛି । ଏଥିସହ ଏହା ଉପରେ ସୁଧ ଦର ମଧ୍ୟ ହ୍ରାସ କରାଯାଇଛି ।
  • - ବିଳମ୍ବରେ ଟଙ୍କା ଭରଣ ଉପରେ ସୁଧ ଦର 12ରୁ 9 ପ୍ରତିଶତକୁ ହ୍ରାସ ହୋଇଛି ।
  • - ଜିଏସଟି ଫାଇଲିଂ ତାରିଖକୁ ମଧ୍ୟ ଜୁନ 30କୁ ବଢାଯାଇଛି । ଯେପରି କ୍ଷୁଦ୍ର ଏବଂ ମଧ୍ୟମ କାରବାରୀଙ୍କୁ ଆଶ୍ବସ୍ତି ମିଳିପାରିବ ।
  • -ଏଭଳି ଭାବେ ବିବାଦ ସେ ବିଶ୍ବାସ ସ୍କିମ ସମୟକୁ ଜୁନ ଶେଷ ଯାଏଁ ବୃଦ୍ଧି କରାଯାଇଛି ।
  • - TDS ଉପରେ ସୁଧ 18 ପ୍ରତିଶତ ବଦଳରେ 9 ପ୍ରତିଶତ ଲାଗୁ ।
  • - ଆଧାର-ପାନ୍‌ ଲିଙ୍କ ଅବଧି 2020 ମସିହା ଜୁନ 30କୁ ବଢିଲା । ପୂର୍ବରୁ ଏହା ମାର୍ଚ୍ଚ 31 ଥିଲା ।
  • -କୋରୋନା ଭାଇରସ ଲଢେଇରେ CSR ପଣ୍ଡକୁ ଖର୍ଚ୍ଚ କରାଯିବ ।
  • - କୋର୍ପୋରେଟକୁ ଆଶ୍ବସ୍ତି ଦେବା ପାଇଁ କୁହାଯାଇଛି ଯେ, ବୋର୍ଡ ବୈଠକକୁ 60 ଦିନ ପାଇଁ ସ୍ଥଗିତ କରାଯାଇଛି ।
  • - 5 କୋଟିର ଟର୍ନଓଭର କରୁଥିବା କମ୍ପାନୀ ଯଦି ବିଳମ୍ବରେ ଜିଏସଟି ରିଟର୍ଣ୍ଣ ଫାଇଲ କରୁଛନ୍ତି , ତେବେ ସେମାନଙ୍କ ଉପରେ କୌଣସି ଜୋରିମାନା ଲାଗିବ ନାହିଁ ।
  • - 3 ମାସ ପର୍ଯ୍ୟନ୍ତ ନିଜ ଡେବିଟ୍ କାର୍ଡରୁ କୌଣସି ଏଟିଏମରୁ ଟଙ୍କା କାଢିଲେ କୌଣସି ଚାର୍ଜ ଲାଗିବ ନାହିଁ ।
  • ଏହାଛଡା ବ୍ୟାଙ୍କ ଖାତାରେ ମିନିମମ ବାଲାନ୍ସ ରହିବା କଟକଣା କୋହଳ ହୋଇଛି । ଅର୍ଥାତ ଯଦି ଆପଣଙ୍କ ଆକାଉଣ୍ଟରେ ମିନିମମ ବାଲାନ୍ସ ନ ରୁହେ ବି ତେବେ ଏଥିପାଇଁ ଆପଣଙ୍କୁ କୌଣସି ଜୋରିମାନା ଲାଗିବ ନାହିଁ ।

ABOUT THE AUTHOR

...view details