ନୂଆଦିଲ୍ଲୀ: ଯଦି ବେକାରୀ ଏଭଳି ବଢିବ ଓ ଆୟ ହ୍ରାସ ପାଇବ , ତେବେ ଏହାର ପ୍ରଭାବରେ ଯୁବପୀଢି ଓ ବିଦ୍ୟାର୍ଥୀଙ୍କ ମନରେ କ୍ରୋଧ ଉତ୍ପନ୍ନର ବିପଦ ରହିଛି । କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବମର ଏ ନେଇ ଚିନ୍ତା ଦର୍ଶାଇ ସରକାରଙ୍କୁ କଟାକ୍ଷ କରିଛନ୍ତି ।
ଚିଦାମ୍ବରମ ଟ୍ବିଟ କରି କହିଛନ୍ତି ଯେ, ଖାଦ୍ୟ ମୁଦ୍ରାସ୍ପୀତି 14.12% ରହିଛି , ପରିବା ଦାମ 60 ପ୍ରତିଶତକୁ ବଢିଛି । ସେପଟେ ପିଆଜ ଦାମ କିଲୋପିଛା 100 ଟପିଛି । ଏସବୁ କଣ ବିଜେପି ଦ୍ବାରା ପ୍ରତିଶ୍ରୁତି ଦିଆଯାଇଥିବା ‘‘ଅଚ୍ଛେଦିନ’ ।