ଓଡିଶା

odisha

ETV Bharat / business

ଟାଟାର ନିର୍ଦ୍ଦେଶକ ପଦକୁ ମିସ୍ତ୍ରୀଙ୍କୁ ଅଗ୍ରାହ୍ୟ - cyrus mistry says wont take up chairmanship of tata sons

ଟାଟାର କୌଣସି ପଦ ପାଇଁ ଇଚ୍ଛୁକ ନୁହଁନ୍ତି ମିସ୍ତ୍ରୀ। ହେଲେ ବୋର୍ଡରେ ଏକ ସିଟ ପାଇଁ ଦାବି କରିବେ। ରବିବାର ସେ ଏ ନେଇ ସ୍ପଷ୍ଟ କରିଛନ୍ତି।

cyrus mistry says wont take up chairmanship of tata sons
ଟାଟାର ନିର୍ଦ୍ଦେଶ ପଦକୁ ମିସ୍ତ୍ରୀଙ୍କୁ ଅଗ୍ରାହ୍ୟ

By

Published : Jan 6, 2020, 11:21 AM IST

ନୂଆଦିଲ୍ଲୀ: ଟାଟା ସନ୍ସ ଲିମିଟେଡ ଓ ଟାଟା ଗ୍ରୁପରେ କୌଣସି ପଦ ପାଇଁ ଇଚ୍ଛୁକ ନୁହଁନ୍ତି ମିସ୍ତ୍ରୀ। ଏପରିକି ଟାଟାର 3ଟି କମ୍ପାନୀର ନିର୍ଦ୍ଦେଶକ ପାଇଁ ବି ଆଦୌ ଆଗ୍ରହ ନଥିବା ନେଇ ରବିବାର ଏକ ବିବୃତିରେ ଜଣାଇଛନ୍ତି।

ସେ କହିଛନ୍ତି ଯେ, କୌଣସି ବ୍ୟକ୍ତି କିମ୍ବା ତାଙ୍କ ନିଜ ସ୍ବାର୍ଥ ଅପେକ୍ଷା ଟାଟା ଗ୍ରୁପର ସ୍ବାର୍ଥ ବହୁତ ଅଧିକ। ଏଥିଯୋଗୁଁ ସେ ଟାଟା ସନ୍ସ କିମ୍ବା ଗ୍ରୁପ କମ୍ପାନୀର ଶୀର୍ଷ ପଦବୀ ପାଇଁ ଇଚ୍ଛା ରଖୁନାହାଁନ୍ତି। ଟାଟା ସନ୍ସର ପ୍ରଶାସନିକ ଶୈଳୀରେ ସୁଧାର ପାଇଁ ନିଶ୍ଚିତ ଭାବେ ବୋର୍ଡରେ ଏକ ସିଟ ଦାବି କରିବେ।

ଏଭଳି ସମୟରେ ମିନ୍ତ୍ରୀ ନିଜ ବୟାନ କହିଛନ୍ତି ଯେ, ଯେବେ ମିସ୍ତ୍ରୀଙ୍କ ପୁନଃ ନିଯୁକ୍ତିକୁ ବିରୋଧ କରି ରତନ ଟାଟା ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏ ମାମଲାର ଶୁଣାଣି କୋର୍ଟ କରିବାକୁ ଯାଉଛନ୍ତି।


3 ବର୍ଷ ତଳୁ ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ମିସ୍ତ୍ରୀଙ୍କୁ ହଟାଯାଇଥିଲା। ଏନେଇ ଗତ ଡିସେମ୍ବର 18 ତାରିଖରେ ଜାତୀୟ କମ୍ପାନୀ ଆଇନ ଆପିଲେଟ ଟ୍ରିବ୍ୟୁନାଲ(ଏନସିଏଲଟି) ନିଜ ଶୁଣାଣୀରେ କହିଥିଲେ ଯେ, ଟାଟା ସନ୍ସରୁ ସାଇରସ ମିସ୍ତ୍ରୀଙ୍କୁ ବହିସ୍କାର କରି ରତନ ଟାଟା ସଂଖ୍ୟାଲଘୁ ଅଂଶୀଦାରଙ୍କୁ ଅବମାନନା କରିଛନ୍ତି। ଏହା ଏକ ପକ୍ଷପାତପୂର୍ଣ୍ଣ ନିଷ୍ପତ୍ତି। ଏଣୁ ମିସ୍ତ୍ରୀଙ୍କୁ ପୁଣି ଥରେ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବା ଦରକାର।

ଏପଟେ ରତନ ଟାଟା ଏନସିଏଲଟିର ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିଲେ । ଏସବୁରେ ଭିତରେ ମିସ୍ତ୍ରୀ ଟାଟା ସନ୍ସର ଅଧ୍ୟକ୍ଷ ପଦକୁ ନେଇ ପ୍ରଚଳିତ ସବୁ ପ୍ରଚାର ମିଥ୍ୟା ବୋଲି କହିଛନ୍ତି । ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ, ମୋ ସପକ୍ଷରେ ଏନସିଏଲଟିର ନିର୍ଣ୍ଣୟ ପରେ ବି ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ କିମ୍ବା ଟିସିଏସ, ଟାଟା ଟେଲିସର୍ଭିସେସ ଓ ଟାଟା ଇଣ୍ଡଷ୍ଟ୍ରିଜର ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଇବି ନାହିଁ।

ହେଲେ ଟାଟା ସନ୍ସରେ ଥିବ ତାଙ୍କ ପରିବାରର ଅଂଶଧନର ସୁରକ୍ଷା ପାଇଁ ସମସ୍ତ ବିକଳ୍ପ ପନ୍ଥା ଆପଣାଇବ । ଟାଟା ସନ୍ସରେ ମିସ୍ତ୍ରୀଙ୍କ ପରିବାରର 18.4 ପ୍ରତିଶତ ବ୍ୟକ୍ତିଗତ ଅଂଶଧନ ରହିଛି ।

ABOUT THE AUTHOR

...view details