ଓଡିଶା

odisha

ETV Bharat / business

କାଲି ହାଲୁଆ ସମାରୋହ, ପେପରଲେସ ହେବ ବଜେଟ - ବଜେଟ ପ୍ରିଣ୍ଟିଂ

ଶନିବାର ହେବ ପାରମ୍ପରିକ ହାଲୁଆ ସମୋରୋହ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଉଦଘାଟନ କରି ବଜେଟ ପ୍ରକ୍ରିୟା ଆରମ୍ଭ ପାଇଁ ଗ୍ରୀନ ସିଗନାଲ ଦେବେ । ଅଧିକ ପଢନ୍ତୁ..

Customary halwa ceremony to be held tomorrow ahead of Union Budget presentation
କାଲି ହାଲୁଆ ସମାରୋହ, ହେଲେ ପେପରଲେସ ହେବ ବଜେଟ

By

Published : Jan 22, 2021, 8:52 PM IST

ନୂଆଦିଲ୍ଲୀ:ଫେବୃଆରୀ ପହିଲାରେ 2021-22 ଆର୍ଥିକ ବର୍ଷ ପାଇଁ ଆଗତ ହେବ ବଜେଟ । ଆଉ ଏହାର ପ୍ରସ୍ତୁତି ସଙ୍କେତ ସ୍ବରୂପ ଶନିବାର ହେବ ପାରମ୍ପରିକ ହାଲୁଆ ସମୋରୋହ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଉଦଘାଟନ କରି ବଜେଟ ପ୍ରକ୍ରିୟା ଆରମ୍ଭ ପାଇଁ ଗ୍ରୀନ ସିଗନାଲ ଦେବେ ।

ବଜେଟ ଛାପିବା ଏକ ପ୍ରକାର ଗୁପ୍ତ କାମ । ଏହା ସହ ଜଡିତ ଥିବା ଜଟିଳ କାମକୁ ହାଲୁକା କରିବା ପାଇଁ ହାଲୁଆ ସେରେମନି କରାଯାଇଥାଏ। ଏହି ଉତ୍ସବ ପରେ ବଜେଟ ପ୍ରସ୍ତୁତିରେ ଜଡିତ ଅଧିକାରୀ ନର୍ଥ ବ୍ଲକରେ ନଜରବନ୍ଦୀରେ ରହିବେ । ଏପରିକି ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଘରକୁ ଯିବାକୁ ଅନୁମତି ମିଳି ନଥାଏ। ବଜେଟର ଗୋପନୀୟତା ରକ୍ଷା ପାଇଁ ଏହି ଅଧିକାରୀ ଅର୍ଥମନ୍ତ୍ରୀ ଅଭିଭାଷଣ ଦେବା ପର୍ଯ୍ୟନ୍ତ ବାହ୍ୟ ପରିବେଶରୁ ଦୂରେଇ ରହିଥାନ୍ତି । ତଥ୍ୟ ଚୋରୀ ହେବା ଭୟରେ ସମ୍ବିଧାନରେ ଏହି ନିୟମ ରହିଛି ।

ତେବେ ଚଳିତ ବର୍ଷ କେନ୍ଦ୍ରୀୟ ବଜେଟ ପାଇଁ ପୁସ୍ତିକା ଛପାଯିବ ନାହିଁ । ଇତିହାସରେ ପ୍ରଥମ ଥର ପାଇଁ ପେପରଲେସ ହେବ ବଜେଟ । କୋଭିଡ କାଳରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନଷ୍ପତ୍ତି ନିଆଯାଇଛି । ଏଣୁ ଏବର୍ଷ ବଜେଟର ସଫ୍ଟ କପି ଅର୍ଥାତ ଡିଜିଟାଲ କପି ବାଣ୍ଚାଯିବ ।

ପ୍ରକାଶ ଯେ, ଆଗାମୀ 29 ତାରିଖରୁ ବଜେଟ ଅଧିବେଶନ ଆରମ୍ଭ ହେବ । ସଂସଦର ବଜେଟ ଅଧିବେଶନ 2ଟି ଚରଣରେ ହେବ । ପ୍ରଥମ ପର୍ଯ୍ୟାୟ ଜାନୁଆରୀ 29 ରୁ ଆରମ୍ଭ ହୋଇ ଫେବୃଆରୀ 15 ଯାଏଁ ଚାଲିବ । ଏହା ବାଦ ବଜେଟର ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 8 ରୁ ଆରମ୍ଭ ହୋଇ ଏପ୍ରିଲ 8 ଯାଏଁ ଚାଲିବ ।

ABOUT THE AUTHOR

...view details