ନୂଆଦିଲ୍ଲୀ: ପୁଣି ତେଜିବ ତେଲ ତାତି । ଗାଡିରେ ପେଟ୍ରୋଲ, ଡିଜେଲ ଭରିବା ପଡିବ ମହଙ୍ଗା । କାରଣ ଲଗାତାର 4ଦିନ ଧରି ବଢିଚାଲିଛି ଅଶୋଧିତ ତୈଳ ଦର । ବୁଧବାର ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ଅଶୋଧିତ ତେଲ ଦାମ 0.59 ପ୍ରତିଶତ ବୃଦ୍ଧି ପାଇ 3939ରେ ପହଞ୍ଚିଛି ।
ପୁଣି ବଢିଲା ଅଶୋଧିତ ତୈଳ ଦର - crude oil
ଲଗାତାର 4 ଦିନ ଧରି ବଢିଚାଲିଛି ଅଶୋଧିତ ତୈଳ ଦର । ବୁଧବାର ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ଅଶୋଧିତ ତେଲ ଦାମ 0.59 ପ୍ରତିଶତ ବୃଦ୍ଧି ପାଇ 3939ରେ ପହଞ୍ଚିଛି ।

ପ୍ରତିକାତ୍ମକ ଫଟୋ
ବିଭିନ୍ନ ବୈଷୟିକ କାରଣ ଯୋଗୁଁ ଅଶୋଧିତ ତେଲ 4 ଦିନରେ ପାଖାପାଖି 2 ଡଲାର ବଢିଲାଣି । କମୋଡିଟି ବଜାରର କହିବା ଅନୁଯାୟୀ ଖାଡି ବିବାଦ ଯୋଗୁଁ ଆମେରିକାରେ ତେଲ ଭଣ୍ଡାର କ୍ରମାଗତ ଭାବେ ହ୍ରାସ ପାଉଛି । ଯାହାର ପ୍ରଭାବ ଦାମ ଦାମ ଉପରେ ପଡିଛି । ଏପଟେ ବିଶ୍ଲେଷଣଙ୍କ କହିବା ଅନୁଯାୟୀ, ପ୍ରତିଯୋଗିତାରେ ନିଲାମୀ ଦ୍ବାରା ଅଶୋଧିତ ମାଲର ଦାମ ଅଧିକ ହେବାକୁ ଲାଗିଛି।