ଓଡିଶା

odisha

ETV Bharat / business

ଲିବିଆରେ ପାଇପ ଲାଇନ ବନ୍ଦ, 10 ଦିନର ସର୍ବୋଚ୍ଚରେ ଅଶୋଧିତ ତୈଳ - 10 ଦିନର ସର୍ବୋଚ୍ଚରେ ଅଶୋଧିତ ତୈଳ

ଲିବିଆରେ ପ୍ରଭାବିତ ହେଉଛି ଅଶୋଧିତ ତୈଳ ଯୋଗାଣ । ଯେଉଁଥିପାଇଁ ସୋମବାର ଅଶୋଧିତ ତୈଳ ଦାମ 1 ପ୍ରତିଶତ ବଢିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ପାଖାପାଖୀ 10 ଦିନର ସର୍ବୋଚ୍ଚ ସ୍ତରରେ ରହିଛି । ଏହାର ପ୍ରଭାବରେ ଘରୋଇ ବଜାରରେ ମଧ୍ୟ ତେଲ ମହଙ୍ଗା ହୋଇପାରେ ।

crude oil at height of 10 days due to pipeline closure in libya
ଲିବିଆରେ ପାଇପ ଲାଇନ ବନ୍ଦ, 10 ଦିନର ସର୍ବୋଚ୍ଚରେ ଅଶୋଧିତ ତୈଳ

By

Published : Jan 20, 2020, 6:19 PM IST


ନୂଆଦିଲ୍ଲୀ: ପୁଣି ଘାରିଲା ତେଲ ବୃଦ୍ଧି ଚିନ୍ତା । କାରଣ ଚାପଗ୍ରସ୍ଥ ରହିଥିବା ଲିବିଆରେ ପ୍ରଭାବିତ ହେଉଛି ଅଶୋଧିତ ତୈଳ ଯୋଗାଣ । ଯେଉଁଥିପାଇଁ ସୋମବାର ଅଶୋଧିତ ତୈଳ ଦାମ 1ପ୍ରତିଶତ ବଢିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ପାଖାପାଖୀ 10 ଦିନର ସର୍ବୋଚ୍ଚ ସ୍ତରରେ ରହିଛି । ଏହାର ପ୍ରଭାବରେ ଘରୋଇ ବଜାରରେ ମଧ୍ୟ ତେଲ ମହଙ୍ଗା ହୋଇପାରେ ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜ(ଏମସିଏକ୍ସ) ଉପରେ ଅଶୋଧିକ ତୈଳ ଦାମ ଦିନ 10.50 ଟାରେ 57 ଟଙ୍କା ଅର୍ଥାତ 1.37 ପ୍ରତିଶତ ବୃଦ୍ଧି ସହ ବ୍ୟାରେଲ ପିଛା 4,219 ଟଙ୍କାରେ କାରବାର କରୁଥିଲା । ଏହା ପୂର୍ବରୁ ଏହାର ଦାମ 4,222 ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଥିଲା ।

ବହୁ ଦିନ ଧରି ରାଜନୈତିକ ଅସ୍ଥିରତାରେ ଗତି କରୁଥିବା ଲିବିଆରେ ଘଟିଥିବା ସଦ୍ୟ ଘଟଣା ଯୋଗୁଁ ତେଲ ଯୋଗାଣ ନେଇ ଆଶଙ୍କା ଉପୁଜିଛି । ଯେୁଉଁଥିପାଇଁ ଦାମ ବଢୁଛି । ଲିବିଆ ସୈନ୍ୟ ଦ୍ବାରା ଏକ ପାଇପଲାଇନ ମଧ୍ୟ ବନ୍ଦ କରାଯାଇଛି । ଏ ନେଇ ନ୍ୟାସନାଲ ଅଏଲ କର୍ପୋରେସନ କହିଛି ଯେ, ସେ ଦକ୍ଷିଣ-ପଶ୍ଚିମ ଇଲାରେ 2 ଅଏଲଫିଲ୍ଡକୁ ବନ୍ଦ କରିବା ଆରମ୍ଭ କରିଦେଇଛି ।


ଏପେଟ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ବଢୁଥିବାରୁ ଭାରତରେ ପେଟ୍ରୋଲ ଓ ଡିଜେଲ ଦାମ ପୁଣି ବଢିବା ସମ୍ଭାବନା ରହିଚି । ଘରୋଇ ତେଲ ବିତରଣ କମ୍ପାନୀରେ ଗତ 5 ଦିନ ଧରି ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ ଯୋଗୁଁ ଉପଭୋକ୍ତାଙ୍କୁ ଆଶ୍ବସ୍ତି ମିଳିଛି ।

ଲଗାତାର 5 ଦିନ ହ୍ରାସ ପରେ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦାମ 72 ପଇସା ଶସ୍ତା ହୋଇଥିଲା ବେଳେ ଡିଜେଲ 80 ପଇସା କମିଛି ।

ABOUT THE AUTHOR

...view details