ନୂଆଦିଲ୍ଲୀ: ଆସେସମେଣ୍ଟ ବର୍ଷ 2018-19ରେ କୋଟିପତି କରଦାତାଙ୍କ ସଂଖ୍ୟା 20 ପ୍ରତିଶତ ବଢିଛି । ଫଳରେ ଏହି ଗୋଟିଏ ବର୍ଷରେ ଦେଶର ବଡ ଧନୀଙ୍କ ସଂଖ୍ୟା 97,689ରେ ପହଞ୍ଚିଛି । ରାଜସ୍ବ ବିଭାଗ ପକ୍ଷରୁ ଜାରି କର ରିଟର୍ଣ୍ଣ ରିପୋର୍ଟରୁ ଏ ନେଇ ସୂଚନା ମିଳିଛି ।
ପ୍ରକାଶ ଯେ, 2017-18 ଆସେସମେଣ୍ଟ ବର୍ଷରେ କୋଟିଏରୁ ଉର୍ଦ୍ଧ୍ବ କରଦାତାଙ୍କ ସଂଖ୍ୟା 81,344 ରହିଥିଲା ।
କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଆର୍ଥିକ ବର୍ଷ 2018-19 ସୁଦ୍ଧା ରହିଥିବା ଆୟ ଓ ଏହାର ମୁଲ୍ୟାଙ୍କନ ନେଇ ଭରାଯାଇଥିବା କରର ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ବହୁ ନାମୀଦାମୀ କମ୍ପାନୀ, ହିନ୍ଦୁ ଅବିଭାଜିତ ପରିବାର, ବ୍ୟକ୍ତିବିଶେଷ ଆଦିଙ୍କ ଆୟର ବିବରଣୀ ଦିଆଯାଇଛି ।