ନୂଆଦିଲ୍ଲୀ: ଚାଷୀଙ୍କ ହିତ ପାଇଁ ସରକାରଙ୍କ ଆଉ ଏକ ପ୍ରୟାସ । କୃଷକଙ୍କ ପାଇଁ ଫସଲ ବୀମା ଯୋଜନା ଇଚ୍ଛାଧୀନ ରହିବ । ସେମାନେ ଚାହିଁଲେ ସ୍ବେଚ୍ଛାକୃତ ଭାବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଭାଗୀଦାର ହୋଇପାରିବେ । ଏଥିସହ ଉଚ୍ଚ ପ୍ରିମିୟମ ଥିବା ଫସଲ ଗୁଡିକୁ ହଟାଯାଇ, ନିଜ ରାଜ୍ୟର ପ୍ରଡକ୍ଟକୁ ଯୋଡିବା ନେଇ ଯୋଜନା କରାଯାଉଛି । ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ବିପର୍ଯ୍ୟୟ ମୁକାବିକା ବୁଷ୍ଟର, ଇଚ୍ଛାଧୀନ ହେବ ଫସଲ ବୀମା ଯୋଜନା - insurance
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପରିବର୍ତ୍ତନ ଆଣିବେ ସରକାର । ଉଚ୍ଚ ପ୍ରିମିୟମ ହଟାଇବା ସହ ରାଜ୍ୟ ଓ ଜମିର ଗୁଣବତ୍ତାକୁ ନେଇ ପ୍ରିମିୟମ ନିର୍ଦ୍ଧାରଣ କରିବେ ।
ପ୍ରତିକାତ୍ମକ ଫଟୋ
ଏହା ବ୍ୟତୀତ କୃଷି ମନ୍ତ୍ରାଣଳୟ ଏକ ରାଜ୍ୟସ୍ତରୀୟ କର୍ପସ ଫଣ୍ଡ ପ୍ରସ୍ତୁତ ନେଇ ପ୍ରସ୍ତାବ ଦିଆଯାଇଛି । ଯାହାଫଳରେ ହିତାଧିକାରୀଙ୍କ ଏହି ଯୋଜନାରୁ ସଠିକ ଫାଇଦା ମିଳିପାରିବ । ତେବେ ଜଳସେଚନ ହେଉଥିବା ଜମିର ବୀମା ପ୍ରିମିୟମର ସୀମା ନିର୍ଦ୍ଧାରଣ କରାଯାଏ ।
2016 ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କାର୍ଯ୍ୟକାରୀ ହୋଇଥିଲା । ପ୍ରକୃତିକ ବିପର୍ଯ୍ୟୟର ମୁକାବିକା କରିବା ପାଇଁ ଚାଷୀମାନଙ୍କ ପାଇଁ ସରକାର ଏଭଳି ଯୋଜନାର ଆରମ୍ଭ କରିଥିଲେ ।