ଓଡିଶା

odisha

ETV Bharat / business

ଏମଏସଏମଇକୁ 13,400 କୋଟି ବକେୟା ଦେଲା ପିଏସୟୁ - ଏମଏସଏମଇ ବକେୟା

ଗତ 5 ମାସ ମଧ୍ୟରେ କ୍ଷୁଦ୍ର, ମଧ୍ୟମ ଓ ଲଘୁ ଉଦ୍ୟୋଗ (ଏମଏସଏମଇ)ର 13,400 କୋଟି ଟଙ୍କା ବକେୟା ପରିଶୋଧ କରିଛି ରାଷ୍ଟ୍ରାୟତ୍ତ ଉଦ୍ୟୋଗ । ସରକାର ସୋମବାର ଏନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ..

ଏମଏସଏମଇକୁ 13,400  କୋଟି ବକେୟା ଦେଲା  ପିଏସୟୁ
ଏମଏସଏମଇକୁ 13,400 କୋଟି ବକେୟା ଦେଲା ପିଏସୟୁ

By

Published : Oct 19, 2020, 7:50 PM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସୟୁ) ଗତ 5 ମାସ ମଧ୍ୟରେ କ୍ଷୁଦ୍ର, ମଧ୍ୟମ ଓ ଲଘୁ ଉଦ୍ୟୋଗ (ଏମଏସଏମଇ)ର 13,400 କୋଟି ଟଙ୍କା ବକେୟା ପରିଶୋଧ କରିଛି । ଏଥିରୁ 3,700 କୋଟି ଟଙ୍କାର ପେମେଣ୍ଟ ସେପ୍ଟେମ୍ବର ମାସରେ କରାଯାଇଛି । ସରକାର ସୋମବାର ଏ ନେଇ ସୂଚନା ଦେଇଛନ୍ତି ।

ଏକ ଅଧିକାରୀ ନିଜ ବିବୃତ୍ତିରେ କହିଛନ୍ତି କି ଏମଏସଏମଇ ମନ୍ତ୍ରାଳୟ ଏବେ 2,800 କମ୍ପାନୀର ଶୀର୍ଷ ପରିଚାଳନାକୁ ପତ୍ର ଲେଖି ଏମଏସଏମକୁ ବକେୟା ଏହି ମାସରେ ପରିଶୋଧ ପାଇଁ କହିଛି । ଗତ ମାସ ମନ୍ତ୍ରାଳୟ ଦେଶର ଶୀର୍ଷ 500 କମ୍ପାନୀକୁ ଏମଏସଏମଇର ବକେୟା ସୁଝିବା ପାଇଁ ପତ୍ର ଲେଖିଥିଲା । ସଦ୍ୟ ପତ୍ରରେ ଏମଏସଏମଇ ମନ୍ତ୍ରାଳୟ କହିଛି ଯେ, ଏହି ସମୟରେ ବକେୟା ପୈଠ କରିବା ଅଧିକ ଗୁରୁତ୍ବପୂର୍ଣ୍ଣ । ଏହା ଦ୍ବାରା ଛୋଟ ୟୁନିଟଗୁଡିକ ପାର୍ବଣ ସିଜନ ସମୟରେ କାରବାରୀ ଅବସରର ଲାଭ ଉଠାଇପାରିବେ ।

ମନ୍ତ୍ରାଳୟ କହିଛି ଯେ, ଯଦି ଏମଏସଏମଇ ସେକ୍ଟରର ନଗଦ ପ୍ରବାହ ସୁଧୁରିବ , ତେବେ ଏହା ପାର୍ବଣ ସମୟରେ ବସ୍ତୁ ଓ ସେବା ଯୋଗାଣ ସୁଯୋଗର ଲାଭ ଉଠାଇପାରିବେ । ବିବୃତ୍ତିରେ କୁହାଯାଇଛି କି, ‘‘ ବାସ୍ତବରେ ଏମଏସଏମଇ ଓ ଏହା ଉପରେ ନିର୍ଭରଶୀଳ ଲୋକଙ୍କୁ କେବଳ ପାର୍ବଣ ସିଜନରେ ଫାଇଦା ମିଳିବନି ବରଂ ଏହା ଦ୍ବାରା ଅନେକଙ୍କୁ ପୂରା ବର୍ଷ ପାଇଁ ରିଲିଫ ମିଳିପାରିବ । ଏଭଳି ସ୍ଥିତିରେ ମନ୍ତ୍ରାଳୟ କମ୍ପାନୀଗୁଡିକୁ କହିଛି କି , ସେ ଏମଏସଏମଇକୁ ତୁରନ୍ତ ପେମେଣ୍ଟ ପାଇଁ ପଦକ୍ଷେପ ଗ୍ରହଣ କରିବ ।

ଏମଏସଏମଇର ନଗଦ ପ୍ରବାହର ସମସ୍ୟାର ସମାଧାନ ପାଇଁ ରିଜର୍ଭ ବ୍ୟାଙ୍କ ଟ୍ରେଡ ରିସିଭେବଲ୍ସ ଇ-ଡିସ୍କାଉଣ୍ଟ ସିଷ୍ଟମ (ଟିଆରଇଡିଏସ) ଆରମ୍ଭ କରିଛି । ମନ୍ତ୍ରାଳୟ କହିଛି କି, 500 କୋଟି ଟଙ୍କାରୁ ଅଧିକ କାରବାର କରୁଥିବା ସମସ୍ତ ସିପିଏସଇ ଓ କମ୍ପାନୀଙ୍କ ପାଇଁ ଏହି ପ୍ଲାର୍ଟଫର୍ମରେ ଯୋଡିବା ବାଧ୍ୟତାମୂଳକ । ଯଦିଓ ବହୁତ କମ୍ପାନୀ ଏବେ ସୁଦ୍ଧା ଏହି ପ୍ଲାର୍ଟଫର୍ମ ସହ ଯୋଡି ହୋଇ ନାହାନ୍ତି । ମନ୍ତ୍ରାଳୟ ଉଦ୍ୟୋଗ ଜଗତକୁ କହିଛି କି ସେମାନେ ଏ ନେଇ ଯାଞ୍ଚ କରନ୍ତୁ କି ସେମାନଙ୍କ ଗ୍ରୁପ ବା କମ୍ପାନୀ ଟିଆରଇଡିଏସ ପ୍ଲାର୍ଟପର୍ମ ସହ ଯୋଡି ହୋଇଛନ୍ତି କି ନାହିଁ ।

ABOUT THE AUTHOR

...view details