ଓଡିଶା

odisha

By

Published : Aug 3, 2020, 3:11 PM IST

ETV Bharat / business

ଜୁଲାଇରେ କୋଭିଡ ସ୍ବାସ୍ଥ୍ୟ ବୀମା ଦାବି ବଢିଛି, କିନ୍ତୁ ରହିଛି ବ୍ୟତିକ୍ରମ

ଦେଶରେ ଜୁଲାଇ ମାସରେ କୋରୋନା ଚିକିତ୍ସା ବୀମା ଦାବି ସଂଖ୍ୟା ବଢିଛି ସତ । କିନ୍ତୁ ସଂକ୍ରମଣ ଯେଉଁ ପରିମାଣରେ ବଢିଛି , ସେହି ଅନୁସାରେ କ୍ଲେମ ସଂଖ୍ୟା କମ ରହିଛି । ଅଧିକ ପଢନ୍ତୁ..

Covid health claims jump 240 per cent over a month
Covid health claims jump 240 per cent over a month

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପାଖାପାଖୀ 17.50 ଲକ୍ଷ ପାର କଲାଣି । ଏପଟେ ମହାମାରୀ ଭୟବହତାକୁ ଦୃଷ୍ଟିରେ ରଖି ବଢୁଛି ବୀମା ଚାହିଦା । ସ୍ବାସ୍ଥ୍ୟ ବୀମା କମ୍ପାନୀଙ୍କ ପାଖରେ ଜୁନ ତୁଳନାରେ ଜୁଲାଇରେ ହେଲଥ କ୍ଲେମ ସଂଖ୍ୟା 24 ପ୍ରତିଶତ ବଢିଛି ।

ସମସ୍ତ ଜେନରାନ ବୀମା କମ୍ପାନୀଙ୍କ ସର୍ବୋଚ୍ଚ ସଂସ୍ଥା ଜେନରାଲ ଇନ୍ସୁରାନ୍ସ କାଉନସିଲର ତଥ୍ୟ ଅୁସାରେ ଜୁଲାଇ ଶେଷ ସପ୍ତାହ ସୁଦ୍ଧା 71423 ଲୋକ କୋରୋନା ଚିକିତ୍ସା ପାଇଁ 1145.87 କୋଟି ଟଙ୍କାର କ୍ଲେମ କରିଛନ୍ତି । ଏହା ପୂର୍ବରୁ ଜୁନ 22 ସୁଦ୍ଧା କେବଳ 20965 ଲୋକ ଏଥିପାଇଁ 323 କୋଟି ଟଙ୍କାର କ୍ଲେମ ବା ଦାବି କରିଥିଲେ ।

ତେବେ ହେଲଥ କ୍ଲେମର ଏହି ଭାରୀ ଅଭିବୃଦ୍ଧି ପରେ ବି ପ୍ରମାଣିତ ତି ଦେଶରେ ଏବେ ବି ବୀମାର ଚାହିଦା ସୀମିତ ଅଛି । କାରଣ ଭାରତରେ କୋରୋନା ଭାଇରସ ସଂକ୍ରମିତ ଲୋକଙ୍କ ମଧ୍ୟରୁ କେବଳ 4.08 ପ୍ରତିଶତ ହେଲଥ ଇନ୍ସୁରାନ୍ସ କ୍ଲେମ କରିଛନ୍ତି । ପ୍ରତି ବ୍ୟକ୍ତିଙ୍କ ହାରାହାରୀ କ୍ଲେମ 1.60 ଲକ୍ଷ ଟଙ୍କା ରହିଛି ।

କୋରୋନା ମହାମାରୀ ଯୋଗୁଁ ଦେଶରେ 37 ହଜାରରୁ ଅଧିକ ଲୋଙ୍କ ମୃତ୍ୟୁ ହେଲାଣି । ଦେଶରେ ସବୁଠୁ ବଡ ବୀମା କମ୍ପାନୀ ଏଲଆଇସି ପାଖରେ ଏବେ ସୁଦ୍ଧା କେବଳ 561 ହେଲଖ କ୍ଲେମ ଆସିଛି । ଯାହାର ମୋଟ ମୂଲ୍ୟ 26.74 କୋଟି ଟଙ୍କା ରହିଛି ।

ABOUT THE AUTHOR

...view details