ବିଜନେସ ଡେସ୍କ, ଇଟିଭି ଭାରତ: କୋଭିଡ ପ୍ରଭାବରେ ବିଶ୍ବର ବହୁ ପ୍ରମୁଖ ଅର୍ଥବ୍ୟବସ୍ଥା ଗଭୀର ପ୍ରଭାବିତ ହୋଇଛି । ସେପଟେ କୋଭିଡର ଉତ୍ପତ୍ତି ଦେଶ ଚୀନ ଅର୍ଥବ୍ୟବସ୍ଥାରେ ବହୁତ କିଛି ଯୋଡି ହୋଇଛି । କୋଭିଡ ମାଚରେ ଚିତପଟ୍ଟାଙ୍ଗ ଭାରତୀୟ ଅର୍ଥବ୍ୟବସ୍ଥା ସ୍ଥିତି ମଧ୍ୟ ଏବେ ଚୀନ ମୁକାବିଲାରେ ବହୁତ ଦୁର୍ବଳ ହୋଇଛି ।
ଅଷ୍ଟ୍ରେଲିଆ ସ୍ଥିତ ଲୋଭି ଇନଷ୍ଟିଟ୍ୟୁଟ ( Australia-based Lowy Institute) ଦ୍ବାରା ଏସିଆ ପାୱାର ଇଣ୍ଡେକ୍ସ 2020ର ନୂଆ ରିପୋର୍ଟ ଅନୁସାରେ ଇଣ୍ଡୋ- ପ୍ୟାସିଫିକର ସମସ୍ତ ଦେଶ ମଧ୍ୟରେ ଭାରତ କୋରୋନା ଭାଇରସ ଯୋଗୁଁ ବିକାଶର କ୍ଷମତାକୁ ହରାଇଦେଇଛି । ଯାହା ଦ୍ବାରା ଆଗାମୀ ଦିନରେ ଚୀନକୁ ପଛରେ ପକାଇବା ଭାରତ ପାଇଁ ମୁସ୍କିଲ ହେବ । ଅଧ୍ୟୟନ ଅନୁସନ୍ଧାନ ପ୍ରମୁଖ ଓ ଲୋଭିର ଏସିଆଲ ପାୱାର ଆଣ୍ଡ ଡିପ୍ଲୋମେଟିକ ପୋଗ୍ରାମର ନିର୍ଦ୍ଦେଶକ ହର୍ବ ଲୋମିହିଓ (Hervé Lemahieu) କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତିରେ ଭାରତ ପୂର୍ବ ଦଶକ ତୁଳନାରେ ଚୀନର ଆର୍ଥିକ ଉତ୍ପାଦନର 40 ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଯିବ ।
ସେ କହିଛନ୍ତି କି ‘‘ ଏଭଳି ସ୍ଥିତିପେ ଯେଉଁଠି ଅଧିକାଂଶ ଦେଶ ଏକ ବର୍ଷ ପୂର୍ବ ତୁଳନାରେ କମ ଶକ୍ତିଶାଳୀ, ସେଭଳି ସମୟରେ ଚୀନର କୋରୋନା ପରେ ତୀବ୍ର ଗତିରେ ମଜୁତ ହେଉଛି । ସିଡନି ସ୍ଥିତି ଲୋଭି ଇନଷ୍ଟିଟ୍ୟୁଟର ଏସିଆ ପାୱର ଇଣ୍ଡେକ୍ସ 2020 ଅନୁସାରେ 2019 ରେ ଭାରତର ପାୱର ସ୍କୋର 41.0 ଥିଲା । ଯାହା 2020 ରେ ହ୍ରାସ ହୋଇ 39.7 ହୋଇଛି । ଏହି ଲିଷ୍ଟରେ ଯେଉଁ ଦେଶର ସ୍କୋର 40 ବା ଏହା ଠାରୁ ଅଧିକ ହୋଇଥାଏ , ତାହାକୁ ଦୁନିଆର ପ୍ରମୁଖ ଶକ୍ତି ମାନାଯାଇଥାଏ । ଗତ ବର୍ଷ ଭାରତ ଏହି ଲିଷ୍ଟରେ ଆଗୁଆ ଥିଲା ବେଳେ ଏ ବର୍ଷ ସାମାନ୍ୟ ପଏଣ୍ଟ ଯୋଗୁଁ ଆଉଟ ହୋଇଯାଇଛି ।